ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଜେଲ୍ ଯାଇଥିବାରୁ ନିଲମ୍ବିତ ହେବେ ପ୍ରତାପ ସାମଲ !

Published By : Prameya-News7 Bureau | November 11, 2021 IST

ଭୁବନେଶ୍ବର ୧୧୧୧: କୁବେର ଅଫିସର ପ୍ରତାପ ସାମଲଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଜେଲ ଯାଇଥିବାରୁ ନିଲମ୍ବିତ ହେବେ ପ୍ରତାପ ସାମଲ । ଏ ନେଇ ଓଡିଶା ପୋଲିସ ହାଉସିଂ ଆଣ୍ଡ ଓ୍ବେଲଫେୟାର କର୍ପୋରେସନର ସିଏମଡି ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି ।

ଓଡିଶା ରାଜ୍ୟ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ ଲିମିଟେଡ଼ର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ୧୦ରୁ ଅଧିକ ସ୍ଥାନରେ ଚଢାଉ କରାଯାଇଥିଲା । ସରକାରୀ ହିସାବରେ ୧୪ କୋଟି ୮୭ ଲକ୍ଷ ୪୧ ହଜାର ୧୯୪  ଟଙ୍କାର ସମ୍ପତ୍ତି ରହିଛି । ଯାହା ତାଙ୍କ  ଆୟଠାରୁ ୧୦୨୧% ଅଧିକା । ତେବେ ତାଙ୍କ ସମ୍ପତ୍ତି ମଧ୍ୟରେ ଭୁବନେଶ୍ବର ଜୟଦେବ ବିହାରରେ ୬ ତାଲା  କୋଠା, ରାଜଧାନୀ ଉପକଣ୍ଠ ଗୋଠପାଟଣାରେ  ୫ ତାଲା କୋଠା, ଯାହାର ମୂଲ୍ୟ ୩କୋଟି ୮୯ଲକ୍ଷ ୬୦ହଜାର ଟଙ୍କା ହେବ ।  ଆଇଆରସି ଭିଲେଜର ଏନ୍‌-୬ରେ ଆଉ ଏକ ୪ ମହଲା କୋଠାର ସନ୍ଧାନ ମିଳିଛି ।

ସେହିପରି ବାସୁଦେବପୁରର ସିନେମା ହଲ ରୋଡ଼ ବାଲି କଲୋନୀରେ ଚାରିତାଲା ବିଶିଷ୍ଟ  ଆପାର୍ଟମେଂଟ ରହିଛି । ଏସବୁ ବାଦ ମୋଟ ୨୫ଟି ପ୍ଲଟର ଠାବ କରାଯାଇଛି । ୨୫ ପ୍ଲଟର ରେଜିଷ୍ଟ୍ରେସନ ଓ ଷ୍ଟାମ୍ପ ଡ଼୍ୟୁଟି ମିଶାଇଲେ ମୂଲ୍ୟ ୩କୋଟି ୪୧ଲକ୍ଷ ୫୮ହଜାର ୪୧୨ଟଙ୍କା ହେବ।  ବ୍ୟାଙ୍କ ଆକାଉଣ୍ଟରେ ମୋଟ୍ ୧କୋଟି ୬୧ଲକ୍ଷ ୩୫ହଜାର ୮୧୨ଟଙ୍କା ରହିଛି । ବୀମା ରହିଛି ୫୭ ଲକ୍ଷ ୭୨ହଜାର ୧୫୦ଟଙ୍କା । ଏସବୁ କିଛିକୁ ଫ୍ରିଜ କରାଯାଇଛି ।

କୁବେର ଇଞ୍ଜିନିୟରଙ୍କ ସିନେମା ନିଶା । କଳା ଧନ ଟଙ୍କାରେ ତିଆରି କରିଛନ୍ତି ଦୁଇଟି ଓଡ଼ିଆ ସିନେମା । ଦୁଇଟି ସିନେମାରେ ପତ୍ନୀ ସସ୍ମିତା ସାମଲ ଅଛନ୍ତି ପ୍ରଯୋଜିକା । ଗୋଟିଏ ସିନେମାରେ ପ୍ରତାପ ସାମଲ ଅଛନ୍ତି କାର୍ଯ୍ୟକାରୀ ପ୍ରଯୋଜକ । ଓଡିଶା ପୋଲିସ ହାଉସିଂ ୱେଲଫେୟାର କର୍ପୋରେସନ ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବୁଧବାର ପ୍ରତାପକୁ ଗିରଫ କରି ଜେଲ ପଠାଇଛି ଭିଜିଲାନ୍ସ । ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.