ଅଷ୍ଟ୍ରେଲିଆ ବିପକ୍ଷରେ ଏହି ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ, ଶିଖର ଧାଓ୍ଵନ ସେୟାର କଲେ ଫଟୋ

Published By : Prameya-News7 Bureau | November 24, 2020 IST

ନୂଆଦିଲ୍ଲୀ ୨୪।୧୧: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳା ଠିକ୍‌ ପୂର୍ବରୁ ଭାରତୀୟ ଦଳକୁ ନୂତନ ଜର୍ସି ମିଳି ଯାଇଛି।  ଦଳର ଓପନର ଶିଖର ଧାଓ୍ଵନ ଟ୍ଵିଟ୍‌ରରେ ନୂତନ ଜର୍ସି ସହ ଫଟୋ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ନୂତନ ଜର୍ସି, ନୂତନ ଉତ୍ସାହ, ଆମେ ପ୍ରସ୍ତୁତ...। ଏହି ଜର୍ସି ଠିକ୍ ସେହି ପରି ରହିଛି ଯାହା ୮୦ ଦଶନ୍ଧିରେ ଭାରତୀୟ ଦଳ ପିନ୍ଧୁଥିଲେ।

ଭାରତୀୟ ଦଳ ଏହି ନୂତନ ଜର୍ସି ପିନ୍ଧି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ପଡିଆକୁ ଓହ୍ଲାଇବ। ଭାରତୀୟ ଦଳର ଜର୍ସିର ରଙ୍ଗ ନେଭି ବ୍ଲୁ ଏବଂ ଏହାର ଟ୍ରାଉଜର ବି ସମାନ ରଙ୍ଗର ରହିଛି। ଭାରତୀୟ ଦଳ ଏହି ଜର୍ସିକୁ ୮୦ ଦଶକରେ ପିନ୍ଧୁଥିଲା। ୧୯୯୨ ବିଶ୍ଵକପ୍‌ରେ ମଧ୍ୟ  ଭାରତୀୟ ଦଳ ଏହି ଧରଣର ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇଥିଲା।

wp:html /wp:html

ଉଲ୍ଲେଖଯୋଗ୍ୟ, ଭାରତୀୟ ଦଳକୁ ନୂତନ କିଟ୍ ପ୍ରାୟୋଜକ ନିକଟରେ ମିଳିଛି। ଟିମ୍ ଇଣ୍ଡିଆର କିଟ୍‌ ପ୍ରାୟୋଜକ ଏବେ ଅନଲାଇନ୍ ଗେମ୍‌ କମ୍ପାନୀ ଏମପିଏଲ ରହିଛି। କମ୍ପାନୀର ଲୋଗୋ ଖେଳାଳିଙ୍କ ଜର୍ସିରେ ମଧ୍ୟ ରହିଛି। ଏହା ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର କିଟ୍‌ ପ୍ରାୟୋଜକ ନାଇକି ଥିଲା। ଏମପିଏଲ ପ୍ରତି ମ୍ୟାଚ୍‌ରେ ବିସିସିଆଇକୁ ୬୫ ଲକ୍ଷ ଟଙ୍କା ପ୍ରଦାନ କରିବ।

{"id":366997,"sizeSlug":"large"}

ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ନଭେମ୍ଵର ୨୭ରେ ଖେଳାଯିବ। ଦ୍ଵିତୀୟ ଦିନିକିଆ ନଭେମ୍ଵର ୨୯ ଓ ତୃତୀୟ ଦିନିକିଆ ଡିସେମ୍ବର ୨ରେ ଖେଳାଯିବ। ଏହା ପରେ ଡିସେମ୍ବର ୪ରୁ ପ୍ରଥମ ଟି-୨୦, ଡିସେମ୍ବର ୬ରେ ଦ୍ଵିତୀୟ ଓ ଡିସେମ୍ବର ୮ରେ ତୃତୀୟ ଟି-୨୦ ଖେଳାଯିବ। ଡିସେମ୍ଵର ୧୭ରୁ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.