Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ଅମିତ ଶାହଙ୍କ ବେକରେ ଅସ୍ତ୍ରୋପଚାର

4/09/2019 at 6:11 PM

ଅହମ୍ମଦାବାଦ – କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କର ବେକରେ ଅସ୍ତ୍ରୋପଚାର କରାଯାଇଛି। ଏହା ଏକ ଛୋଟ ଅସ୍ତ୍ରୋପଚାର ବୋଲି ଜଣା ପଡିଛି । ବେକରେ ଚର୍ବି ଜମିବା ଯୋଗୁଁ ଏକ ଛୋଟ ଅବୁର୍ଦ(ଟ୍ୟୁମର)କୁ ଅସ୍ତ୍ରୋପଚାର କରି କଢାଯାଇଛି । ଏହାପରେ ତାଙ୍କୁ ଡାକ୍ତରଖାନରୁ ଘରକୁ ଯିବା ପାଇଁ ଡାକ୍ତର ଅନୁମତି ଦେଇଥିଲେ । ଅହମ୍ମଦାବାଦରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଏହି ଅସ୍ତ୍ରୋପଚାର କରାଯାଇଥିଲା ।

ସକାଳ ୯ଟା ସମୟରେ ଅହମ୍ମଦାବାଦ ସ୍ଥିତ କେଡି ହସ୍ପିଟାଲରେ ଏହି ଅସ୍ତ୍ରୋପଚାର ହୋଇଥିଲା ।ପ୍ରଥମେ ସ୍ୱାସ୍ଥ୍ୟ ଯାଞ୍ଚ ହୋଇଥିଲା । ପରେ ତାଙ୍କୁ ଲୋକାଲ ଆନେସ୍ଥେସିଆ ଦିଆଯାଇଥିଲା ।
ବେକର ପଛ ପାଖରେ ଥିବା ଏକ ଛୋଟ ଅବୁର୍ଦ ବା ଲିପୋମାକୁ ଅସ୍ତ୍ରୋପଚାର କରି କଢାଯାଇଥିଲା । ଏହି ଅସ୍ତ୍ରୋପଚାର ପରେ ଡାକ୍ତରଖାନାରୁ ଘରକୁ ଯିବା ପାଇଁ ଅନୁମତି ଦିଆଯାଇଥିବା ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।
ଆସନ୍ତାକାଲି ସେ ଦିଲ୍ଲୀ ଯିବେ ବୋଲି ସୂଚନା ମିଳିଛି ।

   Related Posts