ଭାରତୀୟ ସ୍ଥଳ ସେନାରେ ମହିଳାଙ୍କ ପାଇଁ ସୁଯୋଗ: +୨ ପାସ୍‌ କରିଥିବା ମହିଳା କରି ପାରିବେ ଆବେଦନ…

Published By : Prameya-News7 Bureau | November 24, 2019 IST

ନୂଆଦିଲ୍ଲୀ୨୪/୧୧: ମିଲିଟାରୀ  ବିଏସସି ନର୍ସିଙ୍ଗ୍ କୋର୍ସ ପାଇଁ ଭାରତୀୟ ସ୍ଥଳ ଆବେଦନ ପ୍ରକ୍ରିୟା ବାହାର କରିଛି। ଏହି କୋର୍ସ ପାଇଁ ପ୍ରାର୍ଥୀ ଆରମ୍‌ଡ୍‌ ଫୋର୍ସେସ୍‌ ମେଡିକାଲ କଲେଜରେ  (Armed Forces Medical Colleges) ଆବେଦନ କରି ପାରିବେ। ଏହି କୋର୍ସର ଅବଧି ଚାରି ବର୍ଷ ରହିଛି। ଏହି କୋର୍ସରେ ଉତ୍ତୀର୍ଣ୍ଣ ଛାତ୍ରୀ ଭାରତୀୟ ସେନାରେ ନିଯୁକ୍ତି ହେବେ। ଇଚ୍ଛୁକ ପ୍ରାର୍ଥୀମାନେ ଅନଲାଇନ୍‌ରେ ମାଧ୍ୟମରେ ଆବେଦନ କରି ପାରିବେ।

ଆବେଦନ ପ୍ରକ୍ରିୟାର ଶେଷ ତାରିଖ ଆସନ୍ତା ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ରହିଛି। ଲିଖିତ ପରୀକ୍ଷା (Written Examination) ୨୦୨୦ ମସିହା ଏପ୍ରିଲ ମାସ ହେବ। ଫିଜିକ୍ସ, କେମିଷ୍ଟ୍ରୀ, ବାୟୋଲୋଜି ଓ ଇଂରାଜୀରେ +୨ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ଆବେଦନ କରି ପାରିବେ।  ଏଥିପାଇଁ +୨ରେ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।

ବୟସ ସୀମା ଅନୁସାରେ ଆବେଦନକାରୀଙ୍କ ଜନ୍ମ ୧୯୯୫ ମସିହା ଅକ୍ଟୋବର ୧ ତାରିଖ ଓ ୨୦୦୩ ମସିହା ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ହୋଇଥିବା ଆବଶ୍ୟକ। ଆବେଦନ ପାଇଁ ୭୫୦ ଟଙ୍କା ଶୁଳ୍କ ପଡ଼ିବ। ଏହି ଶୁଳ୍କ ଅନଲାଇନ ମାଧ୍ୟମରେ ପେମେଣ୍ଟ କରି ପାରିବେ। ଏ ସଂପର୍କରେ ଅଧିକ ଜାଣିପାଇଁ ଚାହୁଁଥିଲେ ଅଫିସିଆଲି ଓ୍ବେବସାଇଟ୍‌ରେ ସର୍ଚ କରି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.