SCBରେ ଓପନ୍ ହାର୍ଟ ସର୍ଜରୀ ବନ୍ଦ, ଅକ୍ସିଜେନ୍ ପାଇପ୍‌ରେ ଲିକ୍ ଯୋଗୁଁ ନିଷ୍ପତ୍ତି

Published By : Prameya-News7 Bureau | November 24, 2020 IST

କଟକ ୨୪।୧୧: କଟକ ବଡ଼ ଡାକ୍ତରଖାନାରେ ଓପନ୍ ହାର୍ଟ ସର୍ଜରୀକୁ ବନ୍ଦ କରାଯାଇଛି । କାର୍ଡିଓଥୋରାସିସ ବିଭାଗର ଅକ୍ସିଜେନ ପାଇପ୍‌ରେ ଲିକ୍ ଯୋଗୁଁ ଏହି ସର୍ଜରୀକୁ ବନ୍ଦ କରାଯାଇଛି । ସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ଓପନ୍ ହାର୍ଟ ସର୍ଜରୀକୁ ବନ୍ଦ ରଖାଯିବ ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି ।

{"id":238992,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ ୨୨ ତାରିଖ ବିଳମ୍ବିତ ରାତିରେ କାର୍ଡିଓଥୋରାସିସ ବିଭାଗ ଆଇସିୟୁରେ ଅକ୍ସିଜେନ ପାଇପ ଫାଟିଯିବା ଅସ୍ତ୍ରୋପଚାରକୁ ବନ୍ଦ ରଖାଯାଇଛି । ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ପରେ ଅକ୍ସିଜେନ ପ୍ଲାଣ୍ଟକୁ ବନ୍ଦ କରାଯିବା ସହ ସ୍ଥିତି ସ୍ବାଭାବିକ ନ ହେବା ଯାଏଁ ଓପନ ହାର୍ଟ ସର୍ଜରୀକୁ ବନ୍ଦ ରଖାଯିବ ବୋଲି କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.