କେବଳ ହାଇସ୍ପିଡ୍ ଟ୍ରେନରେ ରହିବ ଏସି କୋଚ୍, ସ୍ଲିପର କୋଚ୍ ଲାଗି ନିୟମ ଜାଣନ୍ତୁ

Published By : Prameya-News7 Bureau | October 11, 2020 IST

ନୂଆଦିଲ୍ଲୀ ୧୧।୧୦: କେନ୍ଦ୍ର ରେଳ ମନ୍ତ୍ରାଳୟ ଟ୍ରେନ୍‌ରେ ଏସି ଓ ସ୍ଲିପର କୋଚ୍‌ ନେଇ ନୂଆ ନିଷ୍ପତ୍ତି ନେଇଛନ୍ତି। ଏଣୁ ଆଗ ଭଳି ସବୁ ଟ୍ରେନରେ ଆଉ ସ୍ଲିପର ଓ ଏସିକୋଚ୍‌ ବଗି ଉପଲବ୍ଧ ହେବନାହିଁ। ହାଇସ୍ପିଡ୍ ନେଟୱାର୍କ ଅପଗ୍ରେଡ କରିବା ଲାଗି ରେଳବାଇ ଘଣ୍ଟାପ୍ରତି ୧୩୦ କିମି ବେଗରେ ଗତି କରୁଥିବା ଟ୍ରେନରେ ଏସି କୋଚ୍‌ ଉପଲବ୍ଧ କରିବେ ବୋଲି ଜଣାପଡିଛି। ଏ ନେଇ ରେଳମନ୍ତ୍ରାଳୟ ରବିବାର କରିଥିବା ଘୋଷଣା ଅନୁଯାୟୀ ଘଣ୍ଟାପ୍ରତି ୧୧୦ କିଲୋମିଟର ବେଗରେ ଗତି କରୁଥିବା ଟ୍ରେନରେ ପୂର୍ବ ଭଳି ସ୍ଲିପର କୋଚ୍‌ ରହିବ ।

{"id":342574,"sizeSlug":"large"}

ରେଳବାଇ ମୁଖପାତ୍ରଙ୍କ ଅନୁସାରେ ଘଣ୍ଟାପ୍ରତି ୧୩୦ କିମିରୁ ଅଧିକ ବେଗରେ ଯାତ୍ରା କରୁଥିବା ହାଇସ୍ପିଡ ଟ୍ରେନରେ ଏସି କୋଚ୍ ରହିବା ଏହାର ବୈଷୟିକ ଆବଶ୍ୟକତା। ଭାରତୀୟ ରେଳବାଇ ଏବେ ହାଇ ସ୍ପିଡରେ ଅପଗ୍ରେଡେସନ ଲାଗି ବଡ ଯୋଜନାରେ କାମ କରୁଛି। ସ୍ୱର୍ଣ୍ଣ ଚତୁର୍ଭୁଜ ଓ କର୍ଣ୍ଣରେଖା ଲାଇନ୍‌ ଗୁଡିକୁ ଘଣ୍ଟାପ୍ରତି ୧୩୦ରୁ ୧୬୦ କିଲୋମିଟର ବେଗର ଟ୍ରେନ ଲାଗି ଏବେ ଅପଗ୍ରେଡେସନ କରାଯାଉଛି। ଏଥିରେ କିଛି କରିଡରର ଗତି କ୍ଷମତା ଘଣ୍ଟାପ୍ରତି ୧୩୦ କିଲୋମିଟର ହୋଇସାରିଥିବା ସେ କହିଛନ୍ତି।

{"id":342575,"sizeSlug":"large"}

ପାଗ ଓ ପବନ ଫ୍ୟାକ୍ଚର ଲାଗି ହାଇସ୍ପିଡ ଟ୍ରେନମାନଙ୍କରେ ବିଶେଷ ଧରଣର କୋଚ୍‌ ଲାଗିବ ବୋଲି ମୁଖପାତ୍ର କହିଛନ୍ତି। ଏବେ ଦେଶର ଅଧିକାଂଶ ଏକ୍ସପ୍ରେସ୍‌ ଓ ମେଲ ଟ୍ରେନ ଘଣ୍ଟାପ୍ରତି ୧୧୦ କିଲୋମିଟର ବେଗରେ ଗତି କରୁଛନ୍ତି। ରାଜଧାନୀ, ଶତାବ୍ଦୀ ଓ ଦୂରନ୍ତ ଆଦି ଏକ୍ସପ୍ରେସ ଟ୍ରେନ ପ୍ରତି ଘଣ୍ଟା ସର୍ବାଧିକ ୧୨୦ କିଲୋମିଟର ବେଗରେ ଗତି କରୁଛନ୍ତି। ଏହି ସବୁ ଟ୍ରେନର ରେକ୍‌ ପ୍ରତିଘଣ୍ଟା ୧୩୦ କିମି ବେଗରେ ଯାତ୍ରା ଲାଗି ଫିଟ୍‌ ଥିବା ମୁଖପାତ୍ର କହିଛନ୍ତି।

{"id":342576,"sizeSlug":"large"}

ଅଧିକାରୀଙ୍କ ସୂଚନା ଅନୁସାରେ ନନ୍ ଏସି କୋଚ୍ ହମସଫର ଟ୍ରେନଗୁଡିକରେ ଏସି-୩ ଭଳି ଇକୋନମିକାଲ କୋଚ୍ ରହିବ। ଏପରି ମୋଡିଫାଏଡ୍ ଏସି କୋଚ୍‌ ଟିକେଟ୍‌ ମୂଲ୍ୟ ମଧ୍ୟ ବେଶ ସୁଲଭ ହେବ। ଏପରି ଟ୍ରେନଗୁଡିକରେ ଯାତ୍ରା ଅବଧି କମ ହେବା ସହ ଯାତ୍ରୀଙ୍କ ଆରାମ ଓ ସୁବିଧା ଅଧିକ ମିଳିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.