ମାତ୍ର ୨୦ ଟଙ୍କାରେ ଡାକଘରେ ଖୋଲନ୍ତୁ ସଞ୍ଚୟ ଜମା ଖାତା, ବ୍ୟାଙ୍କ ଠୁ ମିଳିବ ଅଧିକ ସୁବିଧା

Published By : Prameya-News7 Bureau | August 01, 2019 IST

ରାଷ୍ଟ୍ରାୟତ ବ୍ୟାଙ୍କ ଭଳି ଡାକଘରେ ମଧ୍ୟ ସଞ୍ଚୟ ଜମା ଖାତା ଖୋଲାଯାଇପାରିବ। ଏଥି ନିମନ୍ତେ ବିଶେଷ ଅର୍ଥର ଆବଶ୍ୟକତା ନଥିବା ବେଳେ ଏହି ଜମା ଖାତା ଚାଲୁ ରଖିବା ବି ବେଶ ସହଜ। ପୋଷ୍ଟ ଅଫିସ ବ୍ୟାଙ୍କ ମଧ୍ୟ ରାଷ୍ଟ୍ରାୟତ ବ୍ୟାଙ୍କ ଭଳି ଚେକ୍ ବୁକ୍ ଓ ଏଟିଏମ କାର୍ଡ ସେବା ପ୍ରଦାନ କରୁଛନ୍ତି । ଏହି ବ୍ୟାଙ୍କରେ କିନ୍ତୁ ରାଷ୍ଟ୍ରାୟତ ବ୍ୟାଙ୍କ ଅପେକ୍ଷା ସଞ୍ଚୟ ଜମା ଉପରେ ଅଧିକ ସୁଧ ମିଳୁଛି। ତେବେ ଆସନ୍ତୁ ଜାଣିବା କେମିତି ଖୋଲି ହେଉଛି ଡାକଘର ସଞ୍ଚୟ ଜମା ଖାତା।

{"id":139781}

ଡାକଘରେ ସଞ୍ଚୟ ଜମା ଖାତା ଖୋଲିବାକୁ ହେଲେ ଏକ ଫର୍ମ ପୁରଣ କରି ପୋଷ୍ଟମାଷ୍ଟରଙ୍କୁ ଦେବାକୁ ପଡିବ। ଏହି ଫର୍ମ ଡାକଘରେ ମିଳିବ ନଚେତ ୱେବ୍ ସାଇଟରୁ ମଧ୍ୟ ଡାଉନଲୋଡ କରାଯାଇପାରେ। ଜମା ଖାତା ଖୋଲିବା ଲାଗି ସର୍ବ ନିମ୍ନ ୨୦ ଟଙ୍କା ପ୍ରଥମେ ଜମା କରିବାକୁ ହେବ। ସଞ୍ଚୟ ଜମା ନିମନ୍ତେ ଖାତାରେ ମିନିମମ ବାଲାନ୍ସ ୫୦ ଟଙ୍କା ଖାତାରେ ରଖା ଯାଇପାରେ।

{"id":139782,"width":582,"height":345}

ଯଦି ଏହି ଜମା ଖାତାରେ ଆପଣ ଏଟିଏମ ଓ ଚେକ୍ ବୁକ୍ ସୁବିଧା ନେବାକୁ ଚାହିଁବେ ତେବେ ଖାତାରେ ଆପଣଙ୍କୁ ସର୍ବନିମ୍ନ ୫ଶହ ଟଙ୍କା ଭାଲାନ୍ସ ରଖିବାକୁ ହେବ। ଏହି ଡାକଘର ଜମା ଖାତାକୁ ଆପଣ ଦେଶର ଯେକୌଣସି ସ୍ଥାନକୁ ଟ୍ରାନ୍ସଫର ମଧ୍ୟ କରିପାରିବେ। ତେବେ ସବୁଠୁ ବଡ କଥା ହେଉଛି ଡାକ ଘର ଜମା ଉପରେ ଆପଣଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ସମ୍ପୂର୍ଣ୍ଣ ଶୁଳ୍କ ମୁକ୍ତ। ତା ଛଡା ବ୍ୟାଙ୍କ ଭଳି ଏଠାରେ ମଧ୍ୟ ଜଏଣ୍ଟ ଆକାଉଣ୍ଟ ଖୋଲିବାର ସୁବିଧା ରହିଛି। ୨ ବା ୩ ଜଣ ବୟସ୍କ ଲୋକ ମିସି ଗୋଟିଏ ଆକାଉଣ୍ଟ ଖୋଲିପାରିବେ। ତେବେ ଆଉ ବିଳମ୍ବ କାହିଁକି ଆଜି ହିଁ ଡାକ ଘରେ ସଞ୍ଚୟ ଜମା ଖାତାଟେ ଖୋଲାଯାଉ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.