କେବଳ ସୁନ୍ଦରତା ନୁହେଁ ପାଠପଢାରେ ବି ଆଗରେ ଏହି ବଲିଉଡ ନାୟିକା ମାନେ, ଜାଣନ୍ତୁ ବୋର୍ଡ ପରୀକ୍ଷାରେ ସେମାନଙ୍କ ପାସ୍ ପର୍ସେଣ୍ଟେଜ୍

Published By : Prameya-News7 Bureau | May 24, 2019 IST

ବଲିଉଡ୍ ଅଭିନେତ୍ରୀମାନେ ସେମାନଙ୍କ ଗ୍ଲାମରସ ଲୁକ୍ ଓ ଷ୍ଟାଇଲିସ ଜୀବନ ଶୈଳୀ ପାଇଁ ସାରା ଦୁନିଆରେ ପ୍ରସିଦ୍ଧ। ତେବେ କେବଳ ସୌନ୍ଧର୍ଯ୍ୟ ନୁହେଁ ଏମାନେ ପାଠପଢାରେ ବି ରହୁଥିଲେ ସମସ୍ତଙ୍କ ଆଗରେ। ଏହା ସେମାନେ ବୋର୍ଡ ପରୀକ୍ଷାରେ ପାସ୍ କରିଥିବା ପର୍ସେଣ୍ଟେଜ ହାରରୁ ଜଣାପଡିଛି। ଏଠାରେ ବଲିଉଡର ଏହିଭଳି କିଛି ନାମୀଦାମୀ ନାୟିକାଙ୍କ ବୋର୍ଡ ରେଜଲ୍ଟ ଉପସ୍ଥାପନ କରୁଛୁ ଯେଉଁମାନେ ୯୫ ପ୍ରତିଶତ ପର୍ଯ୍ୟନ୍ତ ମାର୍କ ରଖି ଉତୀର୍ଣ୍ଣ ହୋଇଥିଲେ।

{"id":115465}

ଏହିଭଳି ଜଣେ ନାୟିକା ହେଉଛନ୍ତି ଆଲିଆ ଭଟ୍ଟ। ଆଲିଆ ଆଜିରଦିନରେ ବଲିଉଡର ସର୍ବାଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ। କେବଳ ଅଭିନୟ ନୁହେଁ, ସେ ପାଠପଢାରେ ମଧ୍ୟ ଶ୍ରେଣୀରେ ସମସ୍ତଙ୍କ ଆଗରେ ରହନ୍ତି। ସେ ଦଶମ ପରୀକ୍ଷା ୭୧ ପ୍ରତିଶତ ମାର୍କ ରଖି ଉତୀର୍ଣ୍ଣ ହୋଇଥିଲେ। ଏବେ ଦ୍ବାଦଶ ଶ୍ରେଣୀରେ ପଢୁଛନ୍ତି। ସେହିପରି  ନାୟିକା ତଥା ଫିଲ୍ମ ନିର୍ମାତ୍ରୀ ଅନୁଷ୍କା ଶର୍ମା ବଲିଉଡ୍ ରେ ଅଧିକ ପାରିଶ୍ରମିକ ନେଉଥିବା ଅନ୍ୟତମ ଅଭିନେତ୍ରୀ। ସେ ଦଶମ ପରୀକ୍ଷା ୯୩ ପ୍ରତିଶତ ନମ୍ବର ରଖି ଉତୀର୍ଣ୍ଣ ହୋଇଥିବା ବେଳେ ତାଙ୍କ ଦ୍ବାଦଶ ପରୀକ୍ଷାରେ ଥିଲା ୮୯ ପ୍ରତିଶତ ନମ୍ବର। ଭୂମି ପେଡନେକର ମଧ୍ୟ ଆଲିଆ ଓ ଅନୁଷ୍କାଙ୍କ ଭଳି ଅନ୍ୟତମ ଚର୍ଚ୍ଚିତା ନାୟିକା। ‘ଟଏଲେଟ ଏକପ୍ରେମ କଥା’ ଫିଲ୍ମରୁ ଅଭିନୟ କ୍ୟାରିୟ ଶୁଭାରମ୍ଭ କରିଥିବା ଭୂମି ‘ଶୁଭ ମଙ୍ଗଲ ସାବଧାନ’ ଓ ‘ସୋନ ଚୈରେୟା’ରେ ଅଭିନୟ କରି ଦର୍ଶକଙ୍କ ମନ କିଣି ନେଇଛନ୍ତି। ତାଙ୍କର ମେଟ୍ରିକ ପାସ ପରର୍ସେଣ୍ଟଜ ଥିଲା ୮୩ ଓ ଦ୍ବାଦଶ ପରୀକ୍ଷା ୭୮ ପ୍ରତିଶତ ମାର୍କ ରଖି ଉତୀର୍ଣ୍ଣ ହୋଇଥିଲେ।

{"id":115467}

କେବଳ ଆଲିଆ, ଅନୁଷ୍କା କି ଭୂମି ନୁହଁନ୍ତି ବାୟୋପିକ୍ ‘ଏମ.ଏସ୍. ଧୋନି: ଦି ଅନଟୋଲ୍ଡ ଷ୍ଟୋରୀ’ରେ ଇଣ୍ଡଷ୍ଟ୍ରିକୁ ପାଦ ଥାପିଥିବା  ଅଭିନେତ୍ରୀ ଦିଶା ପଟାନୀ ୬୪ ପ୍ରତିଶତ ରଖି ମାଟ୍ରିକ ପାସ୍ କରିଛନ୍ତି । ତେବେ ତାଙ୍କ ଦ୍ବାଦଶ ପରୀକ୍ଷାର ଫଳ ଜଣାପଡି ନାହିଁ। ଅଭିନେତ୍ରୀ ଜାହ୍ନବୀ କପୁର ମଧ୍ୟ ପାଠପଢାରେ ଶ୍ରେଣୀରେ ଆଗରେ ଥିଲେ। ସେ ୮୪ ପ୍ରତିଶତ ମାର୍କ ରଖି ମାଟ୍ରିକ ପାସ କରିଥିବା ବେଳେ ଦ୍ବାଦଶ ପର୍ସେଣ୍ଟେଜ୍ ଥିଲା ୮୬।

{"id":115468}

ଏହି ଭଳି ପାଠ ସହ ଅଭିନୟ କ୍ୟାରିୟରେ ମଧ୍ୟ ସଫଳ ହୋଇଥିବା ନାୟିକାଙ୍କ ମଧ୍ୟରେ କୃତି ସାନୋନ ଅନ୍ୟତମ । କୃତି ମାଚ୍ରିକରେ ୭୨ ପ୍ରତିଶତ ମାର୍କ ରଖିଥିବା ବେଳେ ତାଙ୍କର ଦ୍ବାଦଶ ପାସ୍ ପର୍ସେଣ୍ଚେଜ ଥିଲା ୬୮। ତାଙ୍କ ଭଳି ଶ୍ରଦ୍ଧା କପୁର ମଧ୍ୟ ଜଣେ ମେଧାବୀ ଛାତ୍ରୀ। ସେ ୧୦ମ ପରୀକ୍ଷାରେ ୭୦ ପ୍ରତିଶତ ମାର୍କ ରଖିଥିଲେ ବି ଦ୍ବାଦଶରେ ୯୫ ପ୍ରତିଶତ ମାର୍କ ରଖି ଟପ୍ପର ସୂଚୀରେ ନିଜର ସ୍ଥାନ ନିର୍ଦ୍ଧାରିତ କରିପାରିଥିଲେ। ସେହିପରି ୟାମୀ ଗୌତମ ୭୫ ପ୍ରତିସତ ନମ୍ବର ରଖି ମାଟ୍ରିକ ପାସ୍ କରିଥିବା ବେଳେ ଦ୍ବାଦଶରେ ୮୦ ପ୍ରତିଶତ ମାର୍କ ପ୍ରାପ୍ତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.