Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ପୂଜା ପୂର୍ବରୁ କଟକରେ ପୋଲିସର ଅପରେସନ୍ କ୍ଲିନ୍ ଅଭିଯାନ : ୮୨ ଅପରାଧୀ ଗିରଫ

29/09/2019 at 5:32 PM

କଟକ ୨୯।୯: ପୂଜା ପାଇଁ କଟକରେ କମିଶନରେଟ ପୋଲିସର ବସୁଛି ଘନ ଘନ ବୌଠକ। ଖୋଦ ଡିସିପି ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି ସମୀକ୍ଷା ବୈଠକ। ପୂଜା ପାଇଁ ବିଭିନ୍ନ ଥାନାକୁ ଦିଆଯାଇଥିବା ଅପରାଧ ତାଲିକାକୁ କେତେ କାର୍ଯ୍ୟ କାରୀ କରାଯାଇଛି ସେ ନେଇ ସମୀକ୍ଷା କରାଯାଇଥିବା ବେଳେ ସହରରେ ୮୨ ଜଣ ଓ୍ବାରେଣ୍ଟିକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଦଫା ୧୧୦ରେ ୩୮ ଜଣ କୁ ଜେଲ ପଠାଇଛି ପୋଲିସ ।  ଆବଶ୍ୟକ ପଡିଲେ ଅପରାଧୀ ଙ୍କୁ ଏନ.ଏସରେ ବୁକ କରିବାକୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି ।

ଆଉ ଦିନ କେଇଟା ପରେ କଟକରେ ଆରମ୍ଭ  ହେବ ଦୂର୍ଗାପୂଜା । ଦଶହରା ପୂର୍ବରୁ ସହରର ପେଶାଦର ଅପରାଧୀମାନଙ୍କୁ ଗିରଫ କରି ଜେଲର ଚାରି କାନ୍ଥ ଦେଖାଇଛି ପୁଲିସ । ଏଥିପାଇଁ ବହୁ ପୂର୍ବରୁ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରାଇ ଥିଲେ ଡିସିପି । ଏହି କାମକୁ ଥାନା ଅଧିକାରୀ କେତେ ସଫଳତା ଭାବେ  କରିଛନ୍ତି ସେ ନେଇ ସମୀକ୍ଷା କରିଛନ୍ତି ଡିସିପି । ସହରରେ ପୂଜା ପାଇଁ ହେଉଥିବା ଅପରାଧୀ କ୍ଲିନ ଅଭିଯାନରେ ଏଯାଏଁ ଦଫା ୧୧୦ ବଳରେ ୩୮ ଜଣ ପେଶାଦାର ଅପରାଧୀଙ୍କୁ ଜେଲ ପଠା ଯାଇଥିବା ବେଳେ ଓ୍ବାରେଣ୍ଟ ମାଧ୍ୟମରେ ୮୨ ଜଣଙ୍କୁ ବାନ୍ଧିଛି ପୋଲିସ। ତେବେ ଆବଶ୍ୟକ ପଡିଲେ ଅପରାଧୀଙ୍କୁ ଏନଏସ ବା ଜାତୀୟ ନିରାପତ୍ତା ଆଇନ ଦ୍ୱାରା ଗିରଫ କରିବାକୁ ମଧ୍ୟ ଡିସିପି  ନିର୍ଦ୍ଦେଶ ଦେଇଛନ୍ତି ।

ପାର୍ବଣ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ସହ ଅପରାଧୀ ମାନେ ଦାଦାବଟି ପାଇଁ ସକ୍ରିୟ ହୋଇଥାନ୍ତି । ତେବେ ଦାଦାବଟୀ ଓ ଚାନ୍ଦା ଆଦୟକାରୀ ଉପରେ ପୋଲିସ କଡା ଆଭିମୂଖ୍ୟ ଗ୍ରହଣ କରିବ ବୋଲି କହିଛନ୍ତି ଡିସିପି। ତେବେ ଆସନ୍ତୁ ନଜର ପକାଇବା କେଉଁ ଥାନା କେତେ ଅପରାଧୀମାନଙ୍କୁ ନିଜ କବଜାକୁ ନେଇଛନ୍ତି ।

ସଦର ଥାନା ପୋଲିସ ଦଫା ୧୧୦ ବଳରେ ୮ ଓ ୧୭ ଜଣ ଓ୍ବାରେଣ୍ଟିକୁ  ଗିରଫ କରିଛି ।

ମଙ୍ଗଳାବାଗ ଥାନା ପୋଲିସ ଦଫା ୧୧୦ ବଳରେ ୫ ଓ ୭ ଜଣ ଓ୍ବାରେଣ୍ଟି କୁ ବାନ୍ଧିଛି ।

ବାଦାମବାଡି ଥାନା ପୋଲିସ  ଦଫା ୧୧୦ ବଳରେ ୩ ଓ ୫ ଜଣ ଓ୍ବାରେଣ୍ଟି କୁ ବାନ୍ଧିଛି ।

ଲାଲବାଗ ଥାନା ପୋଲିସ ଦଫା ୧୧୦ ବଳରେ ୧୦ ଓ ୨୧ ଜଣ ଓ୍ବାରେଣ୍ଟି କୁ ବନ୍ଧିଛି ।

ଜଗତପୁର ଥାନା ପୋଲିସ ଦଫା ୧୧୦ ବଳରେ ୬ ଓ ୬ ଜଣ ଓ୍ବାରେଣ୍ଟି କୁ ବାନ୍ଧିଛି ପୋଲିସ ।

ତେବେ ସହିଭଳି ସହରର ଅନ୍ୟ ଥାନା ମଧ୍ୟ ଅପରାଧୀ ଙ୍କୁ ବାନ୍ଧି ଜେଲର ଚାରିକାନ୍ଥ ଦେଖାଇବାରେ ସଫଳ ହୋଇଛନ୍ତି । ବିଶେଷ କରି ପୂଜା ସମୟରେ ଚୋରା ନିଶା କାରବାର ରୋକିବା ପାଇଁ ମଧ୍ୟ ବିଭିନ୍ନ ଥାନାକୁ ଡିସିପି ଅଖିଳେଶ୍ବର ସିଂ  ନିର୍ଦ୍ଦେଶ ଦେଇଛନ୍ତି ।

ସହରରେ ଏହି ଅପରାଧୀ କ୍ଲିନ ଅଭିଯାନ ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ପୂଜା ଶେଷ ପର୍ଯ୍ୟନ୍ତ ଜାରି ରହିବ ବୋଲି କଟକ ଡିସିପି କହିଛନ୍ତି ।

   Related Posts