Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଚୀନ୍‌ କାରବାରକୁ ଝଟ୍‌କା , OPPO କମ୍ପାନୀ ରଦ୍ଦ କଲା ନିଜର 5ଜି ସ୍ମାର୍ଟ ଫୋନ୍ ଲଞ୍ଚିଂ : ଆର୍ଥିକ କ୍ଷେତ୍ରରେ ଚୀନ୍‌କୁ ଘେରିବାକୁ ଚାଲିଛି ପ୍ରସ୍ତୁତି

18/06/2020 at 11:33 AM

ନୂଆଦିଲ୍ଲୀ ୧୮।୦୬: ଗଲଓ୍ୱାନ ଘାଟିରେ ଭାରତ-ଚୀନ୍‌ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ଘଟଣା । ଏଥିରେ ଚୀନ୍‌କୁ ଏକ ବଡ ଝଟ୍‌କା ଲାଗିଛି । ଚୀନ୍‌ ମୋବାଇଲ୍‌ କମ୍ପାନୀ OPPO ବୁଧବାର ଦିନ ଦେଶର ବିଭିନ୍ନ ସ୍ଥାନରେ ଚୀନ୍‌ ସାମଗ୍ରୀ ବିରୋଧୀ ନାରାବାଜିରେ ନିଜର 5ଜି ସ୍ମାଟଫୋନ୍‌ର ଲଞ୍ଚିକୁ ରଦ୍ଦ କରିଦେଇଛି । ଭାରତୀୟ ଓ ଚୀନ୍‌ ସେନା ଲଦାଖର ଗଲଓ୍ୱାନ୍‌ ଘାଟିରେ ସମେତ ଆଉ କିଛି ସୀମାନ୍ତ ଅଞ୍ଚଳରେ ବିବାଦ ଲାଗିରହିଛି । କିନ୍ତୁ ସୋମବାର ଦିନ ବିଳମ୍ବିତ ରାତିରେ ଗଲଓ୍ୱାନ୍‌ ଘାଟିରେ ଚୀନ୍‌ ସୈନିକଙ୍କ ସହିତ ହୋଇଥିବା ହାହାହାତିରେ ୨୦ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି । ଯାହାକୁ ନେଇ ଚୀନ୍‌ ସହିତ ବ୍ୟାପାରିକ ସମ୍ପର୍କ ଛିନ୍ନ କରିବା ଓ ଚୀନ୍ ସାମଗ୍ରୀକୁ ବହିଷ୍କାର କରିବା ଦାବିରେ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଦେଖାଦେଇଛି ।  

ମୋବାଇଲ ନିର୍ମାତା କମ୍ପାନୀ OPPO ଭାରତରେ ଶ୍ରେଷ୍ଠ ପାଞ୍ଚଟି ମୋବାଇଲ କମ୍ପାନୀ ମଧ୍ୟରୁ ଗୋଟିଏ । କମ୍ପୀନ ପକ୍ଷରୁ ବୁଧବାର ଦିନ ୟୁଟୁବ୍‌ ମାଧ୍ୟମରେ ନିଜର ପଏଣ୍ଟ ଏକ୍ସ ୨ ସ୍ମାଟଫୋନ୍‌ ଲଞ୍ଚି କାର୍ଯ୍ୟକ୍ରମ କରିବାକୁ କୁହାଯାଇଥିଲା । କିନ୍ତୁ ପରେ  ଏହାକୁ ରଦ୍ଦ କରିବା ପାଇଁ ଘୋଷଣା କରିଥିଲା । କିନ୍ତୁ କମ୍ପାନୀ ପକ୍ଷରୁ କାର୍ଯ୍ୟକ୍ରମ ରଦ୍ଦ କଣ ପାଇଁ ହେଲ, ସେନେଇ କୌଣସି  ଜବାବ ଦିଆଯାଇନାହିଁ । କିନ୍ତୁ ସୂଚନାନୁସାରେ  ବିଭିନ୍ନ ସ୍ଥାନରେ ଲୋକଙ୍କ ବିରୋଧ ପ୍ରଦର୍ଶନ ଯୋଗୁଁ ରଦ୍ଦ କରାଯାଇଛି ।  

ଗଲଓ୍ୱାନ୍‌ ଘାଟିରେ ହିଂସା ପରେ ଚୀନ୍‌ର ସହିତ ବେପାର ବାଣିଜ୍ୟ ବନ୍ଦ କରିବାକୁ ଦାବି ହେଉଛି । ସରକାରଙ୍କ ପକ୍ଷରୁ ସଙ୍କେତ ଦିଆଯାଇଛି ଯେ, ଆର୍ଥିକ ମୋର୍ଚ୍ଚାରେ ଚୀନ୍‌କୁ କଡା ଜବାବ ଦେବା ପାଇଁ ଯୋଜନା କରାଯାଉଛି । ଏହାନୁଯାୟୀ ଦେଶର ବିଭିନ୍ନ କ୍ଷେତ୍ରରେ ଚୀନ୍‌ କମ୍ପାନୀର ଅଂଶୀଦାରୀ ନେଇ ସମୀକ୍ଷ କରାଯାଉଛି । ଏହାପୂର୍ବରୁ ମିରଟ ଆରଆରଟିଏସ୍‌ର ଟନେଲ୍‌ର ଟେଣ୍ଡର ମୁଖ୍ୟ ରହିଛି । କିଛି ଦିନ ତଳେ ଚୀନ୍‌ର ଏକ କମ୍ପାନୀକୁ ଏହି ଟେଣ୍ଡର ଦିଆଯାଇଥିଲା । ଏସିଆ ବିକାଶ ବ୍ୟାଙ୍କ ଦ୍ୱାରା ଘୋଷିତ ଏହି ପ୍ରୋଜେକ୍ଟରେ ୫.୬ କିମି ଲମ୍ବା ଟନେଲ୍‌ ପାଇଁ ଡିଜାଇନ ଓ ନିର୍ମାଣ କାମ କରିବା ପାଇଁ ଯୋଜନା କରିବାକୁ ରହିଛି । ଏଥିପାଇଁ ୯ ନଭେମ୍ବର ୨୦୧୯ ଆମନ୍ତ୍ରିତ କରାଯାଇଥିଲା । ଏଥିରେ ପାଞ୍ଚଟି କମ୍ପାନୀ ଭାଗ ନେଇଥିଲେ , ସେଗୁଡିକ ହେଉଛି- ଟାଟା, କୋରିଆର ଏଫଇସି କମ୍ପାନୀ, ଚୀନ୍‌ର ଏସ୍‌ଟିଇସି, ଏଲ୍‌ ଆଣ୍ଡ ଟି ଭାରତ, ଏସକୋନ ଭାରତ ଓ ଗୁଲମାର୍କ ସାମିଲ ଥିଲା । ୧୨ଜୁନ୍‌ରେ ଚୀନ୍‌ର କମ୍ପାନୀକୁ ସବୁଠାରୁ କମ୍‌ ଟଙ୍କାର ଟେଣ୍ଡର ପକାଇଥିବା ଜଣାପଡିଛି । କିନ୍ତୁ ସରକାରଙ୍କ ପକ୍ଷରୁ ଏନେଇ ଅନ୍ତିମ ନିଷ୍ପତ୍ତି ନିଆଯାଇନାହିଁ ବୋଲି କୁହାଯାଇଛି । ତେବେ ବିଶ୍ୱ ବ୍ୟାଙ୍କ ଓ ଏସିଆ ବିକାଶ ବ୍ୟାଙ୍କର ଗାଇଡ୍‌ ଲାଇନ ଅନୁସାରେ କୌଣସି ଦେଶ  ଓ କମ୍ପାନୀକୁ ନେଇ କୌଣସି ପ୍ରକାରର ଭେଦଭାବ କରାଯାଇପାରିବ ନାହିଁ ।  

ସେପଟେ ଟେଲିକମ୍ ଏବଂ ଟେକ୍ନୋଲୋଜି ଶିଳ୍ପର ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି ଯେ, ଚୀନ୍ ସ୍ଥାନରେ ଟେଲିକମ୍ ଓ ଟେକ୍ନୋଲୋଜି ଉପକରଣର ବିଶ୍ୱକୁ ଯୋଗାଣକାରୀ ହେବାର ଭାରତର ଯଥେଷ୍ଟ ସାମର୍ଥ୍ୟ ରହିଛି। ଏଥିପାଇଁ ସରକାର ଉପଯୁକ୍ତ ପଦକ୍ଷେପ ନେବା, ଟେକ୍ନୋଲୋଜି ଶିଳ୍ପକୁ ଆର୍ଥିକ ସଙ୍କଟରୁ ବାହାର କରିବା ଆବଶ୍ୟକ। ଆତ୍ମନିର୍ଭରଶୀଳ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟଠାରୁ ଦୂରରେ ନୁହେଁ। ବରଂ ଏହାର ଅର୍ଥ ହେଉଛି ଆମକୁ ଆଗକୁ ଆସି ବିଶ୍ୱ ଯୋଗାଣ ଶୃଙ୍ଖଳାରେ ନେତୃତ୍ୱ ନେବାକୁ ପଡ଼ିବ | ଭାରତ ଏହା ହାସଲ କରିପାରିବ, କିନ୍ତୁ ଏଥିପାଇଁ ଆମକୁ ଆତ୍ମନିର୍ଭରଶୀଳ ଭାରତକୁ ବାସ୍ତବ ରୂପ ଦେବା ପାଇଁ ସରକାରଙ୍କୁ ଆଗେଇ ଆସିବାକୁ ପଡିବ ।

   Related Posts