ଅଷ୍ଟ୍ରେଲିଆର ଜଣେ ମାତ୍ର କ୍ରିକେଟର ଯାହା ପାଖରେ ଅଛି ଭାରତର ନାଗରିକତା
4/07/2019 at 1:24 PM

କ୍ରିକେଟ ଜଗତରେ ଏମିତି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ବିଦେଶୀ ହୋଇ ମଧ୍ୟ ଭାରତର ନାଗରିକ । ଅଷ୍ଟ୍ରେଲିଆର ଜଣେ ମାତ୍ର କ୍ରିକେଟ ଖେଳାଳି ଅଛନ୍ତି ଯିଏ ଭାରତର ନାଗରିକତା ପ୍ରାପ୍ତ କରିଛନ୍ତି । ସେହି ଖେଳାଳି ହେଲେ ଶାନ ଟେଟ୍ ।

ଶାନ ଟେଟ୍ ଅଷ୍ଟ୍ରେଲିଆ ପାଇଁ ୩ଟି ଟେଷ୍ଟ, ୩୫ଟି ଏକ ଦିବସୀୟ ଏବଂ ୨୧ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ଏହିସବୁ ମ୍ୟାଚରେ ସେ କ୍ରମଶ ୫ଟି, ୬୨ ଓ ୨୮ ୱିକେଟ ନେଇଛନ୍ତି । ଡାହାଣହାତ ଦୃତ ବୋଲର ଶାନ ଟେଟ୍ ଅଷ୍ଟ୍ରେଲିଆର ଜଣେ ମାତ୍ର କ୍ରିକେଟ ଖେଳାଳି ଯାହାଙ୍କ ପାଖରେ ଭାରତର ନାଗରିକତା ରହିଛି । ସେ ଜଣେ ଭାରତୀୟ ମଡେଲଙ୍କୁ ବିବାହ କରିଛନ୍ତି ।

ବିବାହ ପରେ ଶାନ ଟେଟଙ୍କ ଶ୍ୱଶୁରଘର ଭାରତରେ ହୋଇଗଲା । ଯେଉଁଥିପାଇଁ ସେ ସବୁବେଳେ ଭାରତକୁ ଯିବାଆସିବା କଲେ । ସେଥିପାଇଁ ସେ ଭାରତ ସରକାରଙ୍କ ନିକଟରେ ଭାରତର ନାଗରିକତା ପାଇଁ ଆବେଦନ କରିଥିଲେ । ବହୁତ ଅପେକ୍ଷା ପରେ ତାଙ୍କୁ ଭାରତର ନାଗରିକତା ମିଳିଥିଲା ।

୩୬ ବର୍ଷ ବୟସ୍କ ଶାନ ଟେଟ୍ ଭାରତର ପ୍ରବାସୀ ନାଗରିକ । ଭାରତୀୟ ମଡେଲ ମାସୁମ ସିଂଘାଙ୍କୁ ବିବାହ କରିବାର ୩ ବର୍ଷ ପରେ ୨୦୧୭ ମସିହା ମାର୍ଚ୍ଚ ୧୯ ତାରିଖରେ ନାଗରିକତା ପ୍ରାପ୍ତ ହୋଇଥିଲା । ଶାନ ଟେଟ୍ ୨୦୧୪ ମସିହା ଜୁନ ୧୨ ତାରିଖରେ ମାସୁମ ସିଂଘାଙ୍କୁ ବିବାହ କରିଥିଲେ ।