ଦୋକାନ ପଛ କବାଟ ଖୋଲି ଚାଲିଥିଲା ବେପାର, ମାଡି ବସିଲା ଏନଫୋର୍ସମେଣ୍ଟ୍ ଟିମ୍, ଲାଗିଲା ୫୦ ହଜାର ଫାଇନ୍

Published By : Prameya-News7 Bureau | May 07, 2021 IST

ଭଦ୍ରକ ୦୭।୦୫ : ଲକଡାଉନ ସମୟରେ ସକାଳ ୬ଟାରୁ ଦିନ ୧୨ ଟା ଯାଏଁ ଦୋକାନ ଖୋଲା ରହିବ। ହେଲେ ୧୨ଟା ପରେ ବି ଦୋକାନ ଖୋଲି ପଛ ପଟ କବାଟରେ ବେପାର କରିବା ଜଣେ ଦୋକାନୀଙ୍କୁ ବହୁତ ମହଙ୍ଗା ପଡିଛି। ଫାଇନ୍‌ ତ ଲାଗିଲା ଏହା ସହ ଦୋକାନ ମଧ୍ୟ ସିଲ୍ ହେଲା। ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗେଟ୍‌ ବଜାରରେ। କୋଭିଡ ଗାଇଡଲାଇନ ଉଲଘଂନ ଅଭିଯୋଗ ପରେ ୫୦ ହଜାର ଟଙ୍କାର ଫାଇନ ଲଗାଇବା ସହ ଭଦ୍ରକ ଜିଲ୍ଲା ଦୋଳସାହି ଗେଟ୍ ବଜାରରେ ଦୋକାନକୁ ସିଲ କଲେ ତିହିଡି ପ୍ରଶାସନ ।

{"id":449581,"width":836,"height":634,"sizeSlug":"large","linkDestination":"none"}

ତିହିଡି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ପେଟ୍ରୋଲିଂ କରୁଥିବା ସମୟରେ  ଦୋଳସାହି ଠାରେ ୧୨ ଟା ପରେ ଏକ ହୋଲସେଲିଂ ଦୋକାନ ଖୋଲି ଦୋକାନର ପଛପଟରୁ ଜିନିଷ ଵିକ୍ରି କରିବାର ଖବର ପାଇଥିଲେ । ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଘଟଣା ସ୍ଥଳରେ ପହଂଚି ଉକ୍ତ ଦୋକାନଟିକୁ ୭ ଦିନ ପାଇଁ ସିଲ କରିବା ସହ ୫୦ ହଜାର ଟଙ୍କା ଜୋରିମାନା କରିଥିଲେ ।  ସଙ୍ଗେ ସଙ୍ଗେ ସମ୍ପୃକ୍ତ ଦୋକାନୀ ବିରୋଧରେ ଏକ ମାମଲା ରୁଜୁ କରିଥିବାର ସୂଚନା ଟ୍ଵିଟ୍ ଯୋଗେ ତହସିଲଦାର ଦେଇଛନ୍ତି ।

{"id":449586,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.