Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ତୀର୍ଥଯାତ୍ରା ଉପରେ କରୋନାର ପ୍ରହାର : ଗତ ବର୍ଷ ୩୦ଲକ୍ଷ ଶ୍ରଦ୍ଧାଳୁ କରିଥିଲେ ଚତୁର୍ଧାମ ଯାତ୍ରା,ଏବର୍ଷ ୯୦% ବୁକିଂ ରଦ୍ଦ

14/04/2020 at 11:35 AM

ନୂଆଦିଲ୍ଲୀ ୧୪/୪: କରୋନା ଭାଇରସର ଚତୁର୍ଧାମ ଯାତ୍ରା ଉପରେ ମଧ୍ୟ ପ୍ରଭାବ ପଡ଼ିବ। ଉତ୍ତରାଖଣ୍ଡରେ ବଦ୍ରିନାଥ ସହିତ ଚତୁର୍ଧାମର ଦ୍ବାର ଖୋଲିବା ପାଇଁ ଏଥର କେବଳ ମୁଖ୍ୟ ପୂଜାରୀ ଏବଂ ଏକ ଡଜନ ପୁରୋହିତ ଯାଇ ପାରିବେ। ଅକ୍ଷୟ ତୃତୀୟା(ଅପ୍ରେଲ୍ ୨୬)ରେ ଯମୁନୋତ୍ରୀ ଏବଂ ଗଙ୍ଗୋତ୍ରୀ,ଅପ୍ରେଲ୍ ୨୯ତାରିଖରେ କେଦାରନାଥ ଏବଂ ଅପ୍ରେଲ୍ ୩୦ତାରିଖରେ ବଦ୍ରିନାଥର ଦ୍ବାର ଖୋଲିବ। ଶ୍ରଦ୍ଧାଳୁ ଅଖଣ୍ଡ ଜ୍ୟୋତିର ଦର୍ଶନରୁ ମଧ୍ୟ ବଞ୍ଚିତ ହେବେ।

ଉତ୍ତରକାଶୀର ଜିଲ୍ଲାଧିକାରୀଙ୍କ କହିବା ଅନୁସାରେ କେନ୍ଦ୍ରଠାରୁ ବିଶେଷ ଅନୁମତି ମଗାଯାଉଛି ଯାହା ଫଳରେ ପରମ୍ପରାର ନିର୍ବହନ କରାଯାଇପାରିବ। ଗତ ବର୍ଷ ୩୦ଲକ୍ଷ ଶ୍ରଦ୍ଧାଳୁ ଚତୁର୍ଧାମ ଯାତ୍ରା କରିଥିଲେ। ହୋଟେଲ୍,ଟ୍ରାଭେଲ୍ ବୁକିଂ,ରେଷ୍ଟୁରାଣ୍ଟର ମଇରୁ ଅକ୍ଟୋବର ଯାଏଁ ପାଖାପାଖି ୧୨୦୦୦କୋଟି ଟଙ୍କାର ବ୍ୟବସାୟ ହୋଇଥାଏ। କିନ୍ତୁ ଏବର୍ଷ ୯୦% ବୁକିଂ ରଦ୍ଦ ହୋଇସାରିଛି।

   Related Posts