କେରଳର ଏକମାତ୍ର ବିଜେପି ବିଧାୟକ ମଧ୍ୟ କେନ୍ଦ୍ରର କୃଷି ଆଇନକୁ ବିରୋଧ କଲେ, ବିଧାନସଭାରେ ପ୍ରସ୍ତାବକୁ ଦେଲେ ସମର୍ଥନ

Published By : Prameya-News7 Bureau | December 31, 2020 IST

ତିରଅନନ୍ତପୁରମ ୩୧।୧୨:କେନ୍ଦ୍ରର ମୋଦି ସରକାରଙ୍କ ସଂଶୋଧିତ କୃଷି ଆଇନ ୨୦୨୦କୁ ସାରା ଦେଶରେ ଚାଷୀ ବିରୋଧ କରୁଛନ୍ତି। ପଞ୍ଜାବ, ହରିୟାଣା ଓ ୟୁପିର ଚାଷୀମାନେ ଗତ ୧ ମାସ ହେଲା ଦିଲ୍ଲୀ ବର୍ଡରରେ ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ କରୁଛନ୍ତି। ଏଥିରେ କେରଳ ବିଧାନସଭା ଗୁରୁବାର କୃଷି ସମେତ କେନ୍ଦ୍ରର ୩ ବିବାଦୀୟ ଆଇନ ବିରୋଧରେ ଏକ ପ୍ରସ୍ତାବ ଗୃହୀତ କରିଛି। ଯାହାକୁ ବିଧାନସଭାରେ ବିଜେପିର ଏକମାତ୍ର ବିଧାୟକ ଓ.ରାଜଗୋପାଲ ମଧ୍ୟ ସମର୍ଥନ କରିଛନ୍ତି।

{"id":385070,"width":572,"height":409,"sizeSlug":"large","linkDestination":"none"}

ରାଜଗୋପାଲ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ଥିଲେ। ଗୁରୁବାର କେରଳ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ପି.ବିଜୟନ କେନ୍ଦ୍ରର ଆଇନ ସଂଶୋଧନ ବିରୋଧରେ ପ୍ରସ୍ତାବ ଆଗତ କରିଥିଲେ। ଏଥିରେ କୃଷି ସମ୍ପର୍କିତ ୩ଟି ଜାକ ଆଇନ ଉଦ୍ୟୋଗପତିଙ୍କ ସ୍ୱାର୍ଥରେ ବୋଲି କୁହାଯାଇଥିବା ବେଳେ କ୍ଷମତାସୀନ ବାମ ଗଣତାନ୍ତ୍ରିକ ମୋର୍ଚ୍ଚା( ଏଲଡିଏଫ) କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ଓ ରାଜ୍ୟ ବିଜେପି ସର୍ବସମ୍ମତିରେ ଗୃହୀତ କରିଛନ୍ତି।

{"id":385071,"sizeSlug":"large","linkDestination":"none"}

ବିଧାନସଭାରେ ପ୍ରସ୍ତାବ ଗୃହୀତ ହେବା ପରେ ଏହା ସର୍ବସମ୍ମତିରେ ହୋଇଥିବା ରାଜଗୋପାଳ କହିଛନ୍ତି। ତେବେ ପ୍ରସ୍ତାବ ଚର୍ଚ୍ଚାରେ ସେ କିଛି ବିନ୍ଦୁ ଉପରେ ନିଜର ରାୟ ରଖିଥିବା କହିଛନ୍ତି। ଯାହାକୁ ସେ ବିଚାରଗତ ତ୍ରୁଟିବୋଲି  ଦର୍ଶାଇଛନ୍ତି। ହେଲେ ସେ ପ୍ରସ୍ତାବକୁ ସମର୍ଥନ କରିଛନ୍ତି ବୋଲି କହିଛନ୍ତି। ତେବେ ତାଙ୍କର କାର୍ଯ୍ୟ ଶୈଳୀ ଦଳ ବିରୋଧି ବୋଲି କୁହାଯିବାରୁ ସେ  କହିଛନ୍ତି ଯେ ଏହା ଲୋକତାନ୍ତ୍ରିକ ପ୍ରଣାଳି । ଏଣୁ ସମସ୍ତଙ୍କ ଅନୁରୂପ ଚଳିବାକୁ ହୁଏ ବୋଲି କହିଛନ୍ତି।

{"id":385072,"width":578,"height":408,"sizeSlug":"large","linkDestination":"none"}

ତେବେ କେରଳ ବିଧାନସଭାରେ ବିଜେପିର ଏହା ଅସମ୍ମାନ ଭଳି ହୋଇଛି। କାରଣ ବିଜେପି ଆଇନକୁ ଚାଷୀଙ୍କ ହିତରେ ବୋଲି ଦାବି କରୁଛି। ରାଜ୍ୟ ବିଜେପି ସଭାପତି କେ.ସୁରେନ୍ଦ୍ରନ ବିଧାନସଭାରେ ରାଜଗୋପାଳଙ୍କ କାର୍ଯ୍ୟକୁ ନେଇ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି। ସେ ସଦନରେ କଣ କହିଛନ୍ତି ତାର ସେ ଯାଞ୍ଚ କରିବେ ବୋଲି କହିଛନ୍ତି। ତେବେ ରାଜଗୋପାଳଙ୍କ ଭଳି ଜଣେ ବର୍ଷିୟାନ ନେତା ଏପରି ବିପରୀତ ବିଚାର ରଖିଥିବେ ସେ ଭାବୁନାହାନ୍ତି ବୋଲି କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.