Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ସମ୍ପତ୍ତି ପାଇଁ ଭାଇ ହେଲା ବଇରୀ, ରକ୍ତ ସମ୍ପର୍କକୁ ଭୁଲି ମାରି ପୋଡିଦେଲେ ସାନ ଭାଇକୁ
  • ||
  • ନୟାଗଡ : ଗ୍ରାମବାସୀଙ୍କ ମାଡରେ ଲୁଟେରା ମୃତ ! ଚେନ୍ ଲୁଟ୍ ଉଦ୍ୟମ ବେଳେ ଧରି ଛେଚିଥିଲେ ଲୋକେ
  • ||
  • ମଣ୍ଡିରେ ବିକ୍ରି ହେଉନି ଧାନ, ପ୍ରତିବାଦରେ ରାସ୍ତାରୋକ କଲେ ଚାଷୀ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୬ କୋଭିଡ୍ ପଜିଟିଭ୍, ୩୩୭୨୭୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଟଙ୍କା ଦେବାକୁ ମନା କରିବାରୁ ରକ୍ତ ସମ୍ପର୍କ ଭୁଲିଗଲା ମଦ୍ୟପ ପୁଅ, କଟୁରୀରେ ବାପାକୁ ହାଣିଦେଲା
  • ||
  • ନୟାଗଡ : ଲୁଟ୍ ଉଦ୍ୟମ ବେଳେ ଗାଁ ଲୋକଙ୍କ ମାଡରେ ଲୁଟେରା ମୃତ
  • ||
  • ଧର୍ମଗଡ : ରୋଷେଇ ଗ୍ୟାସ୍‌ରୁ ଲାଗିଲା ନିଆଁ, ଯୁବତୀ ଜୀବନ୍ତ ଦଗ୍ଧ
  • ||
  • ଭୁବନେଶ୍ବର : କରୋନା ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ହୁତୁହୁତୁ ହୋଇ ଜଳୁଛି ସଂରକ୍ଷିତ ଜଙ୍ଗଲ, ଗାଁ ମୁହାଁ ବନ୍ୟଜନ୍ତୁ
  • ||

କେବଳ ପାକିସ୍ତାନରେ ସମ୍ଭବ ! ୧୪ ବର୍ଷର ନାବାଳିକା ସହ ନିକା କରିଛନ୍ତି ୬୨ ବର୍ଷ ବୟସ୍କ ସାଂସଦ

23/02/2021 at 7:34 PM

ଚିତ୍ରାଲ : ବଲୁଚିସ୍ତାନ ଚିତ୍ରାଲର ଜମିୟତ ଉଲେମା-ଏ-ଇସ୍ଲାମ ସାଂସଦ ମୌଲାନା ସଲାହଉଦ୍ଦିନ ଅୟୁବୀଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୬୨ ବର୍ଷ ବୟସ୍କ ସାଂସଦ ଗତବର୍ଷ ବିବାହ କରିଥିଲେ। ହେଲେ ଏବେ ତାଙ୍କ ବିବାହ ସାର୍ବଜନିକ ହୋଇଥିବା ବେଳେ ମାମଲାରେ ସେ ଯାହାଙ୍କୁ ବିବାହ କରିଛନ୍ତି ତାଙ୍କ ବିଦ୍ୟାଳୟ ସାର୍ଟିଫିକେଟ ମଧ୍ୟ ଆସିଯାଇଛି।

ମୌଲାନା ଆୟୁବି ଗତବର୍ଷ ଜଣେ ୧୪ ବର୍ଷ ବୟସ୍କା ନା ବାଳିକାଙ୍କୁ ବିବାହ କରିଥିଲେ। ହେଲେ ସେତେବେଳେ ଘଟଣା ପଦାକୁ ଜଣାପଡିନଥିଲା। ଏବେ ଜଣାପଡିବା ପରେ ଯାହାଙ୍କ ସହ ତାଙ୍କର ନିକା ହୋଇଛି ତାଙ୍କ ସ୍କୁଲ ସାର୍ଟିଫିକେଟ  ମଧ୍ୟ ମିଳିଛି। ଯେଉଁଥିଲେ ବାଳିକାଙ୍କ ବୟସ ୧୪ ବର୍ଷ ବୋଲି ଉଲ୍ଲେଖ ଅଛି। ତେବେ ବିବାହକୁ ନେଇ ନାବାଳିକାଙ୍କ ପିତା ଏବେବି ସମସ୍ତଙ୍କୁ ଭ୍ରମିତ କରୁଛନ୍ତି।

ଗତବର୍ଷ ଏହି ଘଟଣାର କେହି ସାକ୍ଷ ମିଳିନଥିଲେ। ଝିଅର ପିତା ମଧ୍ୟ ବିବାହକୁ ଅସ୍ୱୀକାର କରିଆସୁଥିଲେ। ହେଲେ ପ୍ରସଙ୍ଗରେ ଏକ ସମାଜସେବୀ ସଂସ୍ଥା (ଏନଜିଓ) ଦଖଲ ଦେବା ପରେ ପ୍ରସଙ୍ଗ ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ବାଳିକାଟି ଯେଉଁ ବିଦ୍ୟାଳୟରେ ପାଠ ପଢୁଥିଲା ସ୍କୁଲ ପ୍ରଶାସନ ମଧ୍ୟ ମାମଲାରେ ତାଙ୍କର ସ୍ପଷ୍ଟିକରଣ ଦେଇସାରିଲେଣି। ଏଥିରା ନାବାଳିକାଙ୍କୁ ୧୪ ବର୍ଷ ବୟସରେ ବିବାହ କରାଇ ଦିଆଯାଇଥିବା ସ୍ପଷ୍ଟ ହୋଇଛି।

ଏବେ ନାବାଳିକାଙ୍କ ପିତା ବିବାହ କଥାକୁ ସ୍ୱୀକାର କରୁଛନ୍ତି। ତେବେ ବିବାହ ଦେବା ପରେ ଝିଅ ତାଙ୍କ ଘରେ ଅବସ୍ଥାନ କରୁଥିବା କହିଛନ୍ତି। ତାକୁ ୧୬ ବର୍ଷ ହେଲେ ସେ ଶ୍ୱଶୁରାଳୟ ଗମନ କରିବ ବୋଲି କହିଛନ୍ତି। ପାକିସ୍ତାନରେ ମହିଳାଙ୍କ ବିବାହ ବୟସ ୧୬ ବର୍ଷ। ତେବେ ଜଣେ ୬୨ ବର୍ଷ ବୟସକ ବ୍ୟକ୍ତି ଏକ ୧୪ ବର୍ଷର ନାବାଳିକାକୁ ବିବାହ କରିବା ଘଟଣା ଏବେ ପୋଲିସରେ ପହଞ୍ଚିଛି। ପୋଲିସ ମାମଲାର ତଦନ୍ତ ଜାରି ରଖିଥିବା ବେଳେ ବିଦ୍ୟାଳୟ ପ୍ରଶାସନର ସାର୍ଟିଫିକେଟ ମଧ୍ୟ ମିଳିଛି।  

   Related Posts