ବିଷଧର ତମ୍ପ ସାପର ଏକ୍ସରେ- ଅପରେସନ୍‌ ବେଡ୍‌ରେ ସାପ, ପେଟରୁ ବାହାରିଲା ବନସି କଣ୍ଟା

Published By : Prameya-News7 Bureau | October 20, 2019 IST

ଭୁବନେଶ୍ୱର ୨୦।୧୦ - ଅପରେସନ ବେଡରେ ସାପ । ଦୀର୍ଘ ଘଣ୍ଟାଏ କାଳ ଅପରେସନ ପରେ ମରଣ ମୁହଁରୁ ବଞ୍ଚାଇ ପାରିଛନ୍ତି ଡାକ୍ତର । ପେସେଣ୍ଟ ର ନା ତମ୍ପ ହୋଇଥିବାବେଳେ ତାର ଠିକଣା ଜଳେଶ୍ବରରେ । ଭୁବନେଶ୍ବର ଓୟୁଏଟି ପ୍ରାଣୀ ଚିକିତ୍ସାଳୟରେ ସାପର ଅପରେସନ ପରେ ସେ ଏବେ ସୁସ୍ଥ ଅଛି । ତେବେ ଆସନ୍ତୁ ଦେଖଇବା ସେ ତମ୍ପ କିଏ ଓ କାହିଁକି ହୋଇଥିଲା ତାର ଅପରେସନ  ।

{"id":172336}

ପେସେଣ୍ଟର ନାଁ ତମ୍ପ ।  ଠିକଣା ଜଳେଶ୍ବର । ତମ୍ପର ଅପରେସନ ପାଇଁ ଚାଲିଛି ପ୍ରସ୍ତୁତି । ଆବଶ୍ୟକୀୟ ଔଷଧ ପତ୍ର, ସାଲାଇନ ଠୁ ଆରମ୍ଭ କରି ଏକ୍ୟୁମେଣ୍ଟ ଏକାଠି କରାଯାଉଛି । ମଣିଷ ନୁହେଁ ଆମେ କହୁଛୁ ତମ୍ପ ସାପ ଅପରେସନ କଥା । ଏ ହେଉଛି  ଭୁବନେଶ୍ବର ଓୟୁଏଟି ପ୍ରାଣୀ ଚିକିତ୍ସାଳୟରେ ଓଟିର ଦୃଶ୍ୟ ।  ସାପରେ ତଣ୍ଟିରେ କଣ୍ଟା ଲାଗିଥିବାରୁ ତାକୁ ଅପରେସନ କରିବାହାର କରିବାକୁ ଓୟୁଏଟିକୁ ଅଣାଯାଇଥିଲା ।  ପ୍ରଥମେ ତାର ଏକ୍ସ୍ରେ କରାଯାଇଥିଲା । ସାପକୁ ଆନାସ୍ଥେସିଆ ଦିଆଯାଇ ଆରମ୍ଭ ହୋଇଥିଲା ଅପରେସନ । ଆପଣ ଦେଖୁଛନ୍ତି ଅପରେସନ ତମ୍ପ ସାପର ଦୃଶ୍ୟ । ସାପ ପାଟିରେ ଦେଖାଯାଉଛି ବନସି ସୂତା । ଆଉ ଭିତରେ ଲାଗିଛି ବନସିର କଣ୍ଟା । କଣ୍ଟାକୁ କାଢିବାକୁ ଅପରେସନ ଚଳାଇଛନ୍ତି ଓୟୁଏଟିର ଡାକ୍ତରୀ ଟିମ । ସଲ୍ୟ ଚିକିତ୍ସା ବିଭାଗର ଡାକ୍ତର ବିଶ୍ବଦୀପ ଜେନା ଓ ତାଙ୍କ ଟିମ ପାଖା ପାଖି ଘଣ୍ଟାଏ କାଳ ଅପରେସନ କରିବା ପରେ ତମ୍ପ ସାପ ପେଟରୁ ବାହାରିଥିଲା ବନସି କଣ୍ଟା । ଆଉ ପୁଣି ତାର ପେଟକୁ ଷ୍ଟିଚ କରିଛନ୍ତି ଡାକ୍ତର ।

ବାଲେଶ୍ବର ଜିଲ୍ଲାର ଜଳେଶ୍ବର ଅଞ୍ଚଳରେ ଏକ ପୋଖୀରେ  ସାପଟି ବନିଶୀ ଗିଳି ଛଟପଟ ହେଉଥିଲା। ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସାପଟିକୁ ଉଦ୍ଧାର କରି ଓୟୁଏଟି ପ୍ରାଣୀ ଚିକିତ୍ସାଳୟ ଆଣିଥିଲେ । ସାପର ପେଟରେ କଣ୍ଟା ଲାଗିଥିବାରୁ ତାର ବଞ୍ଚିବା କଷ୍ଟକର ଥିଲା । କଣ୍ଟା ଗିଳିଥିବା ସାପକୁ ଅପରେସନ ଏବେ  ଅପରେସନ ପରେ ସାପଟି ସୁସ୍ଥ ଥିବା ଡାକ୍ତର କହିଛନ୍ତି । ସାପକୁ ତରଳ ଖାଦ୍ୟ ଦିଆଯିବ ସଂପୂଣ୍ଣ ସୁସ୍ଥ ହେବା ଯାଏ ୭ରୁ ୧୦ ଦିନ ଅବଜରଭେସନରେ ରଖାଯିବ ।

ସୁସ୍ଥ ହେବାପରେ ତମ୍ପକୁ ପୁଣି ଥରେ ଧରାଯାଇଥିବା  ଅଞ୍ଚଳରେ ଛଡାଯିବ ବୋଲି ସେକ୍ନ ହେଲପ ଲାଇନ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.