ସାବଧାନ ! ରାଜଧାନୀରେ ମୁକୁଳା ଡ୍ରେନ୍ ନେଲାଣି ୫ ଜୀବନ, ବିଏମ୍‌ସି ଶୋଇଛି କୁମ୍ଭକର୍ଣ୍ଣ ନିଦ୍ରାରେ

Published By : Prameya-News7 Bureau | July 26, 2019 IST

ଭୁବନେଶ୍ବର ୨୬|୭: ପୂର୍ବରୁ ବାରମ୍ବାର ଅଭିଯୋଗ ପରେ ବି ଶୋଇଥିଲା ଭୁବନେଶ୍ବର ମହାନଗର ନିଗମ । ରାଜଧାନୀରେ ମୁକୁଳା ଡ୍ରେନ୍‌ ଓ ମ୍ୟାନ ହୋଲ୍‌ ଯୋଗୁଁ  ୫ବର୍ଷରେ ୫ଜୀବନ ଯାଇଥିଲେ ବି ଚେତି ନଥିଲା ବିଏମସି । ଏବେ ଯେତେବେଳେ ପୁଣି ଏକ ଦୁର୍ଘଟଣା ଘଟିଛି, ମୁକୁଳା ଡ୍ରେନ୍‌ରେ ପଡ଼ି ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି,ସେତେବେଳ ସାମ୍ନାକୁ ଆସିଛନ୍ତି ବିଏମସି କର୍ତ୍ତୃପକ୍ଷ । ଆଉ ସବୁଥର ଭଳି ଏଥର ମଧ୍ୟ ତୁରନ୍ତ ଆକ୍ସନର  ଦେଇଛନ୍ତି ।

{"id":137614}

ଜୁଲାଇ ୮ରେ କଟକରେ ଗୋଟେ ଦୁର୍ଘଟଣା ଘଟିଲା ।  ମ୍ୟାନ୍‌ହୋଲ୍‌ରେ ଖସିପଡ଼ିବା ପରେ ୧୦୦ଫୁଟ୍‌ ଦୂର ମୁଖ୍ୟ ଡ୍ରେନ୍‌ରୁ ଉଦ୍ଧାର ହେଲା ୫ବର୍ଷର ଶିଶୁ । ଅଳ୍ପକେ ବଞ୍ଚିଯାଇଥିଲା ଜୀବନ । ଏତେ ବଡ଼ ଦୁର୍ଘଟଣା ପରେ ବି କିଛି ଶିଖି ନଥିଲା ବିଏମସି । ଏହାର ଠିକ୍‌ ୧୧ ଦିନ ପରେ ଅର୍ଥାତ୍‌ ଜୁଲାଇ ୧୯ରେ ରାଜଧାନୀରେ ମୁକୁଳା ପଡ଼ିଥିବା ଶହ ଶହ ମ୍ୟାନ୍‌ହୋଲ ପାଇଁ ଦୁର୍ଘଟଣା ଘଟିପାରେ ବୋଲି ଚେତାଇଥିଲା ନ୍ୟୁଜ୍‌ ସେଭେନ୍‌ ।

{"id":137615}

ସ୍ଥାନୀୟ ସୂର୍ଯ୍ୟନଗରରେ ଏକ ମୁକୁଳା ମ୍ୟାନ୍‌ହୋଲରୁ ନର୍ଦ୍ଦମା ପାଣି ଆସି ରାସ୍ତା ଭାସୁଥିବାର ଦୃଶ୍ୟ ସହ ଅନେକ ଯାଗାର ମୁକୁଳା ଡ୍ରେନ୍‌ର ଚିତ୍ର ଦେଖାଇଥିଲା ନ୍ୟୁଜ୍‌ ସେଭେନ୍‌ । ଆଉ ବିଏମସି କର୍ତ୍ତୃପକ୍ଷଙ୍କୁ ନିଦରୁ ଉଠାଇବାକୁ ଚେଷ୍ଟା କରିଥିଲା । ତଥାପି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବିଏମସି କର୍ତ୍ତୃପକ୍ଷଙ୍କ ନା’ ନିଦ ଭାଙ୍ଗିଲା ନା’ ବର୍ଷା ପୂର୍ବରୁ ରାଜଧାନୀରେ ମୁକୁଳା  ପଡ଼ିଥିବା ମ୍ୟାନହୋଲ ଓ ଡ୍ରେନ୍‌ ଘୋଡ଼ାଇବାକୁ ଉଦ୍ୟମ କରାଗଲା । ସତେ ଯେମିତି ଆଉ ଏକ ବଡ଼ ଦୁର୍ଘଟଣାକୁ ଅପେକ୍ଷା କରି ବସିଥିଲେ ବିଏମସି କର୍ତ୍ତୃପକ୍ଷ ।

{"id":137617}

ଆଉ ଯାହା ଆଶଙ୍କା କରାଯାଉଥିଲା ଠିକ୍‌ ସେୟା ହିଁ ହେଲା । ଗତକାଲି ନୂଆପଲ୍ଲୀ ଏକାମ୍ରଭିଲ୍ଲା ଛକରେ ମୁକୁଳା ଡ୍ରେନ୍‌ରେ ଭାସି ଯାଇ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହେଲା ।ବୃଦ୍ଧା ସଉଦା ନେବାକୁ ଆସି ଫେରୁଥିବାବେଳେ ଘଟିଥିଲା ଏହି ଦୁର୍ଘଟଣା ।

{"id":137618}

ସ୍ମାର୍ଟ ସିଟିରେ ଏଭଳି ଦୁର୍ଘଟଣା ନୁଆ ନୁହେଁ । ଗଲା ୫ବର୍ଷରେ ଏଭଳି ଦୁର୍ଘଟଣାରେ ଗଲାଣି ୫ ଅମୁଲ୍ୟ ଜୀବନ । ତଥାପି ନା’ ନେତା ନା’ ପ୍ରଶାସନ କାହାରି ଚେତା ପଶୁନି । କୌଣସି ଡ୍ରେନ୍‌ କି ମ୍ୟାନ୍‌ହୋଲ ମୁକୁଳା ଛଡ଼ାଯାଇପାରିବ ନାହିଁ । ଡ୍ରେନ୍‌ ଉପରେ ସ୍ଲାବ ପକାଇବା ବାଧ୍ୟତା ମୂଳକ । ସୁପ୍ରିମକୋର୍ଟଙ୍କ ଗାଇଡ୍‌ ଲାଇନ୍‌ ମଧ୍ୟ ଖୋଲାଖୋଲି ଉଲଂଘନ କରିଚାଲିଛି ବିଏମସି । ଆଉ ଯେତେବେଲେ ଦୁର୍ଘଟଣା ରିପିଟ୍‌ ହୋଇଛି, ଆଉ ଏହାକୁ ନେଇ ଲୋକେ ତାତିଛନ୍ତି ସେତେବେଳେ ସାମ୍ନାକୁ ଆସି ବିଏମସି କର୍ତ୍ତୃପକ୍ଷ ସଫେଇ ଦେଉଛନ୍ତି ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.