Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ଆରମ୍ଭ ହେଲା ବିଜେପୁର ଭୋଟ ଗଣତି : ବିଜେଡି ଆଗୁଆ, ଆସିଛି ମାତ୍ର ୬ଟି ପୋଷ୍ଟାଲ ବାଲାଟ

24/10/2019 at 9:09 AM

ପଦ୍ମପୁର୨୪|୧୦; ବର୍ଷା ଯୋଗୁଁ ସାମାନ୍ୟ ବିଳମ୍ବରେ ବିଜେପୁର ଉପ ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । ପ୍ରଥମେ କଡା ସୁରକ୍ଷା ମଧ୍ୟରେ ପୋଷ୍ଟାଲ ବେଲଟ ଗଣତି ହୋଇଥିଲା । ତାପରେ ପିରଥମ ରାଉଣ୍ଡ ଗଣତି ଆରମ୍ଭ ହୋଇଛି । ଚଳିତ ଉପ ନିର୍ବାଚନରେ ମାତ୍ର ୬ଖଣ୍ଡ ପୋଷ୍ଟାଲ ବେଲଟ ଆସିଛି । ତେବେ ଏଥିରୁ କେଉଁ ପ୍ରର୍ଥୀଙ୍କୁ କେତେ ଭୋଟ ମିଳିଛି ଥାହା ଜଣା ପଡିନାହିଁ ।

ଭୋଟ ଗଣତିକୁ ଆଖି ଆଗରେ ରଖି ଗଣତି କେନ୍ଦ୍ରଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗଣତି କେନ୍ଦ୍ରରେ ଉଭୟ ବରଗଡ ଏସପି ଏବଂ ଜିଲ୍ଲାପାଳ ପହଞ୍ଚିଛନ୍ତି ।  ସୂଚନା ଯୋଗ୍ୟ ଯେ, ଗତ ୨୧ ତାରିଖ ଦିନ ବିଜେପୁର ଉପ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥିଲା ।

ଏଥର ମାଇଦାନରେ ତିନି ପ୍ରମୁଖ ଦଳ ମଧ୍ୟରୁ ବିଜେଡିରୁ ରୀତା ସହୁ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ସନତ ଗଡତିଆ ଏବଂ କଂଗ୍ରେସରୁ ଦିଲ୍ଲୀପ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ପ୍ରଥମ ଥର ଲାଗି ବିଧାନସଭା ନିର୍ବାଚନ ଲଢୁଛନ୍ତି ।   

ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ୭୦୦୫ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ୨୨୧୭ଖଣ୍ଡ ଭୋଟ ପାଇଛନ୍ତି । ତେବେ କଂଗ୍ରେସ ପ୍ରାର୍ଥୀ ମାତ୍ର ୩୧୭ଖଣ୍ଡ ଭୋଟ ପାଇ ସବୁଠୁ ପଛରେ ରହିଛନ୍ତି ।

   Related Posts