Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଲୋକାର୍ପିତ ହେଲା ଓପିଜିସି ତୃତୀୟ ଓ ଚତୁର୍ଥ ୟୁନିଟ: ୧୩୨୦ ମେଗାଓ୍ବାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହେବ, ରାଜ୍ୟରୁ ଦୂର ହେବ ଶକ୍ତି ସଂକଟ

1/03/2019 at 7:55 PM

ବନହରପାଲି୧|୩: ଲୋକାର୍ପିତ ହେଲା ଓପିଜିସି ତୃତୀୟ ଓ ଚତୁର୍ଥ ୟୁନିଟ। ୧୫ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବାଏହି ଦୁଇଟିୟୁନିଟିରୁ ୧୩୨୦ ମେଗାଓ୍ବାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହେବ। ଏହାକୁ ଲୋକର୍ପିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଆସନ୍ତା ୨୫ ବର୍ଷ ପାଇଁ ରାଜ୍ୟରେ ଶକ୍ତି ସଙ୍କଟ ଦେଖାଦେବ ନାହିଁ । ଏପଟେ ଚଳିତ ବର୍ଷ  ପାଓ୍ବାର କଟ ହେବ ନାହିଁ ବୋଲି ଘୋଷଣା କରିଛନ୍ତି ଶକ୍ତି ମନ୍ତ୍ରୀ । କିନ୍ତୁ ଓପିଜିସି  ରାଜ୍ୟକୁ କିଛି ଫାଇଦ ମିଳିବନି ବୋଲି ଯୁକ୍ତି ବାଢ଼ିଛି ଉପଭୋକ୍ତରା ସଂଘ… 

ପାଓ୍ବାର କଟ ହେବନି। ଚଳିତ ବର୍ଷ ରାଜ୍ୟ ଶକ୍ତି କ୍ଷେତ୍ରରେ ବଳକା ହେବ। ରାଜ୍ୟ ଆବଶ୍ୟକତାକୁ ପୂରଣ କରି ବାହାର ରାଜ୍ୟକୁ ବିଦ୍ୟୁତ ଶକ୍ତି ବିକ୍ରି ହେବ। କାରଣ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି ଓପିଜିସିର ତୃତୀୟ ଏବଂ ଚତୁର୍ଥ ୟୁନିଟ। ଝାରସୁଗୁଡାରେ ୧୫ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା  ଓପିଜିସିରଏହି  ତୃତୀୟ ଓ ଚତୁର୍ଥ ୟୁନିଟକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଦୁଇ ୟୁନିଟରୁ ୧୩୨୦ ମେଗାଓ୍ବାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହେବ।  ଏହା ରାଜ୍ୟର ନିଜସ୍ବ ଶକ୍ତି ଉତ୍ପାଦନ ପ୍ରକଳ୍ପ। ଆସନ୍ତା ୨୫ ବର୍ଷ ପାଇଁ ରାଜ୍ୟ​‌ରେ ଶକ୍ତି ସଙ୍କଟ ଦେଖା ଦେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପ୍ରତି ବର୍ଷ ଖାରାଦିନେ ଘନ ଘନ ପାଓ୍ବାର କଟ ହୁଏ। ସରକାର ପ୍ରତିବର୍ଷ ପାଓ୍ବାର କଟ ହେବ ନାହିଁ ବୋଲି ସ୍ଲୋଗାନ ଦିଅନ୍ତି କିନ୍ତୁ ବେଧଡକ ପାଓ୍ବାର କଟ ହୁଏ । ପିକ୍‌ ଆଓ୍ବାରରେ ୪ହଜାର ୫ଶହ ମେଗାଓ୍ବାଟ ବିଦ୍ୟୁତ ଶକ୍ତି ଆବଶ୍ୟକ ରହିଛି। ଆଜି ବି ଶକ୍ତି ମନ୍ତ୍ରୀ ଏହି ସ୍ଲୋଗାନ ମାରିଛନ୍ତି। କିନ୍ତୁ ବି​‌ଶେଷଜ୍ଞ ମତ ଓପିଜିସିର ଏହି ଦୁଇ ୟୁନିଟରୁ କିଛି ସୁଫଳ ମିଳିବ ନାହିଁ। କାରଣ  ଏଥିରେ ରାଜ୍ୟ ସରକାରଙ୍କ ୫୧ପ୍ରତିଶତ ସେୟାର ରହିଛି। ଉତ୍ପାଦନ ହେଉଥିବା ୟୁନିଟ୍‌ରୁ ରାଜ୍ୟକୁ ମିଳିବ ୬୬୦ ମେଗାଓ୍ବାଟ ବିଦ୍ୟୁତ ଶକ୍ତି । ୟୁନିଟ ପିଛା ଦର ନିର୍ଦ୍ଧରଣ କରିବେ ସିଇଆରସି।

ଖରାଦିନ ଆସିଲେ ବିଦ୍ୟୁତ ସଙ୍କଟ ବଢ଼ିଯାଏ। କିନ୍ତ ବହୁଦିନ ଦାବି ପରେ ଓପିଜିସିର ତୃତୀୟ ଓ ଚତୁର୍ଥ ୟୁନିଟ ଲୋକାର୍ପିତ ହୋଇଥିବାରୁ ଚଳିତ ବର୍ଷ ଏଥିରୁ ଟିକେ ଆଶ୍ବସ୍ତି ମିଳିପାରେ।

   Related Posts