ଭିଜିଲାନ୍ସ ଜାଲରେ ଓପେପା ଆକାଉଣ୍ଟାଣ୍ଟ୍

Published By : Prameya-News7 Bureau | August 29, 2018 IST

ଭିଜିଲାନ୍ସ ଜାଲରେ ଓପେପା ଆକାଉଣ୍ଟାଣ୍ଟ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଓପେପାର ସିନିୟର ଆକାଉଣ୍ଟାଣ୍ଟ ନଳିନୀ ପୃଷ୍ଟିଙ୍କ ଅଫିସ ଓ ଭୁବନେଶ୍ବର ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ଭୁବନେଶ୍ବର ଓପେପା କାର୍ଯ୍ୟାଳୟ ସମେତ ଜୟଦେବ ବିହାର ଘର, ପୁରୀ, କେନ୍ଦ୍ରାପଡା ଓ ଛତ୍ରପୁରଠାରେ ଥିବା ସଂପର୍କୀୟଙ୍କ ଘର ଉପରେ ଏକକାଳିନ ଚଢାଉ କରାଯାଇଛି । ଭୁବନେଶ୍ବର ଘର ଓ ଅଫିସରୁ ଅନେକ ବ୍ୟାଙ୍କ ପାସବୁକ, ଜମି କାଗଜପତ୍ର, କାର, ବାଇକ, ସୁନା ଅଳଙ୍କାର ସମେତ ଦୁଇଟି ବ୍ୟାଙ୍କରେ ଥିବା ଲକରର କାଗଜ ଜବତ କରିଛି ଭିଜିଲାନ୍ସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.