Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||

କୋଭିଡ୍‌ କଟକଣା ଭିତରେ ପାଳିତ ହେବ କପିଳାଶ ଜାଗର ଯାତ୍ରା, କେବଳ ଢେଙ୍କାନାଳବାସୀଙ୍କୁ ଅନୁମତି

10/03/2021 at 4:26 PM

ଢେଙ୍କାନାଳ, ୧୦/୦୩: ପବିତ୍ର ଶିବରାତ୍ରୀ ଅବସରରେ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ କପିଳାଶର ଜାଗର ଯାତ୍ରା ପାଳିତ ହେବାକୁ ଯାଉଛି । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ଚଳିତ ବର୍ଷ ଜିଲ୍ଲା ତଥା ରାଜ୍ୟ ବାହାର ଲୋକଙ୍କୁ କପିକାଶ ବାରଣ କରାଯାଇଛି । କହିବାକୁ ଗଲେ କୋଭିଡର କଡା କଟକଣା ମଧ୍ୟରେ ଏହି ଜାଗର ଯାତ୍ରା ପାଳିତ ହେବାକୁ ଯାଉଛି ।

ଚଳିତବର୍ଷ ଭୋର ୪ଟା ୨୦ମିନିଟରେ ମହାଦୀପ ମନ୍ଦିର ଚୁଡାକୁ ଉଠିବାର ସମୟ ନିର୍ଘଣ୍ଟ ହୋଇଛି । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଉଭୟ ପାହାଚ ଓ ବାରବାଙ୍କ ରାସ୍ତା ମରାମତି ସାଙ୍ଗକୁ ଶୃଙ୍ଖଳିତ ଦର୍ଶନ ପାଇଁ ବାରିକେଟ, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି । ତେବେ କୋଭିଡ ସଂକ୍ରମଣ ଆଶଙ୍କାରେ ଚଳିତ ବର୍ଷ ଜିଲ୍ଲା ତଥା ରାଜ୍ୟ ବାହାର ଲୋକଙ୍କୁ କପିଳାଶ ପୀଠ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଶୃଙ୍ଖଳିତ ଦର୍ଶନ ଓ ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ୧୩ପ୍ଲାଟୁନ ପୁଲିସ ଫୋର୍ସ ସହ ୫୫ଜଣ ପୁଲିସ ଅଧିକାରୀ ନିୟୋଜିତ ରହିବେ ବୋଲି ଜଣାପଡିଛି । ତେବେ ପରମ୍ପରା ମୁତାବକ ପ୍ରତେକବର୍ଷ ପରି  ସେବାୟତ ମାନଙ୍କ ମାଧ୍ୟମରେ  ପ୍ରଭୁଙ୍କ ନୀତିକାନ୍ତି କରାଯିବ ବୋଲି ପ୍ରକାଶ କରିଛନ୍ତି ଜିମାଦର ଓ ସେବାୟତ ।

ତେବେ ଚଳିତ ବର୍ଷ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି କରାଯାଇଛି ।  ମନ୍ଦିରକୁ ଭୋଗ ମନା ଥିବାବେଳେ ମନ୍ଦିର ସେବାୟତ ମାନଙ୍କର ଗତ ତିନିଦିନ ଧରି କୋଭିଡ ଟେଷ୍ଟ କରାଯାଉଛି । ଅପରପକ୍ଷରେ ମନ୍ଦିର ପାଦ ଦେଶ ଦେଓଗାଁଠାରେ କୋଭିଡ ଟେଷ୍ଟ ସେଣ୍ଟର ବ୍ୟବସ୍ଥା କରାଯାଇଛି । ଢେଙ୍କାନାଳ ଜିଲ୍ଲାବାସୀ ସେମାନଙ୍କ ବାସିନ୍ଦା ପ୍ରମାଣପତ୍ର ଓ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇ ଏହି ପୀଠକୁ ଯାଇପାରିବେ ବୋଲି ଜଣାପଡିଛି । ଏହା ସହ ଚଳିତ ବର୍ଷ ପୀଠର ଉପରେ କୌଣସି ପ୍ରକାର ଭଜନ ସମାରୋହ ବା ମେଳା ମହୋତ୍ସବ କାରାଯିବା ସ୍ଥାନରେ କଡା କଟକଣା ରହିଛି । କହିବାକୁ ଗଲେ ବିନା ଜନ ଗହଳିରେ କୋଭିଡ  ଗାଇଡ଼ ଲାଇନରେ ଚଳିତବର୍ଷ କେବଳ ଢେଙ୍କାନାଳ ଜିଲ୍ଲା ବାସୀଙ୍କ ମଧ୍ୟରେ କପିଳାଶ ପୀଠର ଜାଗର ଯାତ୍ରା ସୀମିତ ରହିବ ବୋଲି ଦେବୋତ୍ତର ଅଧିକାରୀ ତଥା ଢେଙ୍କାନାଲ ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

   Related Posts