ଲଣ୍ଡନ ମଲରେ ଅନୁଷ୍ଠିତ ହେବ ଆଇସିସି ବିଶ୍ବକପ୍-୨୦୧୯ର ଭବ୍ୟ ଉଦଘାଟନ, ଇଂଲଣ୍ଡ ରାଜପରିବାର ସମେତ ଯୋଗଦେବେ ୪ ହଜାର କ୍ରିକେଟ୍ ପ୍ରେମୀ

Published By : Prameya-News7 Bureau | May 29, 2019 IST

ଲଣ୍ଡନ ବକିଂହମ ପାଲେସ୍ ର ଖୁବ୍ ନିକଟରେ ଥିବା ମଲରେ ଆରମ୍ଭ ହେବ ଆଇସିସି ବିଶ୍ବକପ୍-୨୦୧୯ର ଭବ୍ୟ ଉଦଘାଟନ। ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଶପଥଗ୍ରହଣ କରିବ ବିଜେପିର ନୂଆ ମନ୍ତ୍ରିମଣ୍ଡଳ। ତେବେ ଏହି ଉତ୍ସବର ମାତ୍ର କିଛି ଘଣ୍ଟା ପୂର୍ବରୁ ଓଭାଲ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଚଳିତ କ୍ରିକେଟ୍ ବିଶ୍ବ କପର ପ୍ରଥମ ମ୍ୟାଚ୍ । ଏପର୍ଯ୍ୟନ୍ତ ନିର୍ବାଚନ ଫିଭରରେ ଥିବା ଭାରତୀୟଙ୍କୁ ଘାରିବ କ୍ରିକେଟ ଫିଭର। ଆଇସିସି ବିଶ୍ବକପ୍ ରେ ବିଶ୍ବର ଶିର୍ଷ ୧୦ ୱାନଡେ ଟିମ୍ ଭାଗ ନେଇଛନ୍ତି । ୩୦ ମେ ଗୁରୁବାର ଖେଳାଯିବ ପ୍ରଥମ ମ୍ୟାଚ୍ । ଯେଉଁଥିରେ ଆୟୋଜକ ଇଂଲଣ୍ଡକୁ ଓଭାଲରେ ଭେଟିବ ଦକ୍ଷିଣ ଆଫ୍ରିକା। ଏଥିପାଇଁ ପ୍ରସ୍ତୁତି ଏବେ ଶେଷ ହୋଇଥିବା ବେଳେ ଏବେ କେବଳ ଅପେକ୍ଷା ଉଦଘାଟନୀ ମ୍ୟାଚ୍ କୁ।

{"id":117436}

ବିଶ୍ବକପ୍ ଉଦଘାଟନ ଉତ୍ସବରେ ଅନୁନ୍ୟ ୪ ହଜାର କ୍ରିକେଟ୍ ପ୍ରେମୀ ଯୋଗ ଦେବେ ବୋଲି ଅକାଳନ କରାଯାଇଛି, ଯେଉଁମାନଙ୍କୁ ବାଲେଟ୍ ପ୍ରକ୍ରିୟାରେ ମନୋନୟନ କରାଯାଇଛି। କାର୍ଯ୍ୟକ୍ରମରେ ଇଂଲଣ୍ଡ ରାଜପରିବାର ଓ ମହାରାଣୀ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି, ଭାରତୀୟ ସମୟ ରାତି ସାଢେ ୯ଟାରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ସାରା ବିଶ୍ବରେ ଟେଲିଭିଜନ ସିଧାପ୍ରସାରଣ ହେବ।  ଭାରତରେ କାର୍ଯ୍ୟକ୍ରମକୁ ଷ୍ଟାରସ୍ପୋର୍ଟସ ନେଟଓ୍ବାର୍କ ସିଧା ପ୍ରସାରଣ କରିବେ। ଏହାର ହିନ୍ଦୀ ଧାରା ବିବରଣୀ ପାଇଁ ଷ୍ଟାରସ୍ପୋର୍ଟସ ହିନ୍ଦୀ ଦେଖି ପାରିବେ।

{"id":117437}

ଜୁନ ୫ରେ ଟିମ୍ ଇଣ୍ଡିଆ ଖେଳିବ ବିଶ୍ବକପ୍ ର ପ୍ରଥମ ମ୍ୟାଚ୍ । ଦକ୍ଷିଣ କୋରିଆ ବିରୋଧରେ ଏହି ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଏଥିପାଇଁ ଇଂଲଣ୍ଡରେ ଜୋରଦାର ଅଭ୍ୟାସ ଚଳାଇଛନ୍ତି ଭାରତୀୟ ଖେଳାଳିମାନେ। ବିଶ୍ବକପ୍ ପୂର୍ବରୁ ଏଠାରେ ଅନୁଷ୍ଠିତ ଅଭ୍ୟାସମ୍ୟାଚ୍ ରୁ ଗୋଟିକରେ ଟିମ ଇଣ୍ଡିଆ ପରାସ୍ତ ହୋଇଥିବା ବେଳେ ଅନ୍ୟଟିରେ ବିଜୟୀ ହୋଇଛି। ତେବେ ଏଥର ବୀରାଟଙ୍କ ନେତୃତ୍ବରେ ଟାଇଟଲ ପାଇଁ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.