ଝିଅ-ଜ୍ବାଇଁଙ୍କ ଗିରଫ ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ମହିଳା !

Published By : Prameya-News7 Bureau | September 27, 2018 IST

ଭୁବନେଶ୍ବର୨୭|୯: ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାରେ ଓପେପାର ଆକାଉଣ୍ଟ ଅଫିସର ନଳିନୀ କୁମାରୀ ପୃଷ୍ଟି ଗିରଫ ଘଟଣାକୁ ବରଦାସ୍ତ କରିପାରି ନାହାଁନ୍ତି ତାଙ୍କ ମା । ସେ ଆଜି ଆତ୍ମହତ୍ୟା କରିଛନ୍ତି । ନଳିନୀ ପୃଷ୍ଟିଙ୍କ ମା ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି | ସେ ରହୁଥିବା ଜୟଦେବ ବିହାରସ୍ଥିତ ଆପାର୍ଟମେଣ୍ଟ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି | ଘଟଣାସ୍ଥଳରୁ ପୋଲିସ ଏକ ସୁଇସାଇଡ୍ ନୋଟ ମଧ୍ୟ ଜବତ କରିଛି | ମୃତଦେହ ଜବତ କରି କମିଶନରେଟ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି | ସୂଚନାଯୋଗ୍ୟ ଯେ, ଓପେପା ଆକାଉଣ୍ଟ ଅଫିସର ନଳିନୀ କୁମାରୀ ପୃଷ୍ଟି ଏବଂ ତାଙ୍କ ସ୍ବାମୀ ଛତ୍ରପୁର ତହସିଲଦାର ବିଜୟ କେତନ ସାହୁଙ୍କୁ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଅଗଷ୍ଟ ୩୧ ତାରିଖରେ ଗିରଫ କରାଯାଇଥିଲା । ବେଲ ନମିଳିବା କାରଣରୁ ସେମାନେ ବର୍ତ୍ତମାନ ବିଚାର ବିଭାଗୀୟ ହେପାଜତରେ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.