ସନ୍ଧ୍ୟା ୭ରୁ ସକାଳ ୭ କେବଳ ଭୂତ ବୁଲନ୍ତି, ଆପଣ ତ ତା’ ନୁହନ୍ତି ! ଅମାନିଆଙ୍କୁ ଅଟକାଇବାକୁ କମିଶନରେଟ୍ ପୋଲିସ୍‌ର ଟୁଇଟ୍

Published By : Prameya-News7 Bureau | May 06, 2020 IST

ଭୁବନେଶ୍ଵର ୦୬।୦୫: କରୋନା ସଂକ୍ରମଣର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ଲକ୍‌ଡାଉନ୍ ଲାଗୁ ହୋଇଛି। ମାର୍ଚ୍ଚ ୨୫ରୁ ଦେଶରେ ଜାରି ଲକ୍‌ଡାଉନ୍‌କୁ ପର୍ଯ୍ୟାକ୍ରମରେ ବଢାଯାଇ ମେ ୧୭ କରାଯାଇଛି। ଦେଶକୁ ତିନୋଟି ଜୋନ୍‌ରେ ବିଭକ୍ତ  କରାଯାଇ କିଛି କୋହଳ ସହିତ ମେ ୪ରୁ ଲକ୍‌ଡାଉନ୍‌ ୩.୦ ଆରମ୍ଭ ହୋଇ ଯାଇଛି। ଲୋକେ ମିଳିଥିବା କୋହଳର ଦୁରୁପୋଯୋଗ ମଧ୍ୟ କରୁଛନ୍ତି। ଏହି ପରି ଲୋକଙ୍କୁ ସଚେତନ କରାଇବା ଲାଗି ଭୁବନେଶ୍ଵର ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟୁଇଟ୍ କରିଛନ୍ତି।

ଲକ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ କଟକଣା ଲାଗୁ କରାଯାଇଛି। ଏହି ସମୟରେ କେବଳ ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ଘରୁ ବାହାରିକୁ ମଧ୍ୟ ମନା ରହିଛି। ହେଲେ କିଛି ଅମାନିଆ ଲୋକ ଏହାକୁ ମାନିବାକୁ ନାରାଜ। ଯେମିତି ହେଲେ ଘରୁ ବାହାରି ରାସ୍ତାରେ ବୁଲୁଛନ୍ତି ଏବଂ ନିୟମର ଉଲ୍ଲଂଘନ କରୁଛନ୍ତି। ଏମିତି ଲୋକଙ୍କୁ ସଚେତନ କରାଇବା ଲାଗି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟୁଇଟ୍ କରି କରିଛନ୍ତି। ଟୁଇଟ୍‌ରେ କମିଶନର ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଏଥିରେ ଭୂତ ସହିତ ଦୁଇ ଜଣ ପୋଲିସ କର୍ମଚାରୀଙ୍କ ଫଟୋ ରହିଛି। ଏଥିରେ ଲେଖା ହୋଇଛି ଯେ, ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏ କେବଳ ଭୂତ ହିଁ ଚାରି ଆଡେ ବୁଲି ପାରିବେ। ଆପଣ ତ ଭୂତ ନୁହନ୍ତି। ତେଣୁ ଘରେ ରୁହନ୍ତୁ।

wp:core-embed/twitter {"url":"https://twitter.com/cpbbsrctc/status/1258039581569507328","type":"rich","providerNameSlug":"twitter","className":""}
https://twitter.com/cpbbsrctc/status/1258039581569507328
/wp:core-embed/twitter

ଏହା ସହିତ ଟୁଇଟ୍‌ରେ  ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ସାମାଜିକ ଦୂରତା ପାଳନ କରନ୍ତୁ ଏବଂ ସନ୍ଧ୍ୟା ୭ଟାରୁ ସକାଳ ୯ଟା ଭିତରେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଟୁଇଟ୍‌କୁ ଅନେକ ୟୁଜର୍ସ ରିଟୁଇଟ୍ କରି ନିଜର ପ୍ରତିକ୍ରିୟା ରଖିଛନ୍ତି।

ଉଲ୍ଲେଖଯୋଗ୍ୟ, ଦେଶ ସହିତ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଆଜି ସନ୍ଧ୍ୟା ସୁଦ୍ଧା  ଓଡିଶାରେ କରୋନା ସଂକ୍ରମିତ ସଂଖ୍ୟା ୧୮୫ରେ ପହଞ୍ଚିଛି। ୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ଜଣଙ୍କ ମୃତ୍ୟ ଘଟିଛି। ଆକ୍ଟିଭ୍ କେସ୍ ସଂଖ୍ୟା ୧୨୨ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.