ମାତ୍ର ୫ଟି ଚାଉଳରେ ରହିଛି ଆପଣଙ୍କ ସମସ୍ତ ସମସ୍ୟାର ସମାଧାନ, ଜାଣନ୍ତୁ କିପିରି

Published By : Prameya-News7 Bureau | July 07, 2019 IST

ହିନ୍ଦୁ ଧର୍ମରେ ପୂଜାର୍ଚ୍ଚନାରେ ଚାଉଳର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଣୁ ପୂଜାପୂଜିରେ ଚାଉଳ ଅର୍ଥାତ୍ ଅକ୍ଷତ ନିହାତି ରଖାଯାଇଥାଏ।  ବିନା ଅକ୍ଷତରେ କୌଣସି ପୂଜା ହୁଏ ନାହିଁ। ତେବେ ପୂଜାରେ ଅକ୍ଷତ ଉପଯୋଗର ବି ଖାସ ନିୟମ ରହିଛି। ଯଦି ନିୟମାନୁସାରେ ଅକ୍ଷତର ପ୍ରୟୋଗ ହୁଏ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ କୌଣସି ସମସ୍ୟା ରହେ ନାହିଁ। ଯଦି ଏଥିରେ ଜ୍ୟୋତିଷ ଶାସ୍ତ୍ରର ପରାମର୍ଶ ଗ୍ରହଣ କରାଯାଏ ତେବେ ଏଥିରେ ବ୍ୟକ୍ତିର ଭାଗ୍ୟ ପରିବର୍ତ୍ତନ ମଧ୍ୟ ହୋଇପାରେ। ଏହା ଦ୍ୱାରା ଆପଣଙ୍କର ଅଟକି ରହିଥିବା କାମ ବି ଅକ୍ଲେଶରେ ହୋଇଯାଏ।

{"id":131480}

ଜ୍ୟୋତିଷ ଶାସ୍ତ୍ରାନୁସାରେ ପୂଜା କରିବା ବେଳେ ଆପଣଙ୍କ ଇଷ୍ଟ ଦେବୀ ବା ଦେବତାଙ୍କୁ କେବଳ ପାଞ୍ଚୋଟି ଦାନା ଚାଉଳ ଅର୍ପଣ କରନ୍ତୁ। ଅକ୍ଷତ ଅର୍ପଣ କରିବା ବେଳେ ଆପଣ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଇଷ୍ଟଙ୍କୁ ଜଣାନ୍ତୁ। ଏହା ସହିତ ଆପଣଙ୍କ କାମନା ମଧ୍ୟ ତାଙ୍କ ନିକଟରେ ପ୍ରକାଶ କରନ୍ତୁ। ଦେଖିବେ କିପରି ଚମତ୍କାର ହେବ। ସେହିପରି ଯଦି ଆପଣ ମାନସିକ ଅଶାନ୍ତି ମଧ୍ୟ ଦେଇ ଗତି କରୁଥାନ୍ତି ତେବେ ନିଶ୍ଚିତ ପୂଜାରେ ଅକ୍ଷତ ଉପଯୋଗ କରନ୍ତୁ। ଦେଖିବେ ଆପଣ କିପରି ଶାନ୍ତି ଅନୁଭବ କରୁଛନ୍ତି।

{"id":131481}

ଚାଉଳ ମା ଅନ୍ନପୂର୍ଣ୍ଣାଙ୍କ ଅଂଶବିଶେଷ। ଏଣୁ ଯେଉଁବ୍ୟକ୍ତି  ଭଗବାନଙ୍କୁ ଅକ୍ଷତ ଅର୍ପିତ କରନ୍ତି , ତାଙ୍କ ଘରେ କେବେବି ଅନ୍ନର ଅଭାବ ହୁଏନା। ଜୀବନରେ ନିଶ୍ଚିତ ସମୃଦ୍ଧି ଆସେ। ତେବେ ଠାକୁରଙ୍କୁ ଅକ୍ଷତ ଅର୍ପଣ କରିବା ବେଳେ ଏହାକୁ ସର୍ବଦା ଗଙ୍ଗା ପାଣିରେ ଧୋଇ ପରିସ୍କାର କରିବା ପରେ ହିଁ ଅର୍ପଣ କରନ୍ତୁ। ସୋମବାର ଯଦି ଶିବଙ୍କୁ ମୁଠାଏ ଚାଉଳରେ ଅଭିଷେକ କରନ୍ତି ଆପଣଙ୍କର ଉତ୍ତରତ୍ତୋର ଉନ୍ନତି ସହ ଧନସମ୍ପତ୍ତିରେ ମଧ୍ୟ ବୃଦ୍ଧି ହୋଇଥାଏ। ତେବେ ଆପଣ ଠାକୁରଙ୍କୁ ଚାଉଳ ଅର୍ପଣ କରିବା ବେଳେ ସେଥିରେ ଯେପରି ଭଙ୍ଗା ଚାଉଳ ନଥାଏ ତାହା ସୁନିଶ୍ଚିତ କରିବେ। ନଚେତ ଗୋଟିଏ ବି ଭଙ୍ଗା ଚାଉଳ ଆପଣଙ୍କ କାମନାର ବୀପରିତ ହୋଇପାରେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.