Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଗଞ୍ଜେଇ ଚାଲାଣ ରୋକିବାକୁ କୋରାପୁଟ ପୋଲିସର ବଡ ପଦକ୍ଷେପ, ଆରମ୍ଭ ହେଲା ଅପରେସନ୍ ଗ୍ରୀନ୍ କ୍ଲିନ୍

22/10/2021 at 11:24 AM

ଲମତାପୁଟ ୨୨।୧୦: ଗଞ୍ଜେଇ  ଚୋରା ଚାଲାଣ ରୋକିବା ପାଇଁ  କୋରାପୁଟ ପୋଲିସର ବଡ ପଦକ୍ଷେପ ।  ଗୋଟିଏ ପଟେ ୨୪ ଘଣ୍ଟିଆ ନାକାବନ୍ଦୀ କରୁଥିବା ବେଳେ ଆଜିଠୁ ଆରମ୍ଭ କରିଛି ଅପରେସନ୍ ଗ୍ରୀନ୍ କ୍ଲିନ୍ ।   କୋରାପୁଟ ଜିଲ୍ଲା ପାଡୁଆ ଥାନା ଗୋଡିପୁଟ  ଜଙ୍ଗଲ ରେ  ବିପୁଳ  ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରୁଛି  ପୋଲିସ ।  ପାଡୁଆ, କୋରାପୁଟ ପୋଲିସ, ଡିଭିଏଫ୍, ଅବକାରୀ ବିଭାଗ, ବନ ବିଭାଗ ଏବଂ କୋରାପୁଟ ଏବଂ ସ୍ଥାନୀୟ  ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପ୍ରାୟ ୧୦ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇ ସାରିଲାଣି  । ଏହାର ମୂଲ୍ୟ ୧୦ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ସୂଚନା ଦେଇଛି । ଚଳିତ ବର୍ଷ ଅପରେସନ୍ ଗ୍ରୀନ୍ କ୍ଲିନ୍ ଓଡିଶାର ପ୍ରଥମେ ଆରମ୍ଭ କରିଛି କୋରାପୁଟ ପୋଲିସ ।  ପୂର୍ବରୁ  ବ୍ଲୁପ୍ରିଣ୍ଟ  ପ୍ରସ୍ତୁତ କରିଛି  ପୋଲିସ ।   ଗୁଇନ୍ଦା ବିଭାଗ ଡ୍ରୋନ୍ ସାହାଯ୍ୟରେ  ଗଞ୍ଜେଇ ଚାଷ ହୋଇଥିବା ଜାଗାକୁ ଚିହ୍ନଟ କରିଛି । କଡା ସୁରକ୍ଷାରେ  ଚଳିତବର୍ଷ  ମୂଳରୁ ଗଞ୍ଜେଇ ଚାଷ ନଷ୍ଟ କରିବା ଲକ୍ଷ ରଖିଛି ପୋଲିସ ।

ନନ୍ଦପୁର ଏସଡ଼ିପିଓ କହିକନ୍ତି ଏହି ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ହେଲେ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ନଷ୍ଟ କରିବାକୁ ପଡିବ । ତେଣୁ ଶୁକ୍ରବାରଠାରୁ ଆରମ୍ଭ କରାଯାଇଛି ଅପରେସନ୍ ଗ୍ରୀନ୍ କ୍ଲିନ୍ । ଚଳିତ ବର୍ଷ ନନ୍ଦପୁର, ପାଡୁଆ ଏବଂ ଲମତାପୁଟ ଅଞ୍ଚଳରୁ ସମ୍ପୂର୍ଣ୍ଣ ଗଞ୍ଜେଇ ଚାଷ ନଷ୍ଟ କରାଯିବା ଲକ୍ଷ୍ୟ ରଖାଯାଇଛି । ମୂଳରୁ ଗଞ୍ଜେଇ ଚାଷ ନଷ୍ଟ କରିଲେ ଗଞ୍ଜେଇ ଚୋରା ଚାଲାଣ ରେ ସମ୍ପୂର୍ଣ୍ଣ ରୋକ ଲଗା ଯାଇପାରିବ ବୋଲି କହିଛନ୍ତି । 

   Related Posts