ବଲାଙ୍ଗୀରରେ ବେଧଡକ ଚାଲିଛି ନିଶା କାରବାର; ସବୁ ଜାଣି ନିରବଦ୍ରଷ୍ଟା ପୋଲିସ ଓ ଅବକାରୀ ବିଭାଗ

Published By : Prameya-News7 Bureau | October 22, 2018 IST

ବଲାଙ୍ଗୀର ୨୨/୧୦ : ବଲାଙ୍ଗୀର ସହରରେ ଖୁଲମଖୁଲା ଚାଲିଛି ନିଶା କାରବାର | ନିଶାଦ୍ରବ୍ୟ କାରବାରର ପେନ୍ଥା ସ୍ଥଳ ପାଲଟିଛି ବଲାଙ୍ଗୀର ସହର | ସହରର ଗଳିକନ୍ଦିରେ ମିଳୁଛି ନିଶା ଦ୍ରବ୍ୟ | ଛକଠୁ ଆରମ୍ଭ କରି ସବୁଠି ମିଳୁଛି ମଦ, ଗଂଜେଇ, କୋରେକ୍ସ |ନା ଅଛି ପୋଲିସର ନଜର ନା ଅଛି ଅବକାରୀ ବିଭାଗର ନଜର | ନିଶା ନିବାରଣ ରଥ ବୁଲିଲେ ମଧ୍ୟ ଏହାର କିଛି ପ୍ରଭାବ ପଡ଼ିନାହିଁ | କେତେବେଳେ କେମିତି କୁଚିଆ ମଦ ବେପାରୀଙ୍କୁ ସମସ୍ତେ ବାଃ ବାଃ ନେବାରେ ବ୍ୟସ୍ତ | ଟ୍ରାଫିକ ଛକ, ସରକାରୀ ବସ ଷ୍ଟାଣ୍ଡ, ନୃସିଂହ ମନ୍ଦିର ପୋଖରୀ, ବଲାଙ୍ଗୀର ଟାଉନ ଥାନା ପଛପଟ, ଭାଗିରଥି ଛକ, କଦମ ପଡା, ଶାନ୍ତି ପାଦ, କଲେଜ ଛକ, ଷ୍ଟେସନ ଛକ ଆଦି ସ୍ଥାନରେ ଚାଲିଛି ଅବାଧ ନିଶା କାରବାର | ଅବକାରୀ ଏସପି କିନ୍ତୁ କହୁଛନ୍ତି ତାଙ୍କ ପାଖରେ କୌଣସି ଖବର ନାହିଁ | ପୋଲିସ ଓ ଅବକାରୀ ବିଭାଗର କାର୍ଯ୍ୟଦକ୍ଷତା କୁ ନେଇ ଉଠିଛି ପ୍ରଶ୍ନ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.