Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

୧୨୦ ଘଣ୍ଟାର ଅପରେସନ୍ ପରେ ପୋଲିସ କବଜାରେ ଗ୍ୟାଙ୍ଗଷ୍ଟର: ଲିଙ୍କରେ ୭ ଜଣଙ୍କୁ ପଚରାଉଚରା, ଲାଗିଲା ସଂଗୀନ ଦଫା

16/04/2021 at 12:01 PM

କଟକ ୧୬/୪: ହାଇଦର ଧରାପଡିବା ନେଇ ସବିଶେଷ ତଥ୍ୟ ରଖିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଗ୍ୟାଙ୍ଗଷ୍ଟରକୁ କେମିତି ଧରିଲା ପୋଲିସ ସେ ନେଇ ସସସ୍ତ ସୂଚନା ଦେଇଛନ୍ତି ସିପି । ତେଲେଙ୍ଗାନାରେ ଥିବା ଆମକୁ ମିଳିଥିଲା ସୂରାକ୍ । ହାଇଦରକୁ ଗିରଫ କରିବାକୁ ଲାଗିଥିଲା ୧୨୦ ଘଣ୍ଟାର ଅପରେସନ । SCBରୁ ଚକମା ଦେଇ ଫେରାର୍ ହୋଇଯାଇଥିଲା ହାଇଦର ।

ଦାୟିତ୍ୱରେ ଥିବା ସୁରକ୍ଷା କର୍ମଚାରୀଙ୍କୁ ନିଶା ଦେଇ ଖସିଯାଇଥିଲା ହାଇଦର । ପ୍ରଥମେ କାର୍ ପରେ ବାଇକେ ଯୋଗେ ଚାଲିଯାଇଥିଲା ।  ସେ ତେଲେଙ୍ଗାନାରେ ଥିବା ନେଇ ୧୧ ତାରିଖରେ ଆମକୁ ସ୍ପଷ୍ଟ ସୂଚନା ମିଳିଥିଲା । ସବୁ ଦିଗରୁ ତଦନ୍ତ ପରେ ଆମ ଟିମ୍ ହାଇଦ୍ରାବାଦ ଗସ୍ତ କରିଥିଲେ । ୪ ଟି ଟିମ୍ ୪ ଭାଗରେ ବିଭକ୍ତ ହୋଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ୧୩, ୧୪, ୧୫ରେ ଅପରେସନକୁ ଜୋରଦାର କରାଯାଇଥିଲା । ଆମର ୨ଟି ଟିମ୍ ତେଲେଙ୍ଗାନା ଯାଇ ତନାଘନା କରିଥିଲେ । ଏହି ଟିମରେ ଥିଲେ ବାଦାମବାଡି ଥାନା ଆଇଆଇସି ଓ ଚାଉଳିଆଗଞ୍ଜ ଥାନା ଆଇଆଇସି ।

ଅନ୍ୟ ୨ଟି ଟିମ୍ ଝାଡଖଣ୍ଡ ଓ ମହାରାଷ୍ଟ୍ର ଅଭିମୁଖେ ଯାଇଥିଲେ । ଫେରାର ହେବାର ୩ ଘଣ୍ଟା ଭିତରେ ରାଜ୍ୟ ବାହାରକୁ ଚାଲିଯାଇଥିଲା ହାଇଦର । ଟେକ୍ନିକାଲ ସର୍ଭେଲାନ୍ସରୁ ଆମକୁ ଅନେକ ଗୁଡିଏ ତଥ୍ୟ ମିଳିଥିଲା । ଏହି ତଦନ୍ତରୁ ଜିରୋ ଡାଉନ କରାଯାଇ ହାଇଦରର ଗତିବିଧି ନେଇ ମିଳିଥିଲା ସୁଚନା । ଶେଷରେ ଦୀର୍ଘ ୫ ଦିନ ପରେ ତାଙ୍କୁ ତେଲେଙ୍ଗାନାର ସାଙ୍ଗାରେଡ୍ଡିରୁ ଗିରଫ କରିବାରେ ସକ୍ଷମ ହୋଇଥିଲା ପୋଲିସ ।  ସେ ଆହୁରି ମଧ୍ୟ କହିଛନ୍ତି ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ହାଇଦ୍ରାବାଦରେ ରହୁଛି । ତେବେ ହାଇଦ୍ରାବାଦରେ ଲୁଚି ରହିଥିବା ନେଇ ଆମର ସନ୍ଦେହ ଜାତ ହୋଇଥିଲା ।

ଗତାକାଲି ତେଲେଙ୍ଗାନର ସାଙ୍ଗାରେଡ୍ଡିରେ ହାଇଦର ଗିରଫ କରାଯିବ ସହ ଜାହିରାବାଦ କୋର୍ଟ ହାଜର କରାଯାଇଥିଲା । ଏବେ ହାଇଦରର ୭ ସହଯୋଗୀଙ୍କୁ ଆମେ ଅଟକ ରଖି ପଚାରାଉଚରା କରୁଛୁ । ଆଗକୁ ଆମେ ହାଇଦରକୁ ଟ୍ରାନଜିଟ୍ ରିମାଣ୍ଡରେ ତାକୁ ଜେରା କରିବା ସହ ଫେରାର୍ ପଛର ରହସ୍ୟ ଉନ୍ମୋଚନ କରିବୁ । ସେପଟେ ହାଇଦର ବିରୋଧରେ ସଂଗୀନ ଦଫା ସବୁ ଲଗାଯାଇଛି । ୩୨୮, ୨୨୪ ସହ ୧୨୦(ବି) ଭଳି ଦଫା ସବୁ ଲାଗିଛି । ତେବେ ହାଇଦରର ଫେରାର୍ ପଛରେ କଣ ସବୁ ରହସ୍ୟରହିଛି ତାହା ଆଗାମୀ ଦିନରେ ଜଣାପଡିବ ବୋଲି ପୋଲିସ କମିଶନର କହିଛନ୍ତି ।

   Related Posts