ନିୟନ୍ତ୍ରଣ ବାହାରକୁ ଗଲାଣି ପିଆଜ ଦର: ଖାଉଟୀ ହନ୍ତସନ୍ତ, ସରକାର ନୀରବଦ୍ରଷ୍ଟା

Published By : Prameya-News7 Bureau | September 20, 2019 IST

ବ୍ରହ୍ମପୁର୨୦|୯; କଲବଲ କଲାଣି ପିଆଜ ଦର । ଖାଉଟିଙ୍କ ଠାରୁ ବ୍ୟାବସାୟୀ ସମସ୍ତେ ଚିନ୍ତାରେ । ଦକ୍ଷିଣ ଓଡିଶା ବ୍ୟବସାୟ ପେଣ୍ଠସ୍ଥଳୀ ଭାବେ ପରିଚିତ ବ୍ରହ୍ମପୁର ସହରରେ ପିଆଜର ଛାଟ ବଜାରକୁ ବେଶ୍ ପ୍ରଭାବିତ କରିଛି। କେବଳ ଗରିବଙ୍କ ପଖାଳ କଂସା ନୁହେଁ ଏବେ ଅନେକ ମେନୁରୁ ବିଆଜ ମଧ୍ୟ ଗାୟବ….

{"id":160283}


ଗରିବର ପଖାଳ କଂସାରେ ମହଙ୍ଗା ମାଡ ଚାଉଳ ଟଙ୍କାଏକୁ ପିଆଜ ୪୫। କେବଳ ଗରିବ ଗୁରୁବା ନୁହନ୍ତି ପିଆଜର ଦରବୃଦ୍ଧି ସବୁବର୍ଗର ଖାଉଟିଙ୍କୁ ପ୍ରଭାବିତ କରିଛି । ଦକ୍ଷିଣ ଓଡିଶା ବ୍ୟବସାୟର ପେଣ୍ଠସ୍ଥଳୀ ବ୍ରହ୍ମପୁର ସହରରେ ହୁହୁ ହୋଇ ବଢୁଛି ପିଆଜ ଦର ।  ଯାହାକି ସାଧାରଣଲୋକଙ୍କ ଜୀବନ ଶୈଳି ଉପରେ ବେଶ୍ ପ୍ରଭାବ ପକାଇଛି।

{"id":160284}

ପଖାଳ କଂସାରେ ଆଉ ପିଆଜ ଦେଖାଯାଉନାହିଁ। ପିଆଜ ନିତିଦିନିଆ ଖାଦ୍ୟ ହୋଇଥିଲେ ମଧ୍ୟ  ଦରବୃଦ୍ଧି ଯୋଗୁଁ ପିଆଜ କିଣୁନଥିବା କହିଛନ୍ତି ଗ୍ରାହକ। କିଲୋପ୍ରତି  ୧୬ ଟଙ୍କା ଥିବା ବେଳେ କିଲୋ ଟିଏ କିମ୍ବା ଦୁଇ କିଲୋ କିଣୁଥିଲେ। ଏବେ ଦର ବୃଦ୍ଧି ଯୋଗୁଁ ଅଢେଇଶହ ଗ୍ରାମ କିଣିବା ମୁସ୍କିଲ ହେଉଛି ।

ସେପଟେ ପିଆଜ ଦରବୃ୍ଦ୍ଧି ନେଇ ବ୍ୟବସାୟୀ ରଖିଛନ୍ତି ଭିନ୍ନ ମତ।  ଦର ନିୟନ୍ତ୍ରଣ କରିବା ଆମ ହାତରେ ନୁହେଁ ବୋଲି ରୋକ୍‌ଠୋକ୍ ଭାବେ କହିଛନ୍ତି। ମହାରାଷ୍ଟ୍ର ନାସିକ୍‌ରେ ବର୍ଷା ଯୋଗୁଁ ପିଆଜ ଫସଲ ପ୍ରଭାବିତ ହେବା ସହ ଆମଦାନୀ ମଧ୍ୟ କମ ରହିଛି । ଫଳରେ ପିଆଜର ଦର ବୃଦ୍ଧି ପାଉଛି । କେବଳ ସାଧାରଣ ଲୋକ ନୁହନ୍ତି ବ୍ୟବସାୟୀଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି ।  ପୂର୍ବରୁ ଦୈନିକ ୪ କୁଇଣ୍ଟାଲ୍ ପିଆଜ ବିକ୍ରି କରୁଥିବା ବେଳେ ଏବେ ଏକ କୁଇଣ୍ଟାଲ୍ ପିଆଜ ମଧ୍ୟ ବିକ୍ରି ହୋଇପାରୁନାହିଁ। ତେବେ ଯୋଗାଣ ବିଭାଗ ପକ୍ଷରୁ ଦର ବୃଦ୍ଧି ଉପରେ ସତର୍କ ନଜର ରଖାଯାଇଥିବା ସହକାରୀ ଯୋଗାଣ ଅଧିକାରୀ କହିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.