Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଚାରି ଦୋଷୀଙ୍କୁ ଏକାଠି ଫାଶୀ: ସବୁ ବିକଳ୍ପ ପାଇଁ ୭ ଦିନ ମହଲତ

5/02/2020 at 7:20 PM

ନୂଆଦିଲ୍ଲୀ୫/୨: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ୪ ଦୋଷୀଙ୍କୁ ଯଥାଶୀଘ୍ର ଫାଶୀରେ ଝୁଲାଇବା ପାଇଁ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସ କରିଥିବା ଆବେଦନକୁ ଦିଲ୍ଳୀ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ମାମଲାର ଅଲଗା ଅଲଗା ବିଚାର କିମ୍ବା ଅଲଗା ଅଲଗା ଫାଶୀ ହୋଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଦେଇଛନ୍ତି । ସବୁ ନ୍ୟୟିକ ବିକଳ୍ପ ଶେଷ କରିବାକୁ କୋର୍ଟ ଦୋଷୀଙ୍କୁ ୭ ଦିନର ମହଲତ ଦେଇଛନ୍ତି।

ନିର୍ଭୟା ଦୋଷୀଙ୍କୁ ସପ୍ତାହେ ମହଲତ । ୪ ଦୋଷୀଙ୍କୁ ସପ୍ତାହେ ମହଲତ ଦେଇଛନ୍ତି ଦିଲ୍ଳୀ ହାଇକୋର୍ଟ । ୭ ଦିନ ମଧ୍ୟରେ ସବୁ ଆଇନଗତ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ । ଅର୍ଥାତ୍ ଦୋଷୀଙ୍କ ନିକଟରେ ବଞ୍ଚି ରହିଥିବା ନ୍ୟାୟିକ ବିଳଳ୍ପକୁ ସେମାନେ ମାତ୍ର ୭ ଦିନ ମଧ୍ୟରେ ବ୍ୟବହାର କରିପାରିବେ। ଏଥିପାଇଁ ଆଉ ଦିନ ଗଡେଇ ପାରିବେ ନାହିଁ । କେନ୍ଦ୍ରର ତତ୍କାଳ ଫାଶୀ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇନ୍ତି । ଏହାସହ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯେ ଦୋଷୀଙ୍କୁ ପୃଥକ ଭାବେ ଫାଶୀ ଦିଆଯାଇପାରିବ ନାହିଁ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ମାମଲାକୁ ଅଲଗା ଅଲଗା ବିଚାର କରାଯାଇ ପାରିବ ନାହିଁ ।

ଦୋଷୀଙ୍କ ଡେଥ ୱାରେଣ୍ଟ ସ୍ଥଗିତ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ଏବଂ ଦିଲ୍ଳୀ ପୋଲିସ ଦିଲ୍ଳୀ ହାଇକୋର୍ଟରେ ଆବେଦନ କରିଥିଲେ । ଫାଶୀ ରହିତାଦେଶ ଉଠାଇ ତତ୍କାଳ ଫାଶୀ ଦେବାକୁ ଆବେଦନ କରିଥିଲେ । କୋର୍ଟ ରବିବାର ସ୍ବତନ୍ତ୍ର ଶୁଣାଣି କରିଥିଲେ । ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ସଲିସିଟର ଜେନେରାଲ ତୁଷାର ମେହେଟା ଯୁକ୍ତି ରଖିଥିଲେ ଯେ ଦୋଷୀମାନେ ଆଇନର ଦୂରୁପଯୋଗ କରିବା ସହ ଫାଶୀ ଦଣ୍ଡକୁ ଟାଳିବା ପାଇଁ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଚାଲ୍‌ ଚଳାଉଛନ୍ତି । ଦୋଷୀଙ୍କ ଓକିଲ କିନ୍ତୁ ଏହି ଯୁକ୍ତିକୁ ଖଣ୍ଡନ କରିଥିଲେ ।

ମୁକେଶ ସିଂହ ଏବଂ ବିନୟ ଶର୍ମାର ସବୁ ବିକଳ୍ପ ଶେଷ ହୋଇଛି। ଅକ୍ଷୟ ଠାକୁରର ମର୍ସି ପିଟିସନ୍ ରାଷ୍ଟ୍ରପତିଙ୍କ ନିକଟରେ ପଡି ରହିଥିବା ବେଳେ ପବନ ଗୁପ୍ତାର ଦୁଇଟିଯାକ ବିକଳ୍ପ ବଞ୍ଚିଛି । ୨ ଥର ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚାଯାଇ ସାରିଲାଣି। ପ୍ରଥମେ ଜାନୁଆରୀ ୨୨ ଓ ପରେ ଫେବ୍ରୁଆରୀ ୧ ତାରିଖରେ ଫାଶୀ ନେଇ ସ୍ଥିର ହୋଇଥିଲା। କିନ୍ତୁ ଆଇନଗତ ପ୍ରକ୍ରିୟା ଶେଷ ହୋଇନଥିବାରୁ ଫାଶୀ ଉପରେ ସ୍ଥଗିତାଦେଶ ଜାରି ହୋଇଛି।

   Related Posts