Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ବନ୍ଦ ହେଲା ଝାରସୁଗୁଡା ଓପିଜିସିର ୨ ନମ୍ବର ୟୁନିଟ୍ : କୋଇଲା ଅଭାବରୁ ଓପିଜିସି କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି

14/10/2019 at 11:58 AM

ଝାରସୁଗୁଡ଼ା ୧୪/୧୦: ବନ୍ଦହେଲା ଓପିଜିସିର ୨ ନମ୍ବର ୟୁନିଟ । ଫଳରେ ୨୧୦ ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ ବ୍ୟାହତ ହୋଇଛି । ବନହରପାଲି ଠାରେ ଥିବା ଇବ୍ ଥର୍ମାଲ ଏମସିଏଲରୁ ଯଥେଷ୍ଟ କୋଇଲା ମିଳୁ ନଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ଓପିଜିସି କର୍ତ୍ତୃପକ୍ଷ । ବର୍ତ୍ତମାନ ଓପିଜିସିର ୪ଟି ୟୁନିଟରୁ ୧୭୪୦ ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ ହେଉଛି ।

ଓପିଜିସିର ପ୍ରଥମ ଓ ଦ୍ୱିତୀୟ ୟୁନିଟରୁ ୪୨୦ ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ କ୍ଷମତା ଥିବା ବେଳେ ଦୈନିକ ୮ ହଜାର ମେଟ୍ରିକ୍ ଟନ କୋଇଲା ଆବଶ୍ୟକ । ସେହିପରି ଗତ ଜାନୁଆରୀରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ତୃତୀୟ ଓ ଚତୁର୍ଥ ୟୁନିଟରୁ ୧୩୨୦ ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ ପାଇଁ ଦୈନିକ ୧୬ ହଜାର ମେଟ୍ରିକ୍ ଟନ କୋଇଲା ଆବଶ୍ୟକ । ଏହିପରି ଦୈନିକ ୨୪ ହଜାର ମେଟ୍ରିକ୍ ଟନ କୋଇଲାର ଆବଶ୍ୟକତା ରହିଥିବା ବେଳେ ମାତ୍ର ୧୦ ହଜାର ମେଟ୍ରିକ ଟନ କୋଇଲା ଯୋଗାଉଛି ଏମସିଏଲ ।

ଫଳରେ ଓପିଜିସିର ୪ଟି ଯାକ ୟ୍ଟୁନିଟ ଚଳାଇବା ଅସମ୍ଭବ ହୋଇ ପଡୁଛି ।  ପୁର୍ବରୁ ଓପିଜିସିରେ ଗଚ୍ଛିତ ଥିବା କୋଇଲାରୁ ୪ଟି ଯାକ ୟୁନିଟକୁ ଚଳାଇ ଆସୁଥିବା ଓପିଜିସିର ଗଚ୍ଛିତ କୋଇଲା ଶେଷ ହେଲାଣି |  ଏହିଭଳି ଧାରା ବଜାୟ ରହିଲେ ଆଗକୁ ଆହୁରି ଅଧିକ ୟୁନିଟକୁ ବନ୍ଦ କରାଯାଇପାରେ ବୋଲି ଓପିଜିସି କର୍ତୁପକ୍ଷ ସୂଚନା ଦେଇଛନ୍ତି ।

   Related Posts