ଅପରେସନ ନୀଳ ଜହର : ୮ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

Published By : Prameya-News7 Bureau | November 27, 2021 IST

ବାଲିଗୁଡା, ୨୭/୧୧:   କନ୍ଧମାଳ ଜ଼ିଲ୍ଲା କ. ନୂଆଗାଁ ଥାନା  ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗର ପୁଣି ଅପରେସନ ନୀଳ ଜହର । ଶୁକ୍ରବାର କ. ନୂଆଗାଁ ଥାନା  ଅନ୍ତର୍ଗତ ସାଇନପଡା ଗ୍ରାମ ପଞ୍ଚାୟତର ନଦୀ ତଟବର୍ତ୍ତୀ ଅଞ୍ଚଳର ଉପାନ୍ତ ନନ୍ଦମାହା ଓ କିରାକେତା ଗାଁରେ ନଷ୍ଟ କରାଗଲା ଗଞ୍ଜେଇ ଚାଷ ।  ସରକାରୀ ଜମି ଓ ଜଙ୍ଗଲ ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଅଶିଏ ଏକର ଅଞ୍ଚଳର ଗଞ୍ଜେଇ ଚାଷକୁ କାଟି ପୋଡି ଦେଇଛି ପୋଲିସ ଓ ଅବକାରୀ ବିଭାଗ l

ନଷ୍ଟ କରାଯାଇ ଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ଆଠ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଥାନା ଅଧିକାରୀ ଶ୍ରୀନିବାସ ସାମଲ ସୂଚନା ଦେଇଛନ୍ତି । ଏନେଇ ଥାନାରେ କେସ ନମ୍ବର ୯୭/ ୨୧ଏନ ଡ଼ି ପି ଏସ ଆକ୍ଟରେ  ବେନାମୀ ଚାଷୀନାମରେ ମାମଲା ରୁଜୁ ହୋଇଛି l ନୀଳଜହର ଅପରେସନରେ ଅତିରିକ୍ତ ତହସିଲଦାର ଏବଂ ତହସିଲ କର୍ମଚାରୀ ପୋଲିସ ଫୋର୍ସ ସହ ଅବକାରୀ କର୍ମଚାରୀ ଉପସ୍ଥିତ ଥିଲେ l

ସୂଚନାଯୋଗ୍ୟ, ନୀଳଜହର ବା ଗଞ୍ଜେଇର ପେଣ୍ଠସ୍ଥଳୀ କୁହାଯାଉଥିବା କନ୍ଧମାଳର ବିଭିନ୍ନ ଥାନା ଅଞ୍ଚଳରେ   ବେଧଡକ ଗଞ୍ଜେଇ ଚାଷ ହେଉଛି l ବାହାର ରାଜ୍ୟର ମାଫିଆ ଆଦିବାସୀଙ୍କୁ ହାତକରି ଜଙ୍ଗଲ ଓ ଉପାନ୍ତ ଅଞ୍ଚଳରେ ଚାଷ ଓ ବ୍ୟବସାୟର କାୟା ବିସ୍ତାର କରିଚାଲିଛନ୍ତି । ଏହାକୁ ରୋକିବାକୁ କ. ନୂଆଗାଁ ପୋଲିସ ଓ ଅବକାରୀ ବିଭାଗ କସରତ କରୁଛନ୍ତି । କାର୍ଯାନୁଷ୍ଠାନ ଫଳରେ ଗଂଜେଇ ମାଫିଆ ଓ ଚାଷୀ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.