Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ, ସଂରକ୍ଷଣ ଏବଂ ସୀମା ନିର୍ଦ୍ଧାରଣ ନେଇ ୯ ତାରିଖରୁ ମତାମତ ଗ୍ରହଣ

25/10/2021 at 8:36 PM

ଭୁବନେଶ୍ଵର ୨୫।୧୦: ପୌର ନିର୍ବାଚନ ପାଇଁ  ପ୍ରକ୍ରିୟା ଧୀରେ ଧୀରେ ଆରମ୍ଭ ହେଉଛି। ତିନି ବର୍ଷ ପରେ ପୌର ନିର୍ବାଚନ ପାଇଁ ସରକାର ମନ ବଳାଇଛନ୍ତି । ସେଥିପାଇଁ ଆଜି ମ୍ୟୁନସିପାଲିଟି  ଏବଂ ବିଜ୍ଞପିତ ଅଞ୍ଚଳଗୁଡ଼ିକର  ସୀମା ପୁନଃ ନିର୍ଦ୍ଧାରଣ  ଏବଂ ସଂରକ୍ଷଣ କାର୍ଯ୍ୟ ଡିସେମ୍ବର ୧୩ ତାରିଖ ସୁଦ୍ଧା ସାରିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏପଟେ ସିଠିକ  ଭାବରେ ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ କରିବା ପାଇଁ କଂଗ୍ରେସ ଦାବି କରିଥିବା ବେଳେ ବିଜେପି ବିଜ୍ଞପ୍ତିକୁ  ମମିତା ମେହେର ହତ୍ୟା ଘଟଣା ସହିତ ଯୋଡିଛି।

ତିନି ବର୍ଷ ବିତିବା ପରେ ପୌର ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ଆରମ୍ଭ ହେଲା ପ୍ରକ୍ରିୟା । ସୀମା ନିର୍ଦ୍ଧାରଣ ଏବଂ ସଂରକ୍ଷଣ  କାର୍ଯ୍ୟ କରିବା ପାଇଁ  ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଲେ ସରକାର। ଏନେଇ ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।  ସଂରକ୍ଷଶ ଏବଂ ସୀମା ନିର୍ଦ୍ଧାରଣ ନେଇ ନଭେମ୍ବର ୯ ତାରିଖରୁ ମତାମତ ଗ୍ରହଣ କରାଯିବ। ନଭେମ୍ବର ୧୮ ତାରିଖ ରହିଛି ମତାମତ ଦାଖଲର ଶେଷ ଦିନ ।  ନଭେମ୍ବର ୨୯ ତାରିଖରେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ନେଭମ୍ବର ୨୯ରୁ ୧୩ ଡିସେମ୍ବର ମଧ୍ୟରେ ବିଜ୍ଞପ୍ତି ଉପରେ ଆପତ୍ତି ଅଭିଯୋଗ ଦାଖଲ କରିପାରିବେ।  ଜାନୁଆରି ୨୦ରେ ସଂରକ୍ଷଣ ଓ ସୀମା ପୁନନିର୍ଦ୍ଧାରଣ ଶେଷ ବିଜ୍ଞପ୍ତି ପ୍ରକାଶ କରାଯିବ।

ମ୍ୟୁନିସିପାଲଟି ଏବଂ ପୌର ନିର୍ବାଚନ ପାଇଁ ୨୦୧୧ ଜନଗଣନା  ଅନୁଯାୟୀ  ସଂରକ୍ଷଶ ଏବଂ ସୀମା ପୁନଃନିର୍ଦ୍ଧାରଣ କରିଯିବ।  ଓ୍ବାର୍ଡ ପୁନର୍ଗଠନ କରିବା ସମୟରେ ଯେମିତି ଜନସଂଖ୍ୟା ସମୁତଲ ରହିବ ସେଥିପ୍ରତି ନଜର ଦେବାକୁ କୁହାଯାଇଛି।  ଏପଟେ ବିଜେପି ଓ କଂଗ୍ରେସ ଦାବି କରିଛନ୍ତି  ସୀମା ପୁନଃନିର୍ଦ୍ଧାରଣ ଏବଂ ସଂରକ୍ଷଣ ସମୟରେ କୌଣସି ଦଳକୁ ସୁହାଇବା ଭଳି ନ କରାଯାଉ। 

୧୦୫ ମ୍ୟୁନିସିପାଲଟି ଏବଂ ପୌରାଞ୍ଚଳ ରେ ନିର୍ବାଚନ ହେବା ପାଇଁ ଏବେ ବିଧିବଧ ଭାବେ ପ୍ରକ୍ରିୟା ଆରମ୍ଭ ହୋଇଛି। ସେପଟେ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ଅଭିଯୋଗ ମାନ ଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଯେଉଁଠାରେ ସଂରକ୍ଷଣକୁ ନେଇ ଆପତ୍ତି ଅଭିଯୋଗ ରହିଛି ସେଠାରେ ଅଭିଯୋଗର ଶୁଣାଣି କରାଯାଉଛି।

ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ କୋର୍ଟ ସ୍ପଷ୍ଟ କରିବା ପରେ ଏବେ ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏବେ କେବଳ କଟକ ଭୁବନେଶ୍ବର ଓ ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହେଉଛି।  

   Related Posts