କେବଳ ପ୍ରଚାର ହେଲା ଗ୍ରୀନ ଦିଓ୍ୱାଲି – କେହି ମାନିଲେନି କଟକଣା

Published By : Prameya-News7 Bureau | October 28, 2019 IST

କଟକ ୨୮। ୧୦ -  କେବଳ ପ୍ରଚାର ହେଲା ଗ୍ରୀନ ଦିୱାଲି । କିନ୍ତୁ ବାସ୍ତବ କ୍ଷେତ୍ରରେ ନାଁ ଫୁଟିଲା ଗ୍ରୀନ କ୍ରାକର୍ ନାଁ ପୋଲିସ୍ ର ଶବ୍ଦ ପ୍ରଦୂଷଣ କଟକଣାକୁ କେହି ମାନିଲେ । କଟକଣା ସତ୍ତ୍ବେ ରାତି ଦଶଟା ପରେ ବି କଟକ ସହରରେ ଜୋରଦାର୍ ଫୁଟିଲା ବାଣ । ପୁରା ସହର ଭୟଙ୍କର ଭାବେ ପ୍ରଦୂଷିତ ହେଲା । କଟକର ଏୟାର୍ କ୍ବାଲିଟି ଇଣ୍ଡେକ୍ସ ଦୁଇ ଶହ ମାର୍କ ଟପିଗଲା । ଯାହାର ଅର୍ଥ ବାୟୁମଣ୍ଡଳ ଅତ୍ୟନ୍ତ ଅସ୍ବାସ୍ଥ୍ୟକର । …

ଭିଓ୧-ଦିପାବଳୀରେ ଏଥର ଗ୍ରୀନ କ୍ରାକର ଫୁଟିବ । ଦିପାବଳୀ ହେବ ପ୍ରଦୂଷଣମୁକ୍ତ । ପୋଲିସ୍ ର କଟକଣା ରହିବ । ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇ ପାରିବେନି ଲୋକେ । ରାତି ଦଶଟା ପରେ ବାଣ ଫୁଟାଇଲେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଦିପାବଳୀ ରାତି ପାଇଁ ଏମିତି କିଛି ନିୟମ ରହିଥିଲା । ମାତ୍ର ସବୁ ନିୟମ ଚୁଲିକି ଗଲା କଟକ ସହରରେ । ଲୋକେ ମନଇଚ୍ଛା ବାଣ ଫୁଟାଇଲେ ।ରାତି ୧୦ଟା କଣ ରାତି ଗୋଟାଏ ପର୍ଯ୍ୟନ୍ତ ବାଣଫୁଟା ଚାଲିଲା ।

ଦିପାବଳୀ ପର ଦିନ କଟକର ଏୟାର କ୍ୱାଲିଟି ଇଣ୍ଡେକ୍ସ ଥିଲା ମାରାତ୍ମକ । ଏୟାର କ୍ବାଲିଟି ଇଣ୍ଡେକ୍ସ ଅନୁସାରେ କଟକ ସହରର ହାରାହାରି ଇଣ୍ଡେକ୍ସ ଥିଲା ୨୬୯ । ଏହାର ଅର୍ଥ ହେଉଛି ବାଣ ଫୁଟିବା ଯୋଗୁଁ ଯେଉଁ ପ୍ରଦୂଷଣ ହୋଇଛି, ତାହା ଅତ୍ୟନ୍ତ ଅସ୍ବାସ୍ଥ୍ୟକର ।

ଫାଭିଓ-ତେବେ ସୋମବାର କଟକର ବାୟୁମଣ୍ଡଳର ସ୍ଥିତି କିପରି ରହିଛି ସେନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.