Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଗିରଫ ହେଲେ OPHWC ଡେପୁଟି ମ୍ୟାନେଜର, ଠୁଳ କରିଥିଲେ ଆୟଠୁ ୧୦୨୧ ଗୁଣ ଅଧିକ ସମ୍ପତ୍ତି

10/11/2021 at 4:13 PM

ଭୁବନେଶ୍ବର ୧୦।୧୧: ଗିରଫ ହେଲେ କୋଟିପତି ଅଫିସର ପ୍ରତାପ ସାମଲ । OPHWC ଡେପୁଟି ମ୍ୟାନେଜର ପ୍ରତାପ ସାମଲ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହେବେ । ପ୍ରତାପଙ୍କର ଆୟଠାରୁ ୧୦୨୧ % ଅଧିକ ସମ୍ପତ୍ତି ଜବତ ହୋଇଛି । ଏହା ଆୟ ବହିର୍ଭୂତ ସମ୍ପତ୍ତି ଠାବରେ ସର୍ବକାଳୀନ ରେକର୍ଡ । ପ୍ରତାପଙ୍କ ସ୍ତ୍ରୀଙ୍କ ନାଁରେ ବି ମାମଲା ରୁଜୁ କରିଛି ଭିଜିଲାନ୍ସ ।

ଭିଜିଲାନ୍ସ ଜାଲରେ ପଡିଥିବା କୁବେର ଅଫିସର ପ୍ରତାପ ସାମଲଙ୍କ ଦୀର୍ଘ ୨୨ ଘଣ୍ଟା ଘାଣ୍ଟିଥିଲା ଭିଜିଲାନ୍ସ ଟିମ୍ । ଏହି ଅଧିକାରୀଙ୍କର ଏପର୍ଯ୍ୟନ୍ତ ୧୪ କୋଟି ୮୭ ଲକ୍ଷ ୪୧ ହଜାର ୧୯୪ ଟଙ୍କାର ସମ୍ପତ୍ତି ଜବତ ହୋଇଛି । ଯାହାକି ତାଙ୍କ ଆୟଠାରୁ ୧୦୨୧ ପ୍ରତିଶତ ଅଧିକ ।

ପ୍ରତାପ ସାମଲ ଏବଂ ତାଙ୍କ ପତ୍ନୀ ବିପୁଳ ଅୟ ବହିର୍ଭୂତ ସମ୍ପତ୍ତିର ଅଧିକାରୀ ହୋଇଥିଲେ ହେଁ ଭିଜିଲାନ୍ସ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ତେଣୁ ଏନେଇ ଭୁବନେଶ୍ବର ଭିଜିଲାନ୍ସ ପ୍ରତାପ କୁମାର ସାମଲ ଏବଂ ତାଙ୍କ ପତ୍ନୀ ସ୍ମୃତି ସସ୍ମିତା ସାମଲଙ୍କ ବିପକ୍ଷରେ କେଶ ରୁଜୁ କରିଛି ।

   Related Posts