Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

କେବଳ Pak ରାଷ୍ଟ୍ରମୁଖ୍ୟହିଁ ଭାବିପାରନ୍ତି ଏପରି! ଜାଣନ୍ତୁ ଚୀନରେ ଭୂତାଣୁ ସଂକ୍ରମଣ ବେଳେ ନିଜ ନାଗରିକଙ୍କୁ ନେଇ କ’ଣ କହିଛନ୍ତି ଇମ୍ରାନ

31/01/2020 at 10:44 PM

ଇସ୍ଲାମାବାଦ ୩୧।୧: ଚୀନରେ କରୋନା ଭାଇରସ୍ ସଂକ୍ରମଣ ଏବେ ମହାମାରୀର ରୂପ ନେଇସାରିଲାଣି। ଭାରତ ସମେତ ବିଭିନ୍ନ ଦେଶ ନିଜନିଜ ନାଗରିକଙ୍କ ଉଦ୍ଧାର ଲାଗି ବିଭିନ୍ନ ପଦେକ୍ଷପ ନେବାକୁ ଯାଉଛନ୍ତି। ଏଥିରେ ପାକିସ୍ତାନ ସରକାର ମଧ୍ୟ ଚୀନରୁ ନିଜ ନାଗରିକଙ୍କୁ ଫେରାଇ ଆଣନ୍ତୁ ବୋଲି ଦେଶରେ ଦାବି ଜୋର ଧରିଛି।  ହେଲେ ପାକ୍ ସରକାର ଏପରି କରିବେନି ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବିରୋଧୀଙ୍କୁ ସଫାସଫା ଶୁଣାଇ ଦେଇଛନ୍ତି। ଚୀନ ଏବେ କଠିଣ ସମୟ ଦେଇ ଗତି କରୁଛି। ଏଥିରେ ସେଠାରୁ ନିଜର ନାଗରିକଙ୍କୁ ସୁରକ୍ଷିତ ବାହାର କରିବା ଚିନ୍ତା କେବଳ ସ୍ୱାର୍ଥପର ହିଁ କରିପାରେ ବୋଲି  କହିଛନ୍ତି ଇମ୍ରାନ।

ଚୀନରେ ଭୂତାଣୁ ସଂକ୍ରମଣ ନେଇ ଇମ୍ରାନ ତାଙ୍କର ସ୍ୱତନ୍ତ୍ର ସହାୟକ ଡା.ଜାଫର ମିର୍ଜାଙ୍କ ସହ ଆଲୋଚନା ପରେ  ସେଠାରୁ ନାଗରିକଙ୍କୁ ନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ପାକ୍‌ର ମିତ୍ରଦେଶଙ୍କ ମଧ୍ୟରେ ଚୀନ ଅନ୍ୟତମ । ସେଠାରେ ଏବେ ମହାମାରୀ ବ୍ୟାପୀଛି। ଏଣୁ ଦୁଇ ଦେଶଙ୍କ ସମ୍ପର୍କକୁ ଦେଖିଲେ ସେଠାରୁ ନିଜ ଲୋକଙ୍କୁ ଫେରାଇ ଆଣିବାର ନିର୍ଦ୍ଦେଶ ଦେବା ଲାଗି ଏହା ଉଚିତ ସମୟ ନୁହେଁ  ବୋଲି କହିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ। ଏହା ଦ୍ୱାରା ସେଠାରେ ଆମ ଲୋକେ ସୁରକ୍ଷିତ ନୁହଁନ୍ତି ବୋଲି ଚୀନକୁ ଭୁଲ ବାର୍ତ୍ତା ଯିବ । ଏହି ନିଷ୍ପତ୍ତି କେବଳ ଚୀନ-ପାକ୍ ସମ୍ପର୍କ ଯୋଗୁ ନୁହେଁ ବିଶ୍ୱର ସବୁ ଦେଶର ହୀତ ଲାଗି ବୋଲି କହିଛନ୍ତି ଇମ୍ରାନ।

ତେବେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧୀ ଦଳ ତୀବ୍ର ସମାଲୋଚନା କରିଛନ୍ତି। ଏଥିଲାଗି ବିଶେଷ ଅଧିବେଶନ ମଧ୍ୟ ଡକାଯାଇଥିଲା। ଯୁକ୍ତି ତର୍କ ପରେ ବି ନିଜ ନାଗରିକଙ୍କ ଲାଗି ଇମ୍ରାନଙ୍କ ମନ ତରଳି ନାହିଁ। ପସ୍ତୁନଖ୍ୱା ମିଲ୍ଲି ଆବାମୀ ପାର୍ଟିର ସିନେଟର ଉସ୍ମାନ କାକର ଚୀନ ଉହାନରେ ଏବେ କର୍ଫ୍ୟୁଭଳି ପରିସ୍ଥିତି ଉପୁଜିଥିବା ସଂସଦକୁ କହିଥିଲେ। ଏହା ସତ୍ତ୍ୱେ ଚୀନ ନାଗରିକ ପାକିସ୍ତାନକୁ ନିୟମିତ ଆତଯାତ କରିବା ପାକ୍ ଲାଗି ସୁରକ୍ଷିତ ନୁହେଁ ବୋଲି ସତର୍କ କରାଇଥିଲେ। ତେବେ ଚୀନ ସର୍ବଦା ପାକ୍‌କୁ ତାର କଠିଣ ସମୟରେ ସହାୟତାର ହାତ ବଢାଇ ଆସିଛି। ଏଥିରେ ସେଠାରୁ ନିଜ ନାଗରିକଙ୍କୁ ଡକାଇ ଆଣିବା ଚୀନ ପ୍ରତି ବିଶ୍ୱାସଘାତ ହେବ ବୋଲି ପ୍ରଧାନମନ୍ତ୍ରୀ କହିବା ବିରୋଧୀଙ୍କୁ ଆଶ୍ଚର୍ଯ୍ୟ କରିଛି।ଚୀନରେ ଏବେ ୨୮ ହଜାର ପାକିସ୍ତାନୀ ଛାତ୍ର ଅବସ୍ଥାନ କରୁଥିବା ବେଳେ ଶହଶହ ବ୍ୟବସାୟୀ ମଧ୍ୟ ଅଛନ୍ତି। ଭୂତାଣୁ ଉତ୍ପତି ବେଳେ ୪ ପାକ୍ ଛାତ୍ର ସଂକ୍ରମଣର ଶିକାର ହୋଇଥିବାର ଜଣାପଡିବା ପରେ ସରକାର ସେମାନଙ୍କ ପରିବାରକୁ ସୂଚିତ କରିଥିଲେ।  

   Related Posts