ଅପରେସନ ନୀଳ ଜହର : ୧୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

Published By : Prameya-News7 Bureau | November 26, 2021 IST

ବାଲିଗୁଡା, ୨୬|୧୧:  କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା  ଅଞ୍ଚଳରେ ବେଧଡକ ଭାବେ ଚାଲିଛି ଗଞ୍ଜେଇ ଚାଷ । ଘଞ୍ଚ ଜଙ୍ଗଲ ନଦୀ ତଟବର୍ତ୍ତୀ ଗାଁ ଗୁଡିକରେ ଗ୍ରାମବାସୀ କୁଟୀର ଶିଳ୍ପ ଭଳି ଏହି ବେଆଇନ ଚାଷରେ ଲିପ୍ତ ରହୁଛନ୍ତି । ଖବର ପାଇ ପୋଲିସ ଓ ଅବକାରୀ ବିଭାଗ ପୁଣି ଅପରେସନ ନୀଳ ଜହର  ଜାରି ରଖିଛନ୍ତି ।

ନୀଳଜହର ବା ଗଞ୍ଜେଇର ପେଣ୍ଠସ୍ଥଳୀ କୁହାଯାଉଥିବା କନ୍ଧମାଳର ବିଭିନ୍ନ ଥାନା ଅଞ୍ଚଳରେ   ବେଧଡକ ଭାବେ ଗଞ୍ଜେଇ ଚାଷ ହେଉଛି l  ଗୁରୁବାର ବାଲିଗୁଡା ଥାନା ଅନ୍ତର୍ଗତ ମିଡିଆକିଆ ଗ୍ରାମ ପଞ୍ଚାୟରେ ବେଆଇନ ଭାବେ ଚାଷ ହୋଇଥିବା ଶହେ ପଞ୍ଚାବନ ଏକରରେ ଗଞ୍ଜେଇ ଗଛକୁ ନଷ୍ଟ କରିଛି  ବାଲିଗୁଡା ପୋଲିସ ଓ ଅବକାରୀ ବିଭାଗ  । ନଷ୍ଟ କରାଯାଇ ଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପନ୍ଦର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଥାନା ଅଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି । ଏନେଇ ବାଲିଗୁଡା ଥାନାରେ କେସ ନମ୍ବର ୨୪୭/ ୨୧ ଏନ ଡ଼ି ପି ଏସ ଆକ୍ଟରେ   ମାମଲା ରୁଜୁ ହୋଇଛି l ନୀଳଜହର ଅପରେସନ ବେଳେ ବାଲିଗୁଡା  ଏସ ଡି ପି ଓ,  ଜି. ଆର. ଆର. ରଘୁବେନ୍ଦ୍ରଙ୍କ ପ୍ରତକ୍ଷ, ଥାନା ଅଧିକାରୀ ବାବା ଶଙ୍କର ସରାଫ, ତହସିଲ କର୍ମଚାରୀ, ଅବକାରୀ କର୍ମଚାରୀ, ପୋଲିସ ଫୋର୍ସ ଉପସ୍ଥିତ ଥିଲେ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.