ଝାରସୁଗୁଡା୧/୯: ଆସନ୍ତାକାଲିଠାରୁ ଓପିଜିସି ୟୁନିଟ୍ -୨ ବନ୍ଦ ରହିବ। ମିଳିଥିବା ସୂଚନା ଅନୁସାରେ ବାର୍ଷିକ ମରାମତି ପାଇଁ ୨୧ ଦିନ ସଟଡାଉନ୍ ରହିବ ଓପିଜିସି। ଯାହାଫଳରେ ୨୧୦ ମେଗାଓ୍ବାଟ ବିଜୁଳି ଶକ୍ତି ଉତ୍ପାଦନରେ ବ୍ୟାହତ ସୃଷ୍ଟି ହେବ| ଝାରସୁଗୁଡା ଜିଲ୍ଲା ବନହରପାଲି ଠାରେ ଥିବା ଓପିଜିସି ପରିଚାଳନାଧୀନ ଇବ୍ ଥର୍ମାଲ୍ ଆଜି ମଧ୍ୟରାତ୍ରୀରୁ ଓପିଜିସି ୟୁନିଟ୍ -୨ (୨୧୦ ମେଗାୱାଟ)ର ଯୋଜନାବଦ୍ଧ ବାର୍ଷିକ ମରାମତି ପାଇଁ ବନ୍ଦ ରହିବ। ଏହି ମରାମତି କାର୍ଯ୍ୟ ଶେଷ କରିବାକୁ ୟୁନିଟ୍ -୨କୁ ୨୧ ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯିବ। ଆସନ୍ତା ୨୧ ଦିନ ପର୍ଯ୍ୟନ୍ତ ଓପିଜିସିରୁ ୨୧୦ ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ ବ୍ୟାହତ ହେବ। ଏହି ସମୟ ମଧ୍ୟରେ ବଏଲର, ଟର୍ବାଇନ, ଜେନେରେଟର, ଏବଂ ଟ୍ରାନ୍ସଫର୍ମରର ଆନୁସଙ୍ଗିକ ଯନ୍ତ୍ରପାତିର ବାର୍ଷିକ ରକ୍ଷଣାବେକ୍ଷଣ ଏବଂ ମରାମତି କରାଯିବ | ସରକାରୀ ପ୍ରକ୍ରିୟା ଅନୁଯାୟୀ, ସଂପୃକ୍ତ ରାଜ୍ୟ କର୍ତ୍ତୃପକ୍ଷ ଯଥା GRIDCO ଏବଂ ଷ୍ଟେଟ୍ ଲୋଡ୍ ଡେସପ୍ୟାଚ୍ ସେଣ୍ଟର (SLDC)ଙ୍କ ପରାମର୍ଶ ମୁତାବକ ଏହି ବାର୍ଷିକ ମରାମତି ଯୋଜନା କରାଯାଇଛି।
ବଡଚଣାରୁ ଅମର ଶତପଥୀ ଆଉଟ୍, ବର୍ଷା ପ୍ରିୟଦର୍ଶିନୀ ଇନ୍...