ମାତ୍ର ୩ଟି ଫିଲ୍ମ କରି ବଲିଉଡରୁ ଦୂରାଇଥିଲେ ଏହି ଅଭିନେତା, ଏବେ ଏହି ଦେଶରେ କରନ୍ତି ଏଭଳି କାମ

Published By : Prameya-News7 Bureau | November 15, 2019 IST

ମୁମ୍ବାଇ୧୫|୧୧: ବଲିଉଡ ଏକ ଏମିତି ଇଣ୍ଡଷ୍ଟ୍ରି ଯେଉଁଠାରେ କିଛି ଷ୍ଟାର ନିଜ ଛାପ ଛାଡି ଯାଆନ୍ତି ତ କିଛି ହଜିଯାଆନ୍ତି। ଅନେକ କଳାକାର ଚୀର ଦିନ ପାଇଁ ଅଭୁଲା ସ୍ମୃତି ହୋଇ ମନେ ମଧ୍ୟ ରୁହନ୍ତି। ହେଲେ କିଛି ଅସଫଳ ହୋଇ ଦୂରାଇଯାଆନ୍ତି। ବଲିଉଡର ଏମିତି ଜଣେ ଅଭିନେତାଙ୍କ ବିଷୟରେ ଜାଣନ୍ତୁ ଯିଏ କେବେ ଆସି କେବେ ଗଲେ ତାହା ଲୋକଙ୍କୁ ଜଣାପଡିନଥିଲା। ଏହି ଅଭିନେତାଙ୍କର ଏକ ଫିଲ୍ମକୁ ଦର୍ଶକ ପସନ୍ଦ କରିଥିଲେ ଓ କିଛି ଦିନ ପରେ ଗାୟବ ହୋଇଯାଇଥିଲେ।

{"id":184514,"width":577,"height":471,"sizeSlug":"large"}

“ତୁମସେ ଅଛା ଔର କୌନ ହୈ” ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତା ନକୁଲ କପୁର ବଲିଉଡରେ ମାତ୍ର ୩ଟି ଫିଲ୍ମରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ଅଭିନୟ କରି ସେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିଥିଲେ। ପ୍ରଥମେ ନକୁଲ “ହୋ ଗଇ ହେ ମହବ୍ବତ ତୁମସେ”ରେ ଅଭିନୟ କରିଥିଲେ।

{"id":184515,"sizeSlug":"large"}

ଏହି ଚଳଚ୍ଚିତ୍ର ପରେ ସେ “ଆଜା ମେରେ ୟାର” ଫିଲ୍ମରେ ଅଭିନୟ କରିଥିଲେ। ତୃତୀୟ ଫିଲ୍ମ “ତୁମସେ ଅଛା ଔର କୌନ ହୈ”ରେ ଅଭିନୟ କରିବା ପରେ ଯେବେ ସେ ଦର୍ଶକଙ୍କୁ ଧୀରେ ଧୀରେ ପସନ୍ଦ ଆସିଲେ ତା ପରେ ସେ ହଠାତ ଗାୟବ ହୋଇଗଲେ।    

{"id":184517,"width":576,"height":576,"sizeSlug":"large"}

ଶେଷଥର ପାଇଁ ନକୁଲ “ଟର୍ମିନାଲ ସିଟି” ନାମକ ଟିଭି ଧାରାବାହିକରେ କାମ କରିଥିଲେ। ବଲିଉଡ ଛାଡିବା ପରେ ନକୁଲ କନାଡା ସିଫ୍ଟ ହୋଇଥିଲେ ଓ ସେଠାରେ କାମ କରୁଥିଲେ।ଏବେ ନକୁଲ ଖୁବ ବଦଳିଯାଇଛନ୍ତି। ଏବେ କନାଡାରେ ସେ “ଡିଭାଇନ ଲାଇଟ୍‌ ୟୋଗା" ନାମକ ଏକ ସେଣ୍ଟର ଚଲାନ୍ତି। ବଲିଉଡ ଛାଡିବା ପରେ ସେ ଜଣେ ସାଧାରଣ ମଣିଷ ଭଳି ଜୀବନ କାଟୁଛନ୍ତି। ହେଲେ ଏବେ ମଧ୍ୟ ସେ ନିଜର ଶରୀରକୁ ବହୁତ ମେଣ୍ଟେନ କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.