Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ପୁଣେରୁ ହାଇଦ୍ରାବାଦକୁ ଘଣ୍ଟାକରେ ପହଞ୍ଚିଲା ଫୁସ୍‌ଫୁସ୍‌, ବଞ୍ଚାଇଲା ଜୀବନ

17/08/2020 at 3:13 PM

ହାଇଦ୍ରାବାଦ ୧୭।୮: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ପୁଣେ ହସ୍ପିଟାଲର ଜନୈକ ବ୍ରେନଡେଡ ରୋଗୀଙ୍କ ଅଙ୍ଗଦାନ ଦାନ ନୂଆ ଜୀବନ ଦେଇଛି।  ତେବେ ରୋଗୀଙ୍କ ଜୀବନ ବଞ୍ଚାଇବା ପ୍ରକ୍ରିୟା ମାତ୍ର ଘଣ୍ଟାକରେ ପୂରଣ କରାଯାଇଥିବା ବେଳେ ଏଥିରେ ବିଭିନ୍ନ ସ୍ତରରେ ଅଧିକାରୀ ଓ ଡାକ୍ତର ସହଯୋଗ କରିଛନ୍ତି। ବ୍ରେନଡେଡ୍ ରୋଗୀଙ୍କ ଫୁସ୍‌ଫୁସ୍‌ ହାଇଦ୍ରାବାଦରେ ଗୁରୁତର ଅସୁସ୍ଥ ରୋଗୀଙ୍କଠାରେ ପ୍ରତ୍ୟାରୋପଣ କରାଯାଇଛି।

ଅଙ୍ଗର ଦ୍ରୁତ ପରିବହନ ନିମନ୍ତେ ଉଭୟ ସହରର ବିଭିନ୍ନ ବିଭାଗ ମିଳିତ ଭାବେ ଏକ ଗ୍ରିନ୍‌ କରିଡୋର ନିର୍ମାଣ କରିଥିଲେ। ସ୍ଥାନୀୟ କେଆଇଏମଏସ୍‌ ହାର୍ଟ ଏଣ୍ଡ ଲଙ୍ଗ ଟ୍ରାନ୍ସପ୍ଲାଣ୍ଟ ଇନିଷ୍ଟିଚ୍ୟୁଟରେ ଟର୍ମିନାଲ ଲଙ୍ଗ ଡିଜିଜ୍‌ରେ ପୀଡିତ ଏହି ରୋଗୀ ତେଲେଙ୍ଗାନା ସରକାରଙ୍କ ଜୀବନ ଦାନ ଯୋଜନାରେ ନିଜ ନାମ ପଞ୍ଜିକୃତ କରାଇଥିଲେ।

ପୁଣେର ଏକ ଘରୋଇ ହସ୍ପିଟାଲରେ ଜନୈକ ବ୍ରେନଡେଡ ରୋଗୀଙ୍କ ପରିବାର ରବିବାର ଅଙ୍ଗଦାନ ଲାଗି ଆଗକୁ ଆସିଥିଲେ ଓ ତାଙ୍କ ଲଙ୍ଗସ (ଫୁସ୍‌ଫୁସ୍‌) ଦାନ କରିବାକୁ ଆଗ୍ରହ ପ୍ରକାଶ କରିବାରୁ ମାତ୍ର ୧ ଘଣ୍ଟାରେ ସମସ୍ତ କାମ ସମ୍ପୂର୍ଣ୍ଣ କରାଯାଇପାରିଛି। ତେଲେଙ୍ଗାନା ଜୀବନଦାନ ଯୋଜନା ଅଧିକାରୀ ଡା.ସ୍ୱର୍ଣ୍ଣଲତା ଏଥିଲାଗି ଗାଇଡଲାଇନ ପ୍ରସ୍ତୁତ କରିବା ସହ କାର୍ଯ୍ୟକୁ ସମର୍ଥନ କରିଥିଲେ। ଜୋନାଲ ଟ୍ରାନ୍ସପ୍ଲାଣ୍ଟ କୋ-ଅର୍ଡିନେସନ ସେଣ୍ଟର (ଜେଡଟିସିସି)ଙ୍କ କେନ୍ଦ୍ରୀୟ ସଂଯୋଜକ ଆରତୀ ଗୋଖଲେ ଏହି କାର୍ଯ୍ୟ ବିନା କୌଣସି ବାଧାରେ ପୁରା କରିବାକୁ ପ୍ରକ୍ରିୟା ସୁନିଶ୍ଚିତ କରିଥିଲେ।

ବ୍ରେନଡେଡ ରୋଗୀଙ୍କ ଫୁସ୍‌ଫୁସ୍‌କୁ ପୁଣେରୁ ହାଇଦ୍ରାବାଦକୁ ଚାର୍ଟାର୍ଡ ପ୍ଲେନରେ ଅଣାଯଇଥିଲା ଓ ପୁଣେ ଏବଂ ହାଇଦ୍ରାବାଦ ସହରର ଟ୍ରାଫିକ ପୋଲିସ ଗ୍ରୀନକରିଡରର ବ୍ୟବସ୍ଥା କରିଥିବା ବେଳେ ଭାରତୀୟ ଏୟରପୋର୍ଟ ଅଥରିଟି ମଧ୍ୟ କାର୍ଯ୍ୟରେ ସହଯୋଗ କରିଥିଲେ। ଫଳରେ କେଆଇଏମଏସ୍ ହାର୍ଟ ଏଣ୍ଡ ଲଙ୍ଗ ଟ୍ରାନ୍ସପ୍ଲାଣ୍ଟ ଇନିଷ୍ଟିଚ୍ୟୁଟ୍, ହାଇଦ୍ରାବାଦ ପର୍ଯ୍ୟନ୍ତ ଫୁସ୍ଫୁସ୍‌ ମାତ୍ର ଘଣ୍ଟାକରେ ପହଞ୍ଚିପାରିବା ସହ  ରୋଗୀଙ୍କ ଜୀବନ ବଞ୍ଚା ଯାଇପାରିଛି।   

   Related Posts