Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ବିସ୍‌ ଓପନ୍‌: ୧୯ ମାସ ଓ ୧୩ ଟୁର୍ଣ୍ଣାମେଣ୍ଟ ପରେ ଫାଇନାଲରେ ପହଞ୍ଚିଥିଲେ ସିନ୍ଧୁ, କ୍ୟାରୋଲିନାଙ୍କଠୁ ହାରିଲେ
  • ||
  • ସରିଲା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ, ଗୃହୀତ ହେଲା ରାଜନୈତିକ ଚିଠା ପ୍ରସ୍ତାବ, ପ୍ରସ୍ତୁତ ହେଲା ରଣନୀତି
  • ||
  • ଭାରତ ଓ ଚୀନ୍ କେହି କାହା ଲାଗି ବିପଦ ନୁହେଁ, ପରସ୍ପରର ମିତ୍ର : ୱାଙ୍ଗ ଇ
  • ||
  • ଅନ୍ତର୍ଜାତୀୟ ମହିଳା ଦିବସ: ବର୍ଣ୍ଣାଢ଼୍ୟ ଉତ୍ସବ ‘ୱିମେନ୍ ଆଚିଭର୍ସ୍ ଅଫ୍ ଓଡ଼ିଶା’ରେ ରାଜ୍ୟର ସଫଳ ମହିଳାଙ୍କୁ ସମ୍ବର୍ଦ୍ଧନା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||

ଅବ୍ୟବସ୍ଥା ଘେରରେ କଟକ ସହରରେ ଥିବା ଏକ ମାତ୍ର ତେଲୁଗୁ ସ୍କୁଲ

17/08/2018 at 12:37 PM

କଟକ ୧୭/୮ : କଟକ ସହରରେ ଥିବା ଏକ ମାତ୍ର ତେଲୁଗୁ ସ୍କୁଲରେ ଲାଗି ରହିଛି ନାହିଁ ନଥିବା ସମସ୍ୟା | ଉପଯୁକ୍ତ ଶ୍ରେଣୀ ଗୃହର ଅଭାବ ହେତୁ, ଛାତ୍ର ଛାତ୍ରୀ ମାନେ ବାରଣ୍ତାରେ ବସି ପାଠ ପଢିବାକୁ ବାଧ୍ୟ ହେଉଛନ୍ତି | ଯେତିକି ଶ୍ରେଣୀ ଗୃହ ରହିଛି ତାର ଅବସ୍ଥା ଶୋଚନୀୟ, ସାମାନ୍ୟ ବର୍ଷା ହେଲେ ଛାତରୁ ପାଣିଗଳୁଛି.ତେଣୁ ବର୍ଷା ନଛାଡିବା ଯାଏଁ ସ୍କୁଲକୁ ଛୁଟି କରିବାଲାଗି ବାଧ୍ୟ ହେଉଛି ପରିଚାଳନା କମିଟି | ସ୍କୁଲ ପରିସରରେ ଯଦିଓ ଶୌଚାଳୟ ଟିଏ ଅଛି , ତାହା ଥାଇବି ନଥିଲା ଭଳି ଏବଂ ଗୁରୁତର ସମସ୍ୟା ହେଲା ଏଭଳି ଏକ ବିଦ୍ୟାଳୟରେ କେହିବି ଜଣେ ସ୍ଥାୟୀ ଶିକ୍ଷକ ନାହାଁନ୍ତି |ତେଣୁ ଏପରି ସ୍ଥିତିରେ କଟକ ସହରର ଏକମାତ୍ର ତେଲୁଗୁ ପ୍ରାଥମିକ ବିଦ୍ୟାଳୟଯେ, ତାର ଭବିଷ୍ୟତକୁ ବଞ୍ଚାଇ ରଖିପାରିବ, ସେ ନେଇ ସନ୍ଦେହ ସୃଷ୍ଟି ହେଉଛି |
କଟକ ସହରରେ ଯଦି କେହି ଏପରି ଦୃଶ୍ୟ ଦେଖିବ, ତାହାଲେ ତା ମନରେ ଏଧାରଣା ସୃଷ୍ଟି ହେବାଟା ନିଶ୍ଚିତଯେ, ସମ୍ଭବତଃ ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥା ଦେଇ ଗତି କରୁଛି | କିନ୍ତୁ ଏହା କୌଣଷି ସରକାରୀ ସ୍କୁଲ କିମ୍ବା ଓଡିଆ ମାଧ୍ୟମିକ ବିଦ୍ୟାଳୟ ନୁହେଁ ବରଂ ପ୍ରାଚୀନତମ ସହର କଟକରେ ଥିବା ଏକମାତ୍ର ତେଲୁଗୁ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଦିନେ କେବେ ଏହି ସ୍କୁଲରେ ପାଠପଢୁଥିଲା ପାଖାପାଖି ୮ ଶହ ଛାତ୍ରଛାତ୍ରୀ କିନ୍ତୁ ସରକାରୀ କଳର ଉଦାସିନତା କାରଣରୁ, ବର୍ତ୍ତମାନ ଉପସ୍ଥାନର ସଂଖ୍ୟା ୨ ଶହ ତଳେ ରହୁଛି କାହିଁକି ଏଭଳି ଦୁରାବସ୍ଥା, ସେବାବଦରେ ଶୁଣନ୍ତୁ କଣ କହୁଛନ୍ତି ଏହି ବିଦ୍ୟାଳୟର ଛାତ୍ର ଏବଂ ଅଭିଭାବକ |
୯୦ ଦଶକ ବେଳକୁ କଟକ ସହରରେ ଥିଲା ୩ ଟି ତୁଲୁଗୁ ପ୍ରାଥମିକ ବିଦ୍ୟାଳୟ କିନ୍ତୁ ୨ ଟି ବିଦ୍ୟାଳୟ ବନ୍ଦ ହୋଇଯିବା ପରେ ପଟ୍ଟାପୋଲ ଠାରେ ଥିବା ଏହି ଏକମାତ୍ର ତେଲୁଗୁ ସ୍କୁଲ ଅନେକ ଲୋକଙ୍କର ଆଶା ଓ ଭରଷାର ମାଧ୍ୟମ ସାଜିଛି | ହେଲେ ଦୀର୍ଘ ୧୫ ବର୍ଷ ହେଲା ଏଠାରେ କେହି ସ୍ଥାୟୀ ଶିକ୍ଷକ ନାହାଁନ୍ତି | ତେଲୁଗୁ ସମ୍ପ୍ରଦାୟର ଲୋକମାନେ ସଂଘବଦ୍ଧ ଭାବେ ଯେତିକି ଅର୍ଥ ୟୋଗାଡ କରିପାରୁଛନ୍ତି, ସେତିକିରେ ଚାଲିଛି ସ୍କୁଲ | ଏହା ଭିତରେ ସ୍କୁଲ ଛାତ ଦୁର୍ବଳ ହୋଇ ସାରିଲାଣି | ଛାତରୁ ପାଣି ଗଳୁଥିବା ହେତୁ ବର୍ଷା ହେଲେ ସ୍କୁଲକୁ ଛୁଟି କରିଦିଆଯାଉଛି ଏବଂ ଶୌଚାଳୟ ସମ୍ପୁର୍ଣ୍ଣ ନଷ୍ଟ ହୋଇସାରିଥିବା କାରଣରୁ ପିଲାମାନେ ଶୌଚହେବା ଲାଗି ମଧ୍ୟ ସୁବିଧା ଟିକିଏ ପାଇପାରୁନାହାଁନ୍ତି |
ତେବେ ଏହି ସ୍କୁଲକୁ ସରକାରୀ ଅନୁଦାନ ଆସୁନଥିବା କାରଣରୁ ଶିକ୍ଷା ବିଭାଗର କୌଣଷି ଅଧିକାରୀ ସ୍କୁଲର ସମସ୍ୟାକୁ ନେଇ ପ୍ରତିକ୍ରିୟା ଦେବାକୁ ରାଜି ହେଲେ ନାହିଁ | ଏପରିକି ସ୍ଥାନୀୟ ଲୋକ ପ୍ରତିନିଧୀ ମଧ୍ୟ ଆମ ପ୍ରଶ୍ନର ଉତ୍ତର ରଖିବାଟା ଉଚିତ ମନେ କରିନାହାଁନ୍ତି | ତେଣୁ ବୁଜା ପଡୁନାହିଁ, କଟକ ସହରର ଏକମାତ୍ର ତୁଲୁଗୁ ପ୍ରାଥମିକ ବିଦ୍ୟାଳୟର ଦାୟିତ୍ବ କିଏ ବହନ କରିବ | ନହେଲେ ଏତିକିହିଁ କୁହାଯାଇପାରେଯେ, ଶିକ୍ଷା ଅଧିକାର ଆଇନ୍ ବୋଧହୁଏ କେବଳ ଏକ ଶ୍ଲୋଗାନ ମଧ୍ୟ ସିମୀତ ହୋଇ ରହିଯାଇଛି |

   Related Posts