Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ସରକାରୀ ବାବୁଙ୍କ ଘରେ କଳା ଟଙ୍କାର ପାହାଡ, ବିରଞ୍ଚି ଏବଂ ପ୍ରସନ୍ନଙ୍କ ପରେ ଏବେ ପ୍ରତାପଙ୍କ ପାଳି

9/11/2021 at 11:08 PM

ଭୁବନେଶ୍ବର ୯।୧୧: ସରକାରୀ ଚାକିରୀରେ ଏତେ ସମ୍ପତ୍ତି । କୋଠା, ଗାଡି, ବ୍ୟାଙ୍କ ବାଲାନ୍ସ ତାପରେ ବି ପୁଳା ପୁଳା ଟଙ୍କା । ଏତେ ଧନ ଦେଖି ଭିଜିଲାନ୍ସ ବି ତାଜୁବ । କୁବେର ସରକାରୀ ବାବୁଙ୍କ ନାଁ ପ୍ରତାପ ସାମଲ । ସେ ଓଡିଶା ଷ୍ଟେଟ୍ ପୋଲିସ ହାଉସିଂ ଆଣ୍ଡ ଓ୍ବେଲଫେୟାର କର୍ପୋରେସନର ଡେପୁଟି ମ୍ୟାନେଜର । ତାଙ୍କ ସମ୍ପତ୍ତି ଉଭା ଯେତେ ପୋତା ସେତେ । ଟଙ୍କା ଗଣି ହିସାବ କରି କରି ଭିଜିଲାନ୍ସ ଟିମ୍ ନୟାନ୍ତ ।

୨୨ଟି ପ୍ଲଟ୍, ୫ଟା କୋଠା ଓ ଗୋଟିଏ ଫ୍ଲାଟ୍ । ଖାକି ଅଫିସର ପ୍ରତାପଙ୍କ ଘରୁ ଜବତ ହୋଇଛି ନଗଦ ୩୮ ଲକ୍ଷ ୧୨ ହଜାର ୯ଶହ ଟଙ୍କା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୦ରୁ ଅଧିକ ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ସମ୍ପତ୍ତି ଦେଖି ତାଜୁବ ତଦନ୍ତକାରୀ । ମିଳିଛି ୧୧ଟି ବ୍ୟାଙ୍କ ଆକାଉଣ୍ଟ ବହି । ଅଧ କିଲେ ସୁନା, ଦାମୀ ଗାଡି ହୋଇଛି ଜବତ।

ଭୁବନେଶ୍ବର ନୟାପଲ୍ଲୀରେ ତିନି ମହଲା ଘର । ଜୟଦେବ ବିହାର ଘର ୬ ମହଲା, ଖଣ୍ଡଗିରିରେ ଏକ ମହଲା ଘର ବି ଅଛି । ଜୟଦେବ ବିହାର ନରେନ୍ଦ୍ର ଭିଲା ଆପାର୍ଟମେଣ୍ଟରେ ଅଛି ଫ୍ଲାଟ୍ । ଭଦ୍ରକ ବାସୁଦେବପୁରରେ ୩ ମହଲା ଘର । ତେବେ ଗୋଠପାଟଣାରେ ପ୍ରତାପଙ୍କ ପତ୍ନୀଙ୍କ ନାଁରେ ୩ କୋଟିର ଘର ।

ସରକାରୀ ବାବୁଙ୍କ ଘରେ କଳା ଟଙ୍କାର ପାହାଡ । ଖାକି ପିନ୍ଧାଙ୍କ ହିସାବ ବେଶୀ । ପ୍ରତାପଙ୍କ ପୂର୍ବରୁ ଭିଜିଲାନ୍ସ ଜାଲରେ ପଡିଥିଲେ ପ୍ରସନ୍ନ ବେହେରା । ତାଙ୍କ ଘରୁ ମିଳିଥିଲା ୬ କୋଟି ୯୭ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି । ଚାକିରୀ ଗଲା, ଜେଲ୍ ଗଲେ । ତା ପୂର୍ବରୁ ଧରାପଡିଥିଲେ ଓଏସଏସସି ସଦସ୍ୟଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ବିରଞ୍ଚି ସାହୁ । ତାଙ୍କଠାରୁ ମିଳିଥିଲା ସାଢେ ତିନି କୋଟିର ସମ୍ପତ୍ତି । ଭିଜିଲାନ୍ସ ଚଢାଉ ଓ ଜବତ ସମ୍ପତ୍ତିର ତାଲିକା ବେଶ୍ ଲମ୍ବା । ତେବେ ତା ପରବର୍ତ୍ତି ଆକ୍ସନ ଆଗକୁ ଜଣାପଡିବ ।

   Related Posts