ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ ନବଜ୍ୟୋତିଙ୍କୁ ଦିଲ୍ଲୀ ପୋଲିସର EOW ସମନ ଜାରି, ଆସନ୍ତାକାଲି ହାଜର ହେବାକୁ ନିର୍ଦ୍ଦେଶ

Published By : Prameya-News7 Bureau | January 24, 2019 IST

ଭୁବନେଶ୍ୱର ୨୪/୧:ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦିଲ୍ଲୀ  ପୋଲିସର ଇଓଡବ୍ଲୁ ସମନ ଜାରି କରିଛି । ଆସନ୍ତାକାଲି ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ନିରଞ୍ଜନଙ୍କ ସହିତ ତାଙ୍କ ପୁଅ ନବଜ୍ୟୋତି  ପଟ୍ଟନାୟକଙ୍କୁ ମଧ୍ୟ ଏହି ସମନ ଜାରି କରିଛି ଦିଲ୍ଲୀ ପୋଲିସ । ଏକ ଠକେଇ ମାମଲାରେ ହାଜର ହେବାକୁ ନିରଞ୍ଜନଙ୍କୁ ଏହି ସମନ ଜାରି ହୋଇଥିବା କଥା ଏଏନଆଇରୁ ପ୍ରକାଶ । କିନ୍ତୁ ନିରଞ୍ଜନ ଏଭଳି କୌଣସି ସମନ ପାଇନଥିବା କହିଛନ୍ତି ।

{"id":77672}

ଆସନ୍ତାକାଲି କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶ ଅନୁଷ୍ଠିତ ହେବାର ଅଛି । ଏହି କାର୍ଯ୍ୟକ୍ରମରେ କଂଗ୍ରେସର ରାଷ୍ଟ୍ରିୟ ଅଧ୍ୟକ୍ଷ ରାହୁଳଗାନ୍ଧୀ ଯୋଗ ଦେବାର  କାର୍ଯ୍ୟକ୍ରମ ଅଛି । ଏହି ସଂକଳ୍ପ କାର୍ଯ୍ୟକ୍ରମକୁ  ଭଣ୍ଡୁର କରିବାକୁ ବିରୋଧୀଙ୍କ ଅପପ୍ରଚାର ବୋଲି ନିରଞ୍ଜନ କହିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.