Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଭୁବନେଶ୍ବରରେ ପଶିଥିବା ବାଘକୁ ଧରିବା ପାଇଁ ଆରମ୍ଭ ହେଲା ଅପରେସନ

19/02/2019 at 12:53 PM

ଭୁବନେଶ୍ବର୧୯|୨:ରବିବାର ରାତିରେ ଭୁବନେଶ୍ବର ପଳାସପଲ୍ଲୀ ଅଂଚଳରେ ଗତ ରବିବାରେ ଦେଖାଯାଇଥିବା କଲରାପତ୍ରିଆ ବାଘକୁ ଧରିବା ପାଇଁ ଅପରେସନ ଆରମ୍ଭ ହୋଇଛି । ବନବିଭାଗନକ୍ସା ପ୍ରସ୍ତୁତକରି ଅପରେସନ ଆରମ୍ଭ କରିଛି । ସିଟି ଡିଏଫ୍‌ଓ ଅଶୋକ ମିଶ୍ରଙ୍କ ନେତୃତ୍ବରେ ୪ଟି ରେଞ୍ଜର ଅଧିକାରୀ ଅପରେସନରେ ସାମିଲ ହୋଇଛନ୍ତି । ଚନ୍ଦକା ଡିଏଫ୍‌ଓ କେଦାର କୁମାର ସ୍ବାଇଁ, ନନ୍ଦନକାନନ ଡେପୁଟି ଡାଇରେକ୍ଟର ଜୟନ୍ତ ଦାସ ମଧ୍ୟ ଅପରେସନରେ ରହିଛନ୍ତି । ପୁରୁଣା ଏୟାରପୋର୍ଟ ରୋଡ ଓ ଏହାର ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି । ନନ୍ଦନକାନନର ୨ଟି ଟ୍ରାଙ୍କୁଲାଇଜ ଟିମ୍‌ ଅପରେସନରେ ସାମିଲ ହୋଇଛନ୍ତି ।

ଗତ ରବିବାର ଦିନ ଏୟାରପୋର୍ଟ ପାଚେରୀ ଡେଇଁ ପଳାସପଲ୍ଲୀ ଅଂଚଳକୁ ପଶି ଆସିଥିଲା ଏୟାରପୋର୍ଟ ପାଚେରୀ କଡରେ ଥିବା ଏକ ଆପାର୍ଟମେଣ୍ଟ ତଳେ ବାଘଟି ପହଂଚିଥିଲା । ରାତି ଠିକ ୧୧ଟା ୧୭ ମିନିଟରେ ବାଘଟି ଏହି ଆପାର୍ଟମେଣ୍ଟ ତଳେ ପହଂଚିଥିବା ସିସିଟିଭିରୁ ଦେଖିବାକୁ ମିଳିଛି । ଆପାର୍ଟମେଣ୍ଟର ଗ୍ରାଉଣ୍ଡ ଫ୍ଲୋରରେ ଥିବା ଏକ ଘରୋଇ ସଂସ୍ଥାର ଜଣେ କର୍ମଚାରୀ ସେଠାରେ ଫୋନରେ କଥା ହେଉଥିବାବେଳେ ବାଘଟିକୁ ଦେଖି ଲୁଚିଯାଇଥିଲେ ।

 ୫ମିନିଟ ଧରି ବାଘଟି ସେଠାରେ ରହିବା ପରେ ଲଂଫଦେଇ ଚାଲିଯାଇଥିଲା । ଏହାପରେ କର୍ମଚାରୀ ଜଣକ ଦୌଡି ଦୋଡି ନିଜ କାର୍ଯ୍ୟାଳୟରେ ପହଂଚି ସହଯୋଗୀମାନଙ୍କୁ କହିଥିଲେ । କିନ୍ତୁ ସହଯୋଗୀମାନେ ଏହାକୁ ବିଶ୍ବାସ କରିନଥିଲେ । ତେବେ ଗତକାଲି ସିସିଟିଭି ଦେଖିବାପରେ ସମସ୍ତେ ବିଶ୍ବାସ କରିବା ସହ ବନ ବିଭାଗକୁ ଖବର ଦେଇଥିଲେ ।

ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି । ବାଘଟି କେମିତି ଓ କୋଉଠୁ ଆସି ରାଜଧାନୀରେ ପହଞ୍ଚିଲା ତାକୁ ନେଇ ସମସ୍ତେ ଦ୍ବନ୍ଦ୍ବ ଓ ଆଶ୍ଚର୍ଯ୍ୟରେ ରହିଛନ୍ତି । ଚନ୍ଦକା ଜଂଗଲରୁ ବାଘଟି ଆସିଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଚନ୍ଦକା ଜଂଗଲେ ବାଘ ନଥିବା ଆଜିଯାଏଁ କୁହାଯାଉଥିଲା ।

   Related Posts