Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ଉରୀ ଓ ପୁଲଓ୍ଵାମା ଘଟଣାର ପ୍ରତିଶୋଧ ନିଆଗଲା, ହେଲେ ୨୬/୧୧ ପାଇଁ କିଛି ପ୍ରତିକ୍ରିୟା ଭାରତର ନ ଥିଲା ; ନରେନ୍ଦ୍ର ମୋଦି

1/03/2019 at 8:39 PM

ନୂଆଦିଲ୍ଲୀ ୧/୧- ଭାରତ ଉପରେ ଯେତେଥର ପାକିସ୍ତାନର ଇଶାରାରେ କରାଯାଇଥିଲା ଆତଙ୍କବାଦୀ ହମଲା, ସେତେଥର ଭାରତ ବଦଲା ନେଇପାରି ନଥିଲା । କିନ୍ତୁ ଉରି ହେଉବା ପୁଲଓ୍ଵମା ..ସବୁ ଘଟଣାର କଡ଼ା ଜବାବ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟେ ସଭାରେ ଭାଷଣଦେବା ସମୟରେ କହିଛନ୍ତି । ୨୦୦୪ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ କରାଯାଇଥିବା ଆତଙ୍କୀ ହମଲାରେ ଭାରତ କୌଣସି ପ୍ରତିକ୍ରିୟା  ପ୍ରକାଶ ନ କରିବା ଦୁଃଖର କଥାବୋଲି କହିଛନ୍ତି ମୋଦି ।

ସବୁଠୁ ବଡ଼କଥା ହେଲା ପାର୍ଲାମେଣ୍ଟ ଉପରେ ୨୬/୧୧ରେ କରାଯାଇଥିବା ଆକ୍ରମଣ ଭାରତପାଇଁ ଥିଲା ସମ୍ମାନର ପ୍ରଶ୍ନ । କିନ୍ତୁ ସେ ସମୟର ଭାରତ ସରକାର ପାକିସ୍ତାନ ବିରୋଧରେ କୌଣସି ପଦକ୍ଷେପ ନେଇ ନଥିଲେ । ସେତେବେଳେ ଭାରତ ନିଜର ପୌରୁଷତା ପ୍ରଦର୍ଶନ କରିବାକୁ ପଛାଇଯାଇଥିଲା ।

ଏବେ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତରେ ଦେଶପାଇଁ ଆଗରେ ବଡ଼ ଚ୍ୟାଲେଂଜ । ପାକିସ୍ତାନକୁ ନିଜର ଆତଙ୍କୀ ମନୋଭାବ ପାଇଁ ଭାରତ ଦେଇଛି ମୁହଁତୋଡ଼ ଜବାବ ।  ପୁଲଓ୍ଵାମା ଘଟଣାରେ ସର୍ଜିକାଲ ଷ୍ଟ୍ରାଇକ କରି ଭାରତ ପାକିସ୍ତାନ ଉପରେ ନେଇଛି ପ୍ରତିଶୋଧ ।

ମୋଦି କହିଛନ୍ତି ରାଜନୈତିକ ମନୋଭାବ ଦେଶକୁ ଅନେକ କ୍ଷତି ସହିବାକୁ ପଡ଼ିଛି । କିଛି ରାଜନୈତିକ ଦଳ ହୀନ ଉଦ୍ୟମକରି ପାକିସ୍ତାନ ଉପରେ ପଦକ୍ଷେପ ନେଇ ନଥିଲା । ଫଳରେ ଦେଶକୁ ଅତୀତରେ ଅନେକ କ୍ଷତି ସହିବାକୁ ପଡ଼ିଛି । ସେହିସବୁ କଥାର ପୁନରାବୃତ୍ତି କରିବାକୁ ଚାହୁଁ ନାହାଁନ୍ତି ବୋଲି କହିଛନ୍ତି ମୋଦି ।

ପାକିସ୍ତାନକୁ ସବୁବେଳେ କଡ଼ା ଜବାବ ଦେବାକୁ ପଡ଼ିବ ବୋଲି କହିଛନ୍ତି ମୋଦି ।

   Related Posts