ଏଠାରେ ମାତ୍ର ଶହେ ଟଙ୍କାରେ ଖୋଲନ୍ତୁ ଜମା ଖାତା, ବ୍ୟାଙ୍କଠାରୁ ବି ମିଳିବ ଅଧିକ ସୁଧ, ରହିବନି ମିନିମମ ବାଲାନ୍ସର ଝିନଝଟ୍

Published By : Prameya-News7 Bureau | September 08, 2019 IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଦେଶବାସୀଙ୍କୁ ଏକ ବଡ ଉପହାର ଦେଇଥିଲେ। ଏଥିରେ ସ୍ୱଳ୍ପ ସଞ୍ଚୟ ଲାଗି ଆଗ୍ରହୀ ନାଗରିକଙ୍କ ଲାଗି ‘ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ’ ଲଞ୍ଚ କରିଥିଲେ। ଯେଉଁଥିରେ ମାତ୍ର ୧ ଶହ ଟଙ୍କାରେ ଜମା କରି  ଖାତା ଖୋଲିବାର ସୁବିଧା ଥିବା ବେଳେ ସର୍ବନିମ୍ନ ଜମାକୁ ନେଇ କୌଣସି ସର୍ତ୍ତ ନଥିଲା। ଏହି ଜମା ଖାତାରେ ଜମାଟଙ୍କା ଉପରେ ସଞ୍ଚୟକାରୀଙ୍କୁ ଅଧିକ ସୁଧହାର ବି ସୁନିଶ୍ଚିତ କରିଥିଲେ ପ୍ରଧାନମନ୍ତ୍ରୀ  । ତେବେ ଆସନ୍ତୁ ଜାଣିବା ଏହି ଜମାଖାତାରେ ମିଳୁଥିବା ସେହି ସବୁ ଖାସ ସେବା ଓ ସୁବିଧା ସମ୍ପର୍କରେ  ଯାହା ମିଳୁ ନାହିଁ ସାଧାରଣ ବ୍ୟାଙ୍କରେ ।

{"id":154857}

ଯଦି ଆପଣଙ୍କ ବୟସ ୧୦ ବର୍ଷ ବା ତଦୁର୍ଦ୍ଧ୍ୱ ତେବେ ଆପଣ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ ସରଳ ଜମା ଖାତା ଖୋଲିବାକୁ ଯୋଗ୍ୟ।  ଏହି  ଜମା ଖାତା ଲାଗି ଆପଣଙ୍କୁ ମାତ୍ର ୧ଶହ ଟଙ୍କା ଜମା କରିବାକୁ ହେବ। ଜମାଖାତା ଖୋଲା ହେଲେ ଆପଣଙ୍କୁ ଅନ୍ୟ ସାଧାରଣ ବ୍ୟାଙ୍କ ଭଳି ଏଟିଏମ ଡେବିଟ୍ କାର୍ଡ ବି ମିଳିବ। ଏହି ଜମା ଖାତା ଲାଗି ମିନିମମ ବାଲାନ୍ସର କୌଣସି କଟକଣା ନଥିଲେ ହେଁ ସର୍ବାଧିକ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା ରଖିପାରିବେ। 

{"id":154862}

ସେହିପରି ଡାକଘର ସଞ୍ଚୟ ବ୍ୟାଙ୍କରେ  ‘ସୁଗମ’ ଯୋଜନାରେ ଜମାଖାତା ଖୋଲିଲେ ଆପଣଙ୍କ କାରବାର ସର୍ବାଧିକ ୧ଲକ୍ଷ ଟଙ୍କା ମଧ୍ୟରେ ସୀମିତି ରହିବ। ସରଳ ଭଳି ସୁଗମରେ ମଧ୍ୟ ଜମାକାରୀଙ୍କୁ ଏଟିଏମ ଡେବିଟକାର୍ଡ ସୁବିଧା ମିଳିବା ସହ ନୋମିନେସନ ସୁବିଧା ବି    ପାଇପାରିବେ ଗ୍ରାହକ। ତେବେ ଡାକଘର ଜମାଖାତାର ଏଟିଏମ କାର୍ଡରେ ମାସସାରା ଯେତେଥର ଡ୍ର କଲେବି ଆକାଉଣ୍ଟରୁ ୧ ଟଙ୍କା ବି କଟିବ ନାହିଁ। ଯାହା ବାଣିଜ୍ୟିକ ବ୍ୟାଙ୍କମାନଙ୍କ କ୍ଷେତ୍ରରେ ମାସିକ ମାତ୍ର ୩ ଥର। ଆଉ ଗୋଟିଏ ବଡ ସୁବିଧା ହେଉଛି ଡାକଘର ବ୍ୟାଙ୍କ ଆପଣଙ୍କଦ୍ୱାରରେ ଯାଇ ଜମା ଓ ଉଠାଣ ସେବା ପହଞ୍ଚାଇଦେବ। ଏଥିଲାଗି ଡାକଘର ବ୍ୟାଙ୍କ କିଛି ଶୁଳ୍କ ଆଦାୟ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.