ମାଓ ମୁକାବିଲା ଚିନ୍ତା : Bigstory Follow up

Published By : Prameya-News7 Bureau | June 25, 2018 IST

ମାଓବାଦୀଙ୍କ ୨୪ ଘଣ୍ଟିଆ ବନ୍ଦ ପାଳନ । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓଡିଶା ରାଜ୍ୟ କମିଟି ଓଡିଶା ଏବଂ ଛତିଶଗଡରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ପୋଲିସର ଅପରେସନ ଗ୍ରୀନହଣ୍ଟକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି । ଓଡିଶା ତଥା ପୂର୍ବ ଛତିଶଗଡରେ ଏହି ସଂଗଠନ କାମ କରୁଥିବାବେଳେ ବନ୍ଦ ଡାକରାକୁ ସଫଳ କରିବାକୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲାଗିଛି ମାଓ ପୋଷ୍ଟର । ଫୁଲବାଣୀ ଗୋଛାପଡା ରାସ୍ତା କଟ୍ରିଙ୍ଗିଆରେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି ମାଓବାଦୀ । ବନ୍ଦ ଡାକରାକୁ ଆଖି ଆଗରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଭିନ୍ନ ଜଙ୍ଗଲରେ କୁମ୍ବି କରୁଛନ୍ତି ସୁରକ୍ଷା କର୍ମୀ । ଏହା ସହିତ ରାଜ୍ୟର ବିଭିନ୍ନ ସୀମାରେ ସିଲ କରି ଗାଡ଼ିମୋଟର ଯାଞ୍ଚ କରୁଛନ୍ତି ସୁରକ୍ଷା କର୍ମୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.