Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଅଶୋଧିତ ତୈଳ ଉତ୍ପାଦନ ନେଇ OPEC ସଦସ୍ୟ ଦେଶଙ୍କ ମଧ୍ୟରେ ପୂର୍ଣ୍ଣ ରାଜିନାମା, ସମସ୍ତଙ୍କ ହୀତ ଲାଗି ହେବ ସର୍ବୋତ୍ତମ ଉଦ୍ୟମ

18/07/2021 at 8:44 PM

ଦୁବାଇ : ପେଟ୍ରୋଲ ରପ୍ତାନୀକାରୀ ଦେଶଙ୍କ ସଙ୍ଗଠନ (ଓପେକ୍‌) ସଦସ୍ୟ ରାଷ୍ଟ୍ରଙ୍କ ସହ ପୂର୍ଣ୍ଣ ରାଜିନାମାରେ ଉପନୀତ ହୋଇଛି। ରବିବାର ଏହି ସୂଚନା ଦେଇଛନ୍ତି ୟୁଏଇ ଶକ୍ତିମନ୍ତ୍ରୀ ସୁହେଲ ଅଲ ମଜରୁଇ। ଅତୀତରେ ସଦସ୍ୟ ଦେଶଙ୍କ ମଧ୍ୟରେ ଅଶୋଧିତ ତୈଳ ଉତ୍ପାଦନକୁ ନେଇ ବିବାଦ ଯୋଗୁ ସାରା ବିଶ୍ୱରେ ତୈଳ ଦର ପ୍ରଭାବିତ ହୋଇଥିଲା। ତେବେ ହୋଇଥିବା ପୂର୍ଣ୍ଣ ବୁଝାମଣା ନେଇ ତତ୍କାଳ ବିସ୍ତୃତ ବିବରଣୀ ମିଳିପାରି ନାହିଁ।

ହେଲେ ସାଉଦୀ ଆରବ ଶକ୍ତିମନ୍ତ୍ରୀ ଶହଜାଦା ଅବଦୁଲ ଅଜିଜ ବିନ ସଲମାନ ସମୂହ ଉତ୍ପାଦନ ସୀମାକୁ ନେଇ ଆଡଜଷ୍ଟ କରିବେ ବୋଲି କହିଛନ୍ତି। ଚଳିତମାସ ପ୍ରାରମ୍ଭରେ ଉତ୍ପାଦନକୁ ନେଇ ଆଲୋଚନା ବିଫଳ ହୋଇଥିଲା। ୟୁଏଇ ନିଜର ଉତ୍ପାଦନ ସ୍ତର ବୃଦ୍ଧି କରିବାକୁ ଚାହିଁଥିଲା ଯେଉଁଥିରେ ଅନ୍ୟ ସଦସ୍ୟ ଦେଶମାନେ ସହମତ ହୋଇ ନଥିଲେ। ଏଥିରେ ୟୁଏଇ ଓ ସାଉଦୀ ଆରବ ମଧ୍ୟରେ ବିବାଦ ଉପୁଜିଥିଲା।

ତେବେ ସମୂହ ପ୍ରତି ସଂକଳ୍ପବଦ୍ଧ ଥିବା ୟୁଏଇ ବୟାନ ଆସିବା ପରେ ପରିସ୍ଥିତିରେ ପରିବର୍ତ୍ତନ ହୋଇଛି। ବଜାର ସନ୍ତୁଳନ ଓ ସମସ୍ତଙ୍କ ସହଯୋଗ ଲାଗି ସର୍ବଶ୍ରେଷ୍ଠ ପ୍ରୟାସ କରାଯିବ ବୋଲି ଓପେକ୍ କହିଛି। କରୋନା ଭାଇରସ ମହାମାରୀ ଯୋଗୁ ଜେଟ୍ ଇନ୍ଧନ ଓ ବାହନ ଇନ୍ଧନ ଚାହିଦା ଗୁରୁତର ହ୍ରାସ ହୋଇଥିଲା। ଫଳରେ ତୈଳ ମୂଲ୍ୟରେ ରେକର୍ଡ  ହ୍ରାସ ଦେଖା ଦେଇଥିଲା। ତେବେ ବିଶ୍ୱରେ ଟିକାକରଣ ବୃଦ୍ଧି ହୋଇଥିବା ବେଳେ ଚାହିଦାରେ ସୁଧାର ଆସିଛି। ବେଞ୍ଚ ମାର୍କ ବ୍ରେଣ୍ଟ କ୍ରୁଡ ଦର ଏବେ ବାରଲ ପିଛା ୭୩ ଡଲାରକୁ ପହଞ୍ଚି ଯାଇଛି।  

   Related Posts