Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

କଳା ଧନରେ ପ୍ରତାପ କରିଛନ୍ତି ଦୁଇଟି ଓଡିଆ ସିନେମା, ପତ୍ନୀ ସସ୍ମିତା ଥିଲେ ପ୍ରଯୋଜିକା

11/11/2021 at 12:55 PM

ଭୁବନେଶ୍ବର ୧୧୧୧: କୁବେର ଇଞ୍ଜିନିୟରଙ୍କ ସିନେମା ନିଶା । କଳା ଧନ ଟଙ୍କାରେ ତିଆରି କରିଛନ୍ତି ଦୁଇଟି ଓଡ଼ିଆ ସିନେମା । ଦୁଇଟି ସିନେମାରେ ପତ୍ନୀ ସସ୍ମିତା ସାମଲ ଅଛନ୍ତି ପ୍ରଯୋଜିକା । ଗୋଟିଏ ସିନେମାରେ ପ୍ରତାପ ସାମଲ ଅଛନ୍ତି କାର୍ଯ୍ୟକାରୀ ପ୍ରଯୋଜକ । ଓଡିଶା ପୋଲିସ ହାଉସିଂ ୱେଲଫେୟାର କର୍ପୋରେସନ ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବୁଧବାର ପ୍ରତାପକୁ ଗିରଫ କରି ଜେଲ ପଠାଇଛି ଭିଜିଲାନ୍ସ । ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ ।

ଓଡିଶା ରାଜ୍ୟ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ ଲିମିଟେଡ଼ର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ୧୦ରୁ ଅଧିକ ସ୍ଥାନରେ ଚଢାଉ କରାଯାଇଥିଲା । ସରକାରୀ ହିସାବରେ ୧୪ କୋଟି ୮୭ ଲକ୍ଷ ୪୧ ହଜାର ୧୯୪  ଟଙ୍କାର ସମ୍ପତ୍ତି ରହିଛି । ଯାହା ତାଙ୍କ  ଆୟଠାରୁ ୧୦୨୧% ଅଧିକା । ତେବେ ତାଙ୍କ ସମ୍ପତ୍ତି ମଧ୍ୟରେ ଭୁବନେଶ୍ବର ଜୟଦେବ ବିହାରରେ ୬ ତାଲା  କୋଠା, ରାଜଧାନୀ ଉପକଣ୍ଠ ଗୋଠପାଟଣାରେ  ୫ ତାଲା କୋଠା, ଯାହାର ମୂଲ୍ୟ ୩କୋଟି ୮୯ଲକ୍ଷ ୬୦ହଜାର ଟଙ୍କା ହେବ ।  ଆଇଆରସି ଭିଲେଜର ଏନ୍‌-୬ରେ ଆଉ ଏକ ୪ ମହଲା କୋଠାର ସନ୍ଧାନ ମିଳିଛି ।

ସେହିପରି ବାସୁଦେବପୁରର ସିନେମା ହଲ ରୋଡ଼ ବାଲି କଲୋନୀରେ ଚାରିତାଲା ବିଶିଷ୍ଟ  ଆପାର୍ଟମେଂଟ ରହିଛି । ଏସବୁ ବାଦ ମୋଟ ୨୫ଟି ପ୍ଲଟର ଠାବ କରାଯାଇଛି । ୨୫ ପ୍ଲଟର ରେଜିଷ୍ଟ୍ରେସନ ଓ ଷ୍ଟାମ୍ପ ଡ଼୍ୟୁଟି ମିଶାଇଲେ ମୂଲ୍ୟ ୩କୋଟି ୪୧ଲକ୍ଷ ୫୮ହଜାର ୪୧୨ଟଙ୍କା ହେବ।  ବ୍ୟାଙ୍କ ଆକାଉଣ୍ଟରେ ମୋଟ୍ ୧କୋଟି ୬୧ଲକ୍ଷ ୩୫ହଜାର ୮୧୨ଟଙ୍କା ରହିଛି । ବୀମା ରହିଛି ୫୭ ଲକ୍ଷ ୭୨ହଜାର ୧୫୦ଟଙ୍କା । ଏସବୁ କିଛିକୁ ଫ୍ରିଜ କରାଯାଇଛି ।

   Related Posts