Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||
  • ଖଲ୍ଲିକୋଟ : ପାଖେଇ ଆସୁଛି ‘ଜଓ୍ବାଦ’, ଡଙ୍ଗା ଓ ଜାଲ ନଷ୍ଟ ହେବା ଆଶଙ୍କାରେ ମତ୍ସ୍ୟଜୀବୀ
  • ||

ପେଟ୍ରୋଲ-ଡିଜେଲ ହେବ ଆହୁରି ଶସ୍ତା ! ଅଶୋଧିତ ତୈଳ ଉତ୍ପାଦନ ନେଇ ‘ଓପେକ୍+’ ଙ୍କ ବଡ଼ ନିଷ୍ପତ୍ତି

5/11/2021 at 5:48 PM

ନୂଆଦିଲ୍ଲୀ ୫।୧୧: ଆଗକୁ ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଆହୁରି ହ୍ରାସ ହେବ। ଓପେକ୍‌ ଓ ସମ୍ପର୍କିତ ତୈଳ ଉତ୍ପାଦକ ଦେଶମାନେ ଅଶୋଧିତ ତୈଳ ଦର ବୃଦ୍ଧି ନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଶରେ ଗ୍ୟାସୋଲିନ୍‌ ମୂଲ୍ୟ ହ୍ରାସ ଲାଗି ସାଉଦୀ ଆରବ ଓ ଋଷକୁ ଉତ୍ପାଦନ ବୃଦ୍ଧି ନିମନ୍ତେ ନିବେଦନ କରିଥିଲେ। ସେହି ଅନୁସାରେ ଓପେକ୍ ପ୍ଲସ୍ ଦେଶମାନେ ଡିସେମ୍ବର ମାସରେ ଦୈନିକ ୪ଲକ୍ଷ ବାରଲ ଉତ୍ପାଦନ ଲାଗି ନିଷ୍ପତ୍ତି ନେଇଛନ୍ତି।

ଏହି ନିଷ୍ପତ୍ତି ଯୋଗୁ ନୂଆ ବର୍ଷରୁ ବିଶ୍ୱ ବଜାରରେ ପେଟ୍ରୋଲିୟମ ଉତ୍ପାଦର ନୂଆ ମୂଲ୍ୟର ସୂଚନା ଦେଉଛି। ଦୈନିକ ଏହି ମାତ୍ରାରେ ଅଶୋଧିତ ତୈଳ ଉତ୍ପାଦିତ ହେଲେ ବଜାରକୁ ଏତେ ପରିମାଣରେ ତୈଳ ଯୋଗାଣ ବଢ଼ିଯିବ ଯେ କେବଳ ଭାରତ ନୁହେଁ ଅନ୍ୟ ଦେଶରେ ମଧ୍ୟ ପେଟ୍ରୋଲିୟମ ଉତ୍ପାଦ ମୂଲ୍ୟ ହ୍ରାସ ସହ ମୁଦ୍ରାସ୍ପିତି ନିୟନ୍ତ୍ରଣାଧୀନ ହେବ ବୋଲି ଆଶା କରାଯାଉଛି। ତେବେ ଓପେକ୍‌ ପ୍ଲସ୍‌ ଦେଶମାନେ ଅଚାନକ ସେମାନଙ୍କର ଉତ୍ପାଦନ ବୃଦ୍ଧି କରିଦେବେନି ବୋଲି ଜଣାପଡିଛି।

ବିଶ୍ୱରେ କରୋନା ଭାଇରସ ମହାମାରୀ କାଳରେ ହୋଇଥିବା ଉତ୍ପାଦନ ହ୍ରାସ ଭରଣା ନ ହେବା ପର୍ଯ୍ୟନ୍ତ ଉତ୍ପାଦନ ବୃଦ୍ଧି କରାଯିବ ନାହିଁ। ତେବେ ଧିରେ ଧିରେ ବଢାଇବାର ଯୋଜନା କରାଯାଉଛି। ହେଲେ ଦୈନିକ ଉତ୍ପାଦନ ହାର ୪ଲକ୍ଷ ବାରଲ ପହଞ୍ଚାଇବା ଲାଗି ପ୍ରସ୍ତାବକୁ ଓପେକ୍ ପ୍ଲସ୍‌ଙ୍କ ଅନୁମୋଦନ ମିଳିଯାଇଛି। ଓପେକ୍ ଦେଶମାନେ କରୋନା ଭାଇରସ ମହାମାରୀ କାଳରେ କରିଥିବା ଉତ୍ପାଦନ କାଟ୍‌କୁ ଅତ୍ୟନ୍ତ ସାବଧାନତାର ସହ ଆଗକୁ ବଢ଼ାଉଛନ୍ତି। ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୭ ବର୍ଷର ସର୍ବୋଚ୍ଚ ସ୍ତରକୁ ଛୁଇଁଛି। ଉତ୍ପାଦନ ବୃଦ୍ଧି ଲାଗି ଆମେରିକା ରାଷ୍ଟ୍ରପତି ବାରମ୍ବାର ନିବେଦନ କରୁଛନ୍ତି। ତେବେ ଏଥିରୁ ଏପର୍ଯ୍ୟନ୍ତ ସେପରି ସଫଳତା ମିଳିପାରି ନାହିଁ।

   Related Posts